UPI: ଗ୍ରାହକଙ୍କ ଉପରେ ୟୁପିଆଇ ଶୁଳ୍କର ପ୍ରଭାବ ପଡ଼ିବନି: ଚାନ୍ଦ

Oct 02, 2026 - 20:09
UPI: ଗ୍ରାହକଙ୍କ ଉପରେ ୟୁପିଆଇ ଶୁଳ୍କର ପ୍ରଭାବ ପଡ଼ିବନି: ଚାନ୍ଦ

"ଭୁବ‌ନେଶ୍ବର: ଗ୍ରାହକମାନଙ୍କ ଉପରେ ୟୁପିଆଇ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌)ର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବ୍ୟାଙ୍କ ଅଫ୍‌ ବରୋଦାର ଏମ୍‌ଡି ଓ ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି।

ସେ କହିଲେ, ଗ୍ରାହକଙ୍କ ପାଇଁ ୟୁପିଆଇ ସମ୍ପୂର୍ଣ୍ଣ ମାଗଣା ରହିବ।

ଦୁଇ ହଜାର ଟଙ୍କାରୁ କମ୍‌ ମୂଲ୍ୟର କାରବାରକୁ ଏମ୍‌ଡିଆର୍‌ ବାହାରେ ରଖାଯାଇଥିବାରୁ ତାହା ଛୋଟ ବ୍ୟବସାୟୀମାନଙ୍କୁ ସୁରକ୍ଷା ପ୍ରଦାନ କରିବ।

୯୬ ପ୍ରତିଶତ କାରବାର ପ୍ରଭାବିତ ହେବନାହିଁ।

Advertisment ଅଧିକ ମୂଲ୍ୟର କାରବାର ଉପରେ ନାମମାତ୍ର ଶୁଳ୍କ ଡିଜିଟାଲ୍‌ ପେମେଣ୍ଟର କ୍ରମାଗତ ଅଭିବୃଦ୍ଧି ଓ ପରିସଂସ୍ଥାର ଦୀର୍ଘସ୍ଥାୟିତ୍ବ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେବ।ୟୁପିଆଇ ଦ୍ରୁତ, ସୁବିଧାଜନକ ଓ ସହଜ ହୋଇଥିବାରୁ ଗ୍ରାହକ ଓ ବ୍ୟବସାୟୀମାନେ ଏହାକୁ ପସନ୍ଦ କରୁଛନ୍ତି।

UPI: ପ୍ରତ୍ୟେକ ୟୁପିଆଇ ନେଣଦେଣରୁ ସରକାରଙ୍କୁ କେତେ ମିଳେ?

ଜାଣନ୍ତୁ ପୂରା ହିସାବ  ୟୁପିଆଇ ସାରା ଦେଶରେ ଅଧିକରୁ ଅଧିକ ଗ୍ରାହକ, ବ୍ୟବସାୟୀ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କ ନିକଟରେ ପହଞ୍ଚିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏଥି ସହିତ ସେ କହିଛନ୍ତି ଯେ ଏକ ସୁରକ୍ଷିତ, ନିଭରଯୋଗ୍ୟ ଓ ବିଶ୍ବସ୍ତରୀୟ ପେମେଣ୍ଟ ନେଟ୍‌ୱର୍କ ବଜାୟ ରଖିବା ପାଇଁ ପ୍ରଯୁକ୍ତି ବିଦ୍ୟା ଓ ସାଇବର୍‌ ସୁରକ୍ଷାରେ ନିରନ୍ତର ନିବେଶ ଆବଶ୍ୟକ।

ଏହା ଭାରତର ଡିଜିଟାଲ୍‌ ପେମେଣ୍ଟ୍‌ ଯାତ୍ରାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବ ଓ ଏହାର ଲାଭ ଦେଶର କୋଣ ଅନୁକୋଣରେ ପହଞ୍ଚାଇବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।