US DHSର ପୋଷ୍ଟକୁ ନେଇ ବିବାଦ; ଶିଖ୍ ଓ ଭାରତୀୟ ସଂଗଠନର ତୀବ୍ର ପ୍ରତିବାଦ

Sep 10, 2026 - 19:37
US DHSର ପୋଷ୍ଟକୁ ନେଇ ବିବାଦ; ଶିଖ୍ ଓ ଭାରତୀୟ ସଂଗଠନର ତୀବ୍ର ପ୍ରତିବାଦ

"ୱାସିଂଟନ: ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚ୍‌ଏସ୍‌) ପକ୍ଷରୁ "ମିଷ୍ଟର ସିଂହ"ଙ୍କୁ ଦେଶ ଛାଡ଼ିବାକୁ କୁହାଯାଇଥିବା ଏକ ବିଜ୍ଞାପନକୁ ନେଇ ବଡ଼ ବିବାଦ ଦେଖାଦେଇଛି।

ବୁଧବାର ଡିଏଚ୍‌ଏସ୍‌ର ଆଧିକାରିକ ଏକ୍ସ ଆକାଉଣ୍ଟରେ ଏହି ପୋଷ୍ଟ କରାଯାଇଥିଲା।

ଏଥିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ "ଟ୍ରାନ୍ସଫର୍ମର୍ସ" ଚଳଚ୍ଚିତ୍ର ଶୈଳୀର ଚିତ୍ର ବ୍ୟବହାର କରାଯାଇଛି।

ଚିତ୍ରରେ ଦାଢ଼ି ଥିବା ଜଣେ ଭାରତୀୟ ବ୍ୟକ୍ତିଙ୍କୁ ଦେଖାଇ ତାଙ୍କୁ "ମିଷ୍ଟର ସିଂହ" ବୋଲି ସମ୍ବୋଧନ କରାଯାଇଛି।

ଏହା ସହ "ଦେଶ ଛାଡ଼, ନଚେତ୍‌ ପରିଣାମ ଭୋଗ" ଭଳି ବାର୍ତ୍ତା ଦିଆଯାଇଛି।Advertisment ବିଜ୍ଞାପନରେ "ଆମେରିକା ଆମେରିକୀୟଙ୍କ ପାଇଁ।

ଆମ ରାସ୍ତାରୁ ହଟନ୍ତୁ, ଆପଣଙ୍କୁ ଗାଡ଼ି ଚଳାଇବା ଜଣାନାହିଁ, ମିଷ୍ଟର ସିଂହ" ବୋଲି ଲେଖାଯାଇଛି।

ଏହାର ଉଦ୍ଦେଶ୍ୟ ଲାଇସେନ୍ସ ନଥିବା ବାଣିଜ୍ୟିକ ଗାଡ଼ି ଚାଳକଙ୍କ ବିରୋଧରେ ଡିଏଚ୍‌ଏସ୍‌ର ଅଭିଯାନକୁ ପ୍ରଚାର କରିବା ବୋଲି କୁହାଯାଇଛି।

ଆମେରିକାରେ ଅବୈଧ ଭାବେ ରହୁଥିବା ପ୍ରବାସୀଙ୍କୁ ସ୍ୱେଚ୍ଛାରେ ଦେଶ ଛାଡ଼ିବା ପାଇଁ ଉତ୍ସାହିତ କରିବା ମଧ୍ୟ ଏହି ଅଭିଯାନର ଉଦ୍ଦେଶ୍ୟ।

Job fraud: ମିଛ ନିଯୁକ୍ତି ବିଜ୍ଞାପନ ଦେଇ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‌; ଅଭିଯୁକ୍ତ ଗିରଫ ଏହି ଅଭିଯାନର ଅନ୍ୟ ଏକ ଭିଡିଓରେ "ଟ୍ରାନ୍ସଫର୍ମର୍ସ" ଚଳଚ୍ଚିତ୍ରର ଚରିତ୍ର ମେଗାଟ୍ରନ୍‌କୁ ଦେଖାଯାଇଛି।

ସେଥିରେ ଟ୍ରକ୍‌ ଚାଳକ ହରଜିନ୍ଦର ସିଂହ, ରାଜିନ୍ଦର କୁମାର, ବେକ୍‌ଜାନ୍‌ ବେଇଶେକେଭ୍‌, ଅଖରୋର ବୋଜୋରୋଭ୍‌ ଓ ଜସବୀର ସିଂହଙ୍କ ନାମ ରହିଛି।

ଏମାନେ ସଡ଼କ ଦୁର୍ଘଟଣା ଓ ଅନ୍ୟ ଅପରାଧରେ ଜଡ଼ିତ ଥିବା ଡିଏଚ୍‌ଏସ୍‌ ଦାବି କରିଛି।

ଡିଏଚ୍‌ଏସ୍‌ର ଏହି ପୋଷ୍ଟକୁ ହିନ୍ଦୁ ଆମେରିକାନ୍‌ ଫାଉଣ୍ଡେସନ୍‌ (ଏଚ୍‌ଏଏଫ୍‌) ଓ ଶିଖ୍ କୋଆଲିସନ୍‌ ତୀବ୍ର ବିରୋଧ କରିଛନ୍ତି।

ଏଚ୍‌ଏଏଫ୍‌ ଏହାକୁ ଜାତିଭିତ୍ତିକ ଅପମାନ, ଭାରତୀୟବିରୋଧୀ ଓ ଅଣଆମେରିକୀୟ ବୋଲି କହିଛି।

ଏଭଳି ପୋଷ୍ଟ ପାଇଁ ତଦନ୍ତ ହେବା ଦରକାର ବୋଲି ସଂଗଠନ କହିଛି।

ସହାୟକ ଆଟର୍ଣ୍ଣି ଜେନେରାଲ୍‌ ହରମିତ୍‌ କେ.

ଧିଲୋନ୍‌ ଓ ଏଫ୍‌ବିଆଇ ନିର୍ଦ୍ଦେଶକ କାଶ୍‌ ପଟେଲଙ୍କୁ ମଧ୍ୟ ଏହି ପୋଷ୍ଟରେ ଟ୍ୟାଗ୍‌ କରାଯାଇଛି।

ଶିଖ୍ କୋଆଲିସନ୍‌ କହିଛି, ଆମେରିକାରେ ଲକ୍ଷ ଲକ୍ଷ ଶିଖ୍‌ଙ୍କ ଉପନାମ ସିଂହ।

ତେଣୁ "ସିଂହ" ନାମକୁ ନେଇ ଏଭଳି ପ୍ରଚାର କରିବା ସମଗ୍ର ସମୁଦାୟକୁ ଟାର୍ଗେଟ୍‌ କରିବା ସହ ସମାନ।

ସଂଗଠନ ଅଭିଯୋଗ କରିଛି ଯେ, ୨୦୦୧ ସେପ୍ଟେମ୍ବର ୧୧ ଆକ୍ରମଣର ୨୫ ବର୍ଷ ପରେ ମଧ୍ୟ ଶିଖ୍‌ମାନେ ସେମାନଙ୍କ ଚେହେରା ଓ ପରିଚୟ ପାଇଁ ଟାର୍ଗେଟ୍‌ ହେଉଛନ୍ତି।

ଡିଏଚ୍‌ଏସ୍‌ର ବିବାଦୀୟ ପୋଷ୍ଟକୁ ନେଇ ଏବେ ଆମେରିକାରେ ଭାରତୀୟ ଓ ଶିଖ୍ ସମୁଦାୟ ମଧ୍ୟରେ ଅସନ୍ତୋଷ ବଢ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।