Urban transport: ‘ସହରାଞ୍ଚଳ ଗମନାଗମନ ଭିତ୍ତିଭୂମି ବଢ଼ିବା ଜରୁରୀ’: ୫୯ହଜାର କୋଟିର ୯ ମେଟ୍ରୋ ପ୍ରକଳ୍ପକୁ ମଞ୍ଜୁରି

Oct 25, 2026 - 05:42
Urban transport: ‘ସହରାଞ୍ଚଳ ଗମନାଗମନ ଭିତ୍ତିଭୂମି ବଢ଼ିବା ଜରୁରୀ’: ୫୯ହଜାର କୋଟିର ୯ ମେଟ୍ରୋ ପ୍ରକଳ୍ପକୁ ମଞ୍ଜୁରି

ଭୁବନେଶ୍ବର: ୨୦୪୭ ସୁଦ୍ଧା ଦେଶର ସମୁଦାୟ ଜନସଂଖ୍ୟାର ୫୦ ପ୍ରତିଶତ ସହରାଞ୍ଚଳରେ ବସବାସ କରିବାର ଆକଳନ କରାଯାଉଛି।

ଯାହା ବର୍ତ୍ତମାନର ସମୁଦାୟ ଜନସଂଖ୍ୟାର ପ୍ରାୟ ୮୦ କୋଟି। ‌ ସହରାଞ୍ଚଳ କଳେବର ବୃଦ୍ଧି ପାଇବାରେ ଲାଗିଥିବାରୁ ଭବିଷ୍ୟତକୁ ଆଖି ଆଗରେ ରଖି ଆମକୁ ଏବେଠୁ ସହରାଞ୍ଚଳ ଗମନାଗମନ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ ବୋଲି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ୍‌ କହିଛନ୍ତି।

Advertisment Kalinga Ghati: କଳିଙ୍ଗା ଘାଟିରେ ଭୂସ୍ଖଳନ ସ୍ଥଳ ଏବଂ ରାସ୍ତା ଅନୁଧ୍ୟାନ କଲେ ଦିଲ୍ଲୀ ଆଇଆଇଟିର ବିଶେଷଜ୍ଞ ଦଳ ଭୁବନେଶ୍ବରରେ ଚାଲିଥିବା ଦୁଇଦିନିଆ ଅର୍ବାନ୍‌ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଲାଲ୍‌ କହିଥିଲେ, ଆଜି ପର୍ଯ୍ୟନ୍ତ ଆବଶ୍ୟକତା ଅନୁସାରେ ସହରୀ ଗମନାଗମନ ଯୋଗାଇଦେବା ଲକ୍ଷ୍ୟ ଥିଲା।

କିନ୍ତୁ ଏବେ ଭବିଷ୍ୟତ ଯୋଜନା ସହ ସହରୀ ଗମନାଗମନ ବିକାଶକୁ ଗୁରୁତ୍ବ ଦିଆଯାଇଛି।

ଏଥିସହ ପ୍ରସ୍ତାବିତ ଅର୍ଥନୈତିକ ଉନ୍ନୟନ ଜୋନ୍‌ରେ ସହରୀ ଗମନାଗମନାକୁ ଅନ୍ତର୍ଭୁକ୍ତ କରାଯିବ।

ସହରାଞ୍ଚଳରେ ମେଟ୍ରୋ, ବସ୍‌, ରେଳ ସେବା ଆଦିର ଉନ୍ନତ ସମନ୍ବିତ ବିକାଶ ବି କରାଯିବ।

ଯଦ୍ବାରା ଲୋକେ ଉପକୃତ ହୋଇପାରିବେ।

ସେମାନଙ୍କ ଜୀବନ ଧାରଣ, ଯାତ୍ରା ସୁଖଦ ଓ ଶୃଙ୍ଖଳିତ ତଥା ବ୍ୟବସ୍ଥିତ ହୋଇପାରିବ।

ଅର୍ବାନ୍‌ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଉଦ୍‌ଯାପିତ ୫୯ହଜାର କୋଟିର ୯ ମେଟ୍ରୋ ପ୍ରକଳ୍ପକୁ ମଞ୍ଜୁରି ଏହି ଅବସରରେ ସେ ଥ୍ରି-ଆଇର ମନ୍ତ୍ର ପଢ଼ାଇଛନ୍ତି।

