US attack : ଟ୍ରମ୍ପଙ୍କ ଯୁଦ୍ଧ ନ କରିବା ଘୋଷଣା ମଧ୍ୟରେ ଇରାନର କେଶମ୍ ଦ୍ୱୀପରେ ଆମେରିକାର ଆକ୍ରମଣ

Nov 03, 2026 - 19:05
US attack : ଟ୍ରମ୍ପଙ୍କ ଯୁଦ୍ଧ ନ କରିବା ଘୋଷଣା ମଧ୍ୟରେ ଇରାନର କେଶମ୍ ଦ୍ୱୀପରେ ଆମେରିକାର ଆକ୍ରମଣ

ୱାସିଂଟନ: ଇରାନ ସହ ପୁଣି ଯୁଦ୍ଧ ଆରମ୍ଭ କରିବାକୁ ଆମେରିକା ଚାହୁନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିବାର କିଛି ସମୟ ମଧ୍ୟରେ ଇରାନର କେଶମ୍ ଦ୍ୱୀପ ଉପରେ ଆମେରିକା ଆକ୍ରମଣ କରିଥିବା ଖବର ପ୍ରକାଶ ପାଇଛି।

ସୋମବାର ଏହି ଆକ୍ରମଣ ହୋଇଥିବା ନେଇ ଆମେରିକୀୟ ଅଧିକାରୀଙ୍କ ସୂଚନା ଆଧାରରେ 'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍' ରିପୋର୍ଟ କରିଛି।

ଆମେରିକାର ଅଧିକାରୀମାନେ ଏହାକୁ ଯୁଦ୍ଧ ଆରମ୍ଭ କରିବା ପାଇଁ ନୁହେଁ, ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟି ଓ ସମ୍ପତ୍ତିର ସୁରକ୍ଷା ପାଇଁ କରାଯାଇଥିବା ପ୍ରତିରକ୍ଷାମୂଳକ କାର୍ଯ୍ୟ ବୋଲି କହିଛନ୍ତି।

ତେବେ ଟ୍ରମ୍ପଙ୍କ ଯୁଦ୍ଧ ନ କରିବା ଘୋଷଣା ଓ ଆକ୍ରମଣ ଖବର ମଧ୍ୟରେ ଥିବା ବିରୋଧାଭାସ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Advertisment ଇରାନର ସରକାରୀ ସମ୍ବାଦ ସଂସ୍ଥା 'ଇର୍ନା' ଅନୁଯାୟୀ, କେଶମ୍ ଦ୍ୱୀପରେ ଏକାଧିକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା।

କିନ୍ତୁ ଏହି ବିସ୍ଫୋରଣ ଆମେରିକାର ଆକ୍ରମଣ ଯୋଗୁଁ ହୋଇଥିଲା କି ନାହିଁ, ତାହା ଇରାନ ସରକାର ସ୍ପଷ୍ଟ କରିନାହାନ୍ତି।

ଆକ୍ରମଣରେ କେଉଁ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି, କେତେ ଲୋକ ମୃତାହତ ହୋଇଛନ୍ତି କିମ୍ବା କେତେ କ୍ଷୟକ୍ଷତି ହୋଇଛି, ସେ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ମିଳିନାହିଁ।

ସାମରିକ ଓ ରଣନୈତିକ ଦୃଷ୍ଟିରୁ ଦ୍ୱୀପର ଗୁରୁତ୍ୱ ଅଧିକ କେଶମ୍ ହେଉଛି ଇରାନର ଦକ୍ଷିଣ ଉପକୂଳରେ ଥିବା ଏକ ବଡ଼ ଦ୍ୱୀପ।

ଏହା ହର୍ମୁଜ୍ ପ୍ରଣାଳୀ ର ପ୍ରବେଶପଥ ନିକଟରେ ଅବସ୍ଥିତ।

ବିଶ୍ୱର ତୈଳ ପରିବହନର ଏକ ପ୍ରମୁଖ ସମୁଦ୍ରପଥ ହେଉଛି ହର୍ମୁଜ୍ ପ୍ରଣାଳୀ।

ଏହି ଦ୍ୱୀପରେ ଇରାନର ଭୂତଳ କ୍ଷେପଣାସ୍ତ୍ର ଘାଟି, ନୌସେନା ଘାଟି ଓ ସମୁଦ୍ର ଜଳକୁ ପାନୀୟ ଜଳରେ ପରିଣତ କରୁଥିବା କେନ୍ଦ୍ର ରହିଛି।

