UPI MDR: ଘୁଞ୍ଚିପାରେ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟରେ ଏମଡିଆର ନିୟମ
"ନୂଆଦିଲ୍ଲୀ: ୨୦୨୬ ଅକ୍ଟୋବର ୧୫ରୁ ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଟ୍ରାନଜାକସନ୍ ଉପରେ ୦.୪ ପ୍ରତିଶତ ଏମଡିଆର(ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କଠାରୁ ବ୍ୟାଙ୍କ କିମ୍ବା ପେମେଣ୍ଟ ଗେଟୱେ ପକ୍ଷରୁ ନିଆଯାଉଥିବା ଏକ ପ୍ରକାର କାରବାର ଶୁଳ୍କ) ଲାଗୁ ହେବାର ଥିଲା।
କିନ୍ତୁ ଏବେ ବ୍ୟବସାୟୀ ସଂଗଠନ, ଫିନଟେକ୍ କମ୍ପାନି ଏବଂ ପେମେଣ୍ଟ ଇଣ୍ଡଷ୍ଟ୍ରି ପକ୍ଷରୁ ଏହି ନିୟମକୁ କିଛି ସମୟ ପାଇଁ ଘୁଞ୍ଚାଇବାକୁ ଦାବି ହୋଇଛି।Advertisment ଏହି କମ୍ପାନି ଓ ବ୍ୟବସାୟୀମାନଙ୍କ କହିବା ଅନୁସାରେ, ନୂଆ ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସେମାନଙ୍କୁ ପ୍ରସ୍ତୁତି ପାଇଁ ଆହୁରି ସମୟ ଆବଶ୍ୟକ।
ବିଶେଷକରି ବିଭିନ୍ନ ପ୍ରକାର ୟୁପିଆଇ ପେମେଣ୍ଟ ପାଇଁ ଭିନ୍ନ ଚାର୍ଜ ଧାର୍ଯ୍ୟ ହୋଇଥିବାରୁ ଅନେକ ପ୍ରଶ୍ନ ଏବେ ବି ସ୍ପଷ୍ଟ ହୋଇ ପାରିନାହିଁ।
ରିପୋର୍ଟ ଅନୁସାରେ, ସୂତ୍ରରୁ ଜଣାପଡ଼ିଛି ଯେ ଏନପିସିଆଇର ଏହି ନିୟମକୁ ଜାନୁଆରି ୨୦୨୭ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଦାବି ହୋଇଛି।
ଏହି ମାମଲାରେ ଅର୍ଥ ମନ୍ତ୍ରାଳୟ ସହ ମଧ୍ୟ ଆଲୋଚନା ଚାଲିଛି।
ଆସନ୍ତା ଦୁଇ ଦିନ ମଧ୍ୟରେ ଏନପିସିଆଇ ଏନେଇ ନିଷ୍ପତ୍ତି ନେଇପାରେ।ପେମେଣ୍ଟ ଇଣ୍ଡଷ୍ଟ୍ରି ଚାହୁଁଛି ଯେ ପ୍ରଥମେ ପାର୍ବଣ କିଣାକିଣି ଋତୁ ଶେଷ ହେଉ ଏବଂ ଏହାପରେ ନୂଆ ବ୍ୟବସ୍ଥା ଲାଗୁ କରାଯାଉ।
ବ୍ୟବସାୟୀମାନଙ୍କ ଆଶଙ୍କା ହେଉଛି, ଏହି ସମୟରେ ଅତିରିକ୍ତ ଖର୍ଚ୍ଚ ବଢ଼ିଲେ ଏହାର ପ୍ରଭାବ ବିକ୍ରି ଏବଂ ଗ୍ରାହକଙ୍କ କିଣାକିଣି ଉପରେ ପଡ଼ିପାରେ।
୨,୦୦୦ ଟଙ୍କାରୁ ଅଧିକ ପେମେଣ୍ଟରେ କେତେ ଖର୍ଚ୍ଚ ବଢ଼ିବ?
ଯଦି ଏମଡିଆରର ଖର୍ଚ୍ଚ ଦୋକାନୀଙ୍କ ଉପରେ ପଡ଼େ, ତେବେ ସେମାନେ ଏହାକୁ ନିଜ ସାମଗ୍ରୀର ଦାମରେ ଯୋଡ଼ିପାରନ୍ତି।
ଫଳରେ ଗ୍ରାହକଙ୍କ ପାଇଁ କିଣାକିଣି କିଛିଟା ମହଙ୍ଗା ହୋଇପାରେ।ବର୍ତ୍ତମାନ ଅନ୍ତିମ ନିଷ୍ପତ୍ତି ଏନପିସିଆଇ ନେବ।
ଯଦି ଏହି ନିୟମକୁ ଜାନୁଆରି ୨୦୨୭ ପର୍ଯ୍ୟନ୍ତ ଘୁଞ୍ଚାଯାଏ, ତେବେ ଇଣ୍ଡଷ୍ଟ୍ରିକୁ ବୈଷୟିକ ଏବଂ ନୀତିଗତ ଜଟିଳତା ଦୂର କରିବା ପାଇଁ ଅତିରିକ୍ତ ସମୟ ମିଳିଯିବ। "ଅପରେସନ୍ ସିନ୍ଦୂର" ଦେଖାଇଲା ଭାରତୀୟ ବାୟୁସେନାର ଦ୍ରୁତ ଆକ୍ରମଣ ଶକ୍ତି: ବାୟୁସେନା ମୁଖ୍ୟ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।