University: ୧୩ ବିଶ୍ୱବିଦ୍ୟାଳୟରେ ହେବ ନିର୍ବାଚନ: ୩୨୮ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ

Oct 08, 2026 - 09:46
University: ୧୩ ବିଶ୍ୱବିଦ୍ୟାଳୟରେ ହେବ ନିର୍ବାଚନ: ୩୨୮ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ

"ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ, ଅନୁଦାନପ୍ରାପ୍ତ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି କ୍ୟାମ୍ପସରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଧିକାଂଶ ଶିକ୍ଷନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବାବେଳେ କେତେକ ଶିକ୍ଷାନୁଷ୍ଠାନରେ ଚୟନ ପଦ୍ଧତିରେ ଛାତ୍ରନେତା  ବଛାଯିବ।

ରାତି ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ୧୩ଟି ବିଶ୍ୱବିଦ୍ୟାଳୟ ଯଥା ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରି ପ୍ରମୁଖ ଶିକ୍ଷାନୁଷ୍ଠାନରେ ପ୍ରତ୍ୟକ୍ଷ ନିର୍ବାଚନ ହେବ।

ଯେତେବେଳେ କି ଓଡ଼ିଆ ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମନୋନୟନ ମଧ୍ୟମରେ ବିଭିନ୍ନ ପଦବି ପାଇଁ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ।

ସେହିପରି ୩୨୮ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ ହେବ ଓ ୨୦୨ ମହାବିଦ୍ୟାଳୟରେ ମନୋନୟନ ମାଧ୍ୟମରେ ଛାତ୍ରନେତା ଚୟନ କରାଯିବ।

ଅଧିକାଂଶ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରୁ ଦୂରେଇ ରହିଛନ୍ତି।

ଏସଂପର୍କରେ ଉଚ୍ଚଶିକ୍ଷା ବିଭାଗକୁ ଲିଖିତ ଭାବେ ଅବଗତ କରାଇଛନ୍ତି।

Advertisment Skil development: ଗ୍ରାମାଞ୍ଚଳର ଯୁବପିଢିଙ୍କ ଦକ୍ଷତା ବିକାଶ କରୁଛି ବେଦକ୍ଷତା  ୩୨୮ ମହାବିଦ୍ୟାଳୟରେ ପ୍ରତ୍ୟକ୍ଷ ନିର୍ବାଚନ୩ ବିଶ୍ବବିଦ୍ୟାଳୟ, ୨୦୨ ମହାବିଦ୍ୟାଳୟରେ ଚୟନ ପଦ୍ଧତିରେ ନେତା ବାଛିବେ ଆସନ୍ତା ୯ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ।

ସେହିଦିନ ଅପରାହ୍ଣ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ ଏବଂ ଅପରାହ୍ଣ ୫ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।

୧୦ ତାରିଖ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ଏବଂ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

ଅକ୍ଟୋବର ୧୪ରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ "ମୁଁ କାହିଁକି ପ୍ରାର୍ଥୀ ହୋଇଛି" ବୈଠକ ଅନୁଷ୍ଠିତ ହେବ।

୧୫ ତାରିଖ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହେବ ଏବଂ ଅପରାହ୍ଣ ୨ଟାରୁ ଭୋଟ୍‌ଗଣତି ଆରମ୍ଭ ହୋଇ ଫଳ ପ୍ରକାଶ କରାଯିବ।

୧୬ ତାରିଖ ପୂର୍ବାହ୍ଣ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।