ତେଣୁ ସାମରିକ ଓ ରଣନୈତିକ ଦୃଷ୍ଟିରୁ ଏହି ଦ୍ୱୀପର ଗୁରୁତ୍ୱ ଅଧିକ।

ଆମେରିକୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଇରାନର ଭୂମିରୁ ଆକାଶକୁ ମାଡ଼ କରୁଥିବା କ୍ଷେପଣାସ୍ତ୍ର ଯୋଗୁଁ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସାମରିକ ଘାଟି ବିପଦରେ ପଡ଼ିଥିଲା।

ଏହି ବିପଦ ଦୂର କରିବା ପାଇଁ ଆକ୍ରମଣ କରାଯାଇଥିଲା।

ଇରାନ ପକ୍ଷରୁ ଆମେରିକୀୟ ବିମାନ ଉପରେ ଆକ୍ରମଣ ହେବା ପରେ ଆମେରିକା ଏହାର ଜବାବ ଦେଇଥିବା ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

ତେବେ ଏହି ଘଟଣା ସମ୍ପର୍କରେ ଇରାନର ପ୍ରତିକ୍ରିୟା ମିଳିନାହିଁ।

ଆମେରିକାର କେନ୍ଦ୍ରୀୟ ସାମରିକ କମାଣ୍ଡ ମଧ୍ୟ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।

ଚଳିତ ବର୍ଷ ଫେବ୍ରୁଆରିରୁ ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ଲାଗି ରହିଛି।

ଆମେରିକା ଓ ଇସ୍ରାଏଲ୍‌ର ଆକ୍ରମଣ ପରେ ଇରାନ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟି ଓ ସଂସ୍ଥାକୁ ଟାର୍ଗେଟ୍ କରିଥିଲା।

ଏହାର ପ୍ରଭାବରେ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଏହାର ଜବାବରେ ଆମେରିକା ଇରାନ ଉପରେ ନୌସାମରିକ ଅବରୋଧ ଲଗାଇଥିଲା।

ଜୁନ୍‌ରେ ଯୁଦ୍ଧବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିଲେ ମଧ୍ୟ ହର୍ମୁଜ୍ ପ୍ରଣାଳୀ ଓ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ମତଭେଦ ଯୋଗୁଁ ଆଲୋଚନା ଆଗକୁ ବଢ଼ିପାରିନଥିଲା।

ସୋମବାର ୱାସିଂଟନରେ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଥିଲେ ଯେ ଗତ କିଛି ସପ୍ତାହ ଧରି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇନାହିଁ।

ନଭେମ୍ବର ୩ରେ ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ପୁଣି ଆକ୍ରମଣ କରିବାକୁ ଯୋଜନା ଅଛି କି ବୋଲି ପଚରାଯିବାରୁ ସେ ନା କହିଥିଲେ।

ଏଥିସହ ଇରାନ ସହ ଏକ ଚୁକ୍ତି ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ।

ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ଜେ.ଡି.

ଭାନ୍ସ ମଧ୍ୟ ଇରାନ ସହ ଆଲୋଚନା ଭଲ ହୋଇଥିବା କହିଛନ୍ତି।

ଇରାନର ସୁରକ୍ଷା ମୁଖ୍ୟ ମୋହସେନ୍ ରେଜାଇଙ୍କ ନିକଟକୁ ଭାନ୍ସ ଏକ ପତ୍ର ପଠାଇଥିବା ଏବଂ ଏଥିରେ ସିଧାସଳଖ ଆଲୋଚନା ପାଇଁ ପ୍ରସ୍ତାବ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

ଏଭଳି ସ୍ଥିତିରେ ଗୋଟିଏ ପଟେ ଆଲୋଚନା ଓ ଚୁକ୍ତି ପାଇଁ ଆମେରିକାର ଆଗ୍ରହ ଏବଂ ଅନ୍ୟପଟେ ଇରାନରେ ଆକ୍ରମଣ ଖବର ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବା ନେଇ ସନ୍ଦେହ ସୃଷ୍ଟି କରିଛି।

ମୋବାଇଲ୍‌ ଚୋରି ସନ୍ଦେହରେ ଅପହରଣ କରି ମାରିଦେଲେ, ୪ଜଣ ଅଟକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।