ସେ କହିଛନ୍ତି, ଦେଶର ଭବିଷ୍ୟତ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥା ଏକୀକରଣ, ଅନ୍ତର୍ଭୁକ୍ତୀକରଣ ଓ ବୁଦ୍ଧିମତ୍ତା ଜରିଆରେ ପରିଚାଳନା ହେବା ଜରୁରି।

ଏଆଇ ଯୁଗରେ ଡିଜିଟାଇଜେସନ୍‌ ଏକ ଆହ୍ବାନ ପାଲଟିଛି।

ଆଗକୁ ଟେଲିକମ୍‌ ନେଟ୍‌ୱର୍କ, ମୋବାଇଲ୍‌ ଆପ୍‌, ରିୟଲ୍‌ ଟାଇମ୍‌ ଡାଟା ଆଦି ସହରାଞ୍ଚଳ ବିକାଶ ଯୋଜନା ସହ ଟ୍ରାଫିକ୍‌ ପରିଚାଳନାରେ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରଖାଯାଇଛି।

ପରିବେଶ ଅନୁକୂଳ ବାତାବରଣ ପାଇଁ ଚାଲିବା, ସାଇକ୍ଲିଂ କରିବା ଆଦି ଅଣମୋଟର ଚାଳିତ ଭିତ୍ତିଭୂମି ପ୍ରସ୍ତୁତକୁ ଗୁରୁତ୍ବ ଦିଆଯାଇଛି।

ଆଗକୁ ଭଲ ସାଇକେଲ୍‌ ଟ୍ରାକ୍‌, ଫୁଟ୍‌ପାଥ ବିକାଶ ସହ ଲୋକକୈନ୍ଦ୍ରିକ ଛକ ପ୍ରସ୍ତୁତିକୁ ଗୁରୁତ୍ବ ଦିଆଯାଇଛି।

ମହିଳା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ସୁବିଧାଜନକ ପରିବହନ ଉପରେ ବିଚାର କରାଯାଉଛି।

Narendra Modi: ଓଡ଼ିଶାରେ ଆଜି ଆରବିଆଇ ଡାଟା ସେଣ୍ଟର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାର ବି ମେଟ୍ରୋ ସେବାକୁ ଗୁରୁତ୍ବ ଦେଇଛନ୍ତି।

ନିକଟରେ ୫୯ହଜାର କୋଟି ଟଙ୍କାର ୯ ମେଟ୍ରୋ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

ଏହି ମେଟ୍ରୋ ସେବା ୧୭୪ କିଲୋମିଟର ଅଞ୍ଚଳରେ ଚାଲିବ।

ଇଲେକ୍ଟ୍ରିକ ବସ୍‌ ସେବାକୁ ବି ଗୁରୁତ୍ବ ଦିଆଯାଉଛି।

ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.

କୃଷ୍ଣଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ମିଳନୀରେ ସହରାଞ୍ଚଳ ଗମନାଗମନର ସମସ୍ୟା ଓ ସମାଧାନ ଉପରେ ୧୪ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସହରାଞ୍ଚଳ ଗମନାଗମନକୁ ସୁଗମ ଓ ସୁଦୃଢ଼ କରିବା ଦିଗରେ ୨୮ଟି ସଂସ୍ଥା ନିଜ ନିଜ ପ୍ରକଳ୍ପ ପ୍ରଦର୍ଶିତ ‌କରିଥିଲେ।

ଶ୍ରେଷ୍ଠ ପ୍ରକଳ୍ପକୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନେକ ସ୍କଲାର୍ସ ସମ୍ମିଳନୀରେ ଯୋଗଦେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।