UPIରେ ଟ୍ୟାପ୍ ଆଣ୍ଡ୍ ପେ, ମାଇଁୟୁପିଆଇ ସୁବିଧା
"ମୁମ୍ବାଇ: ଡିଜିଟାଲ୍ ପେମେଣ୍ଟକୁ ଆହୁରି ସହଜ ଓ ସୁରକ୍ଷିତ କରିବା ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ)ରେ ଦୁଇଟି ନୂଆ ସୁବିଧା ଆସିଛି।
ଗ୍ଲୋବାଲ୍ ଫିନଟେକ୍ ଫେଷ୍ଟ ୨୦୨୬ରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ୟୁପିଆଇ ଟ୍ୟାପ୍ ଆଣ୍ଡ୍ ପେ ଓ ମାଇଁୟୁପିଆଇ ଭଳି ଦୁଇ ସୁବିଧା ଆରମ୍ଭ କରିଛନ୍ତି।
Advertisment ୟୁପିଆଇ ଟ୍ୟାପ୍ ଆଣ୍ଡ୍ ପେ ଜରିଆରେ ଗ୍ରାହକମାନେ ଏନ୍ଏଫ୍ସି ସମର୍ଥିତ ପଏଣ୍ଟ୍ ଅଫ୍ ସେଲ୍ (ପିଓଏସ୍) ମେସିନ୍ରେ ନିଜ ସ୍ମାର୍ଟଫୋନ୍ ଟ୍ୟାପ୍ କରି ପେମେଣ୍ଟ କରିପାରିବେ।
ଏଥିପାଇଁ ନିଜ ମୋବାଇଲ୍ରେ ଇଣ୍ଟରନେଟ୍ ଥିବା ଆବଶ୍ୟକ ନାହିଁ।
ପିଓଏସ୍ ମେସିନ୍ର ଇଣ୍ଟରନେଟ୍ ସଂଯୋଗ ମାଧ୍ୟମରେ କାରବାର ସମ୍ପନ୍ନ ହୋଇପାରିବ।
ଏହି ସୁବିଧାରେ ୫,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ୟୁପିଆଇ ପିନ୍ ବିନା କରାଯାଇପାରିବ।
ଏହାଠାରୁ ଅଧିକ ଟଙ୍କାର କାରବାର ପାଇଁ ପିଓଏସ୍ ମେସିନ୍ରେ ୟୁପିଆଇ ପିନ୍ ଦେବାକୁ ପଡ଼ିବ।
ଅନ୍ୟପକ୍ଷରେ ମାଇଁୟୁପିଆଇ ହେଉଛି ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ)ର ଫିମି ନାମକ ସ୍ମଲ୍ ଲାଙ୍ଗୁଏଜ୍ ମଡେଲ୍ ଉପରେ ଆଧାରିତ ଏଆଇ ସହାୟତା ପ୍ଲାଟଫର୍ମ।
ଏଥିରେ ବିଭିନ୍ନ ବ୍ୟାଙ୍କ ଓ ୟୁପିଆଇ ଆପ୍ର କାରବାର ଓ ଅଟୋପେକୁ ଗୋଟିଏ ସ୍ଥାନରେ ଦେଖିହେବ।
ଚବିଶ ଘଣ୍ଟା ଓ ବିଭିନ୍ନ ଭାଷାରେ ଏହି ସହାୟତା ମିଳିବ।
ମାଇଁ ୟୁପିଆଇରେ "ସୁରକ୍ଷା ସ୍ବିଚ୍" ରହିବ।
BRICS Summit 2026: ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦୀ-ପୁଟିନଙ୍କ ମଧ୍ୟରେ ୪୫ ମିନିଟ୍ ଆଲୋଚନା ଆକାଉଣ୍ଟ୍ କିମ୍ବା ୟୁପିଆଇରେ ସନ୍ଦେହଜନକ କାରବାର ହେଲେ ଗ୍ରାହକ ଏହା ମାଧ୍ୟମରେ ୟୁପିଆଇ ଡେବିଟ୍ କାରବାରକୁ ବନ୍ଦ କରିବାକୁ ଅନୁରୋଧ କରିପାରିବେ।
ଏହା ସହ ମୋବାଇଲ୍ ନମ୍ବରକୁ ୟୁପିଆଇ ପେମେଣ୍ଟ ଗ୍ରହଣରୁ ଡିଲିଙ୍କ୍ କରିବା, ପେମେଣ୍ଟ ପୂର୍ବରୁ ଗ୍ରହୀତାଙ୍କ ସମ୍ପର୍କରେ ଅଧିକ ସୂଚନା ପାଇବା, ଯୋଗ୍ୟ କାରବାରରେ ସ୍ୱୟଂଚାଳିତ ଚାର୍ଜବ୍ୟାକ୍ ଓ ପୁରୁଣା କାରବାରକୁ ପୁଣି କରିବା ଭଳି ସୁବିଧା ମଧ୍ୟ ରହିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।