US Forces Ready For Iran Strikes: ଇରାନ ଉପରେ ଆମେରିକାର ଆକ୍ରମଣ ପ୍ରସ୍ତୁତି, ଟ୍ରମ୍ପଙ୍କ ଅନୁମତିକୁ ଅପେକ୍ଷା
ଇରାନ ଉପରେ ପୁଣି ଆକ୍ରମଣ ପାଇଁ ଆମେରିକାର ଜୋରଦାର ପ୍ରସ୍ତୁତି।
କେବଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗ୍ରୀନ୍ ସିଗନାଲ୍କୁ ଅପେକ୍ଷା।
ନିର୍ଦ୍ଦେଶ ମିଳିବାର ୯୬ ଘଣ୍ଟା ମଧ୍ୟରେ ବଡ଼ଧରଣର ସାମରିକ ଅଭିଯାନ ଆରମ୍ଭ କରିବାକୁ ଆମେରିକୀୟ ସେନା ପ୍ରସ୍ତୁତ ଥିବା ସିଏନ୍ଏନ୍ର ଏକ ରିପୋର୍ଟରେ ଦାବି କରାଯାଇଛି।
ଏଥର ଆକ୍ରମଣ କେବଳ କ୍ଷେପଣାସ୍ତ୍ର ଘାଟିରେ ସୀମିତ ରହିବ ନାହିଁ, ଇରାନର ପରମାଣୁ କେନ୍ଦ୍ର ଓ ଶକ୍ତି ଭିତ୍ତିଭୂମି ମଧ୍ୟ ଟାର୍ଗେଟ୍ରେ ରହିପାରେ।
ତେବେ ଟ୍ରମ୍ପ ଏଯାଏଁ ଆକ୍ରମଣ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି।
Advertisment ଇରାନକୁ ଘେରିବା ପାଇଁ ଆମେରିକାର ସାମରିକ ପ୍ରସ୍ତୁତି ଜୋରଦାର ହୋଇଥିବା ରିପୋର୍ଟରେ କୁହାଯାଇଛି।
ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଓ ପେଣ୍ଟାଗନ୍ ଆକ୍ରମଣ ପାଇଁ ବିଭିନ୍ନ ଟାର୍ଗେଟ୍ର ତାଲିକା ପ୍ରସ୍ତୁତ କରୁଛନ୍ତି।
ଏଥିରେ ଇରାନର ସାମରିକ ଘାଟି, କ୍ଷେପଣାସ୍ତ୍ର ପ୍ରଣାଳୀ, ପରମାଣୁ କେନ୍ଦ୍ର ଓ ଶକ୍ତି ଭିତ୍ତିଭୂମି ସାମିଲ ଥିବା ଦାବି କରାଯାଇଛି।
ତେବେ ଆକ୍ରମଣ କେବେ ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଆକ୍ରମଣର ସମ୍ଭାବନା ଅଧିକ ଥିବା ନେଇ କିଛି ଅଧିକାରୀ ଆକଳନ କରିଛନ୍ତି।
ତେବେ ଟ୍ରମ୍ପ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇପାରନ୍ତି ବୋଲି ମଧ୍ୟ ରିପୋର୍ଟରେ ସତର୍କ କରାଯାଇଛି।
Advertisment ଆମେରିକା ଓ ଇସ୍ରାଏଲ୍ ଯଦି ଇରାନ ଉପରେ ନୂଆ ଆକ୍ରମଣ କରନ୍ତି, ତେବେ ଇରାନ ସହ ୟେମେନର ହୁତି ବିଦ୍ରୋହୀମାନେ ମଧ୍ୟ ପାଲଟା ଜବାବ ଦେଇପାରନ୍ତି।
ଆମେରିକାର ଗୁଇନ୍ଦା ଆକଳନ ଅନୁସାରେ, ଏହି ପ୍ରତିଆକ୍ରମଣ କେବଳ ମଧ୍ୟପ୍ରାଚ୍ୟରେ ସୀମିତ ନ ରହି ଅନ୍ୟ ଦେଶକୁ ମଧ୍ୟ ବ୍ୟାପିପାରେ।
ଆମେରିକୀୟ କର୍ମଚାରୀ ଓ ସାମରିକ ପ୍ରତିଷ୍ଠାନଗୁଡ଼ିକ ସମ୍ଭାବ୍ୟ ଟାର୍ଗେଟ୍ ହୋଇପାରନ୍ତି।
ରିପୋର୍ଟ ଅନୁସାରେ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିର୍ବାଚନ ପୂର୍ବରୁ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ଟ୍ରମ୍ପଙ୍କ ସମର୍ଥନ ଲୋଡ଼ିଥିଲେ।
କିନ୍ତୁ ଟ୍ରମ୍ପ ସବୁଜ ସଙ୍କେତ ଦେଇନଥିବା ଦାବି କରାଯାଇଛି।
ତେବେ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହି ଦାବିକୁ 'ମିଥ୍ୟା ଖବର' ବୋଲି ଖଣ୍ଡନ କରିଛି।
ଅନ୍ୟପଟେ, ଇରାନର ସମ୍ଭାବ୍ୟ ପ୍ରତିଆକ୍ରମଣକୁ ରୋକିବା ପାଇଁ ଇସ୍ରାଏଲ୍କୁ ଆମେରିକାର କ୍ଷେପଣାସ୍ତ୍ର ପ୍ରତିରକ୍ଷା ସହାୟତା ଆବଶ୍ୟକ ହୋଇପାରେ।
ତେଣୁ ଆଗାମୀ ଦିନରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବେ କି ନାହିଁ, ତାହା ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।