UP voter: ‘ରାମ ନେ ଯାଦବ କୋ ମାରା’, ‘ମହମ୍ମଦ ଇକବାଲ ଭିଖ୍‌ ମାଙ୍ଗତେ ହେ’: ଭୋଟରଙ୍କ ନାଁକୁ ନେଇ ହୋହଲ୍ଲା

Oct 23, 2026 - 15:51
UP voter: ‘ରାମ ନେ ଯାଦବ କୋ ମାରା’, ‘ମହମ୍ମଦ ଇକବାଲ ଭିଖ୍‌ ମାଙ୍ଗତେ ହେ’: ଭୋଟରଙ୍କ ନାଁକୁ ନେଇ ହୋହଲ୍ଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ର ବିଧାନ ପରିଷଦ ନିର୍ବାଚନ ପାଇଁ ଭୋଟର ତାଲିକାରେ ଅଜବ ନାମ ଓ ବିବରଣୀ ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଛି।

କିଛି ସ୍ଥାନରେ ଭୋଟରଙ୍କ ନାମ 'ରାମ ନେ ଯାଦବ କୋ ମାରା' ବୋଲି ଉଲ୍ଲେଖ କରାଯାଇଛି।

ପିତାଙ୍କ ନାମ ସ୍ତମ୍ଭରେ 'ବି.କମ୍‌' ଲେଖାଯାଇଛି ତ ଆଉ କେଉଁଠି ଅଫଜଲ ଅହମ୍ମଦଙ୍କ ପିତାଙ୍କ ନାମ ସ୍ତମ୍ଭରେ 'ମହମ୍ମଦ ଇକବାଲ ଭିଖ୍‌ ମାଙ୍ଗତେ ହେ' ଲେଖାଯାଇଛି।

ଶୁକ୍ରବାର ଉତ୍ତର ପ୍ରଦେଶ ବିଧାନ ପରିଷଦର ୧୧ଟି ଆସନ ପାଇଁ ମତଦାନ ମଧ୍ୟରେ, ଅଭିଯୋଗ ହୋଇଥିବା ଅନିୟମିତତାର ଏକ ତାଲିକା ସୋସିଆଲ ମିଡିଆ ରେ ସେୟାର କରାଯାଇଥିଲା, ଯାହା ପରେ ନିର୍ବାଚନ କମିସନ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଥିଲା।

Advertisment ଏପରି ଅସଙ୍ଗତିଗୁଡ଼ିକ ଆହ୍ଲାବାଦ-ଝାନସି ସ୍ନାତକ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ଦେଖାଯାଇଥିବା କୁହାଯାଉଛି।

ଭୋଟର ତାଲିକାରେ ଏପରି ଅନିୟମିତତା ଦେଖାଯିବାକୁ ନେଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିସନଙ୍କୁ ପ୍ରଶ୍ନ କରିଛନ୍ତି।

ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ଏଗୁଡ଼ିକୁ ସଫ୍ଟୱେର୍‌ରେ ନାମର ହିନ୍ଦୀ ପରିବର୍ତ୍ତନ ଓ ମାନବୀୟ ଅବହେଳା ଯୋଗୁ ହୋଇଛି।

ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଦିଆଯାଇଥିବା ସୂଚନା ଅନୁଯାୟୀ, ବିଧାନସଭା ପରିଷଦ ନିର୍ବାଚନ ପାଇଁ ଭୋଟର ତାଲିକାରେ ପ୍ରଥମ ଥର ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରଦାନ କରାଯାଇଥିଲା।

କମିସନଙ୍କ ଅନୁଯାୟୀ, ମୋଟ ୧୪,୮୧,୩୧୦ ପ୍ରବେଶ ମଧ୍ୟରୁ ୧୫୮ ରେ ଭୋଟର କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ନାମ ଅସ୍ୱଭାବିକ ମନେ ହେଉଥିଲା।

ସିଇଓଙ୍କ କାର୍ଯ୍ୟାଳୟ ବ୍ୟାଖ୍ୟା କରିଛି ଯେ, ସଫ୍ଟୱେରର କାମ ହେଉଛି ଇଂରାଜୀରେ ଟାଇପ୍ ହୋଇଥିବା ନାମଗୁଡ଼ିକୁ ହିନ୍ଦୀରେ ଲିପିବଦ୍ଧ କରିବା, କିନ୍ତୁ କିଛି କ୍ଷେତ୍ରରେ, ଏକ ସମ୍ଭାବ୍ୟ ବୈଷୟିକ ତ୍ରୁଟି ଫଳରେ ନାମଗୁଡ଼ିକୁ ଅନୁବାଦ କରାଯାଇଥିଲା।

ତୃଣମୂଳ କଂଗ୍ରେସ ସାଂସଦ ସାକେତ ଗୋଖଲେ ଭୋଟର ତାଲିକାରେ ଅଭିଯୋଗ ହୋଇଥିବା ଅସଙ୍ଗତିକୁ ନିର୍ବାଚନ କମିସନ କିପରି ପରିଚାଳନା କରୁଛନ୍ତି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି।

ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ମଧ୍ୟ ଭୋଟର ତାଲିକାରେ କଥିତ ଅସଙ୍ଗତି ବିଷୟରେ ପ୍ରଶ୍ନ ଉଠାଇଥିଲେ।

ସେ ପଚାରିଥିଲେ ଯେ ଜଣେ ବ୍ୟକ୍ତିଙ୍କ ପିତାଙ୍କ ନାମ ବି.କମ୍‌ ହୋଇପାରେ କି?

ମନୋଜ କାକା ମଧ୍ୟ ଏପରି ତ୍ରୁଟି ଉପରେ ପ୍ରଶ୍ନ ଉଠାଇଛନ୍ତି।

ହୋଟେଲ ରୁମରୁ ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ସେଲ୍ ଡିଏସପିଙ୍କ ମୃତଦେହ ଉଦ୍ଧାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।