US Open: ୟୁଏସ୍‌ ଓପନ୍‌: ମେନ୍‌ସିକ୍‌-ମୁଚୋଭାଙ୍କୁ ମିଶ୍ରିତ ଯୁଗଳ ଟ୍ରଫି

Aug 27, 2026 - 11:38
US Open: ୟୁଏସ୍‌ ଓପନ୍‌: ମେନ୍‌ସିକ୍‌-ମୁଚୋଭାଙ୍କୁ ମିଶ୍ରିତ ଯୁଗଳ ଟ୍ରଫି

"ନ୍ୟୁୟର୍କ: ଚଳିତ ୟୁଏସ୍‌ ଓପନ୍‌ ମିଶ୍ରିତ ଯୁଗଳରେ ଚେକ୍‌ଗଣରାଜ୍ୟ ଯୋଡ଼ି ଜାକୁବ ମେନ୍‌ସିକ ଓ କାରୋଲିନା ମୁଚୋଭା ବିଜେତା ହୋଇଛନ୍ତି।

ଗୁରୁବାର ଫାଇନାଲ୍‌ରେ ଏହି ଯୋଡ଼ି ୬-୩, ୧-୬, ୧୦-୬ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଇଟାଲି ଓ ସ୍ବିଜରଲାଣ୍ଡ ଯୋଡ଼ି ଫାଭିଓ କୋବୋଲି- ବେଲିନ୍ଦା ବେନସିକ୍‌ଙ୍କୁ ପରାସ୍ତ କରିଛନ୍ତି।

ଏଥି ସହ ଏହି ଯୋଡ଼ି ଏକାଠି ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିବାର ଗୌରବ ପାଇଛନ୍ତି।

ପୂର୍ବରୁ ସେମିଫାଇନାଲ୍‌ରେ କୋବୋଲି ଓ ବେନ୍‌ସିକ୍‌ ୪-୫, ୪-୧, ୧୦-୫ ସେଟ୍‌ରେ ଗେଲ୍‌ ମନ୍‌ଫିଲ୍ସ ଓ ଏଲିନା ସ୍ବି‌ତୋଲିନାଙ୍କୁ ପରାସ୍ତ କରିଥିଲେ।

ସେହିଭଳି ମନ୍‌ଫିଲ୍ସ ଓ ସ୍ବିତୋଲିନାଙ୍କୁ ୫-୪, ୩-୫, ୧୧-୯ ସେଟ୍‌ରେ ଆନ୍ଦ୍ରେ ରୁବଲେଭ ଓ ମୀରା ଆନ୍ଦ୍ରିଭାଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ।Advertisment ମଙ୍ଗଳବାରଠୁ ଆରମ୍ଭ ହୋଇଥିଲା ୧୬ ଦଳୀୟ ପ୍ରତିଯୋଗିତା ଗତ ବର୍ଷଠୁ ୟୁଏସ୍‌ ଓପନ୍‌କୁ ଅଧିକ ଲୋକପ୍ରିୟ କରିବା ଲାଗି ମୁଖ୍ୟ ପ୍ରତିଯୋଗିତାର ସପ୍ତାହ ପୂର୍ବରୁ ଏକକର ଶୀର୍ଷସ୍ତରୀୟ ଖେଳାଳିଙ୍କୁ ନେଇ ମିଶ୍ରିତ ଯୁଗଳ ଇଭେଣ୍ଟ୍‌ ଖେଳାଯାଉଛି।

ଏହି ୧୬ ଦଳୀୟ ପ୍ରତିଯୋଗିତା ମଙ୍ଗଳବାରଠୁ ଆରମ୍ଭ ହୋଇଥିଲା।

ଏଥିରେ ତାରକା ଯୋଡ଼ି ନୋଭାକ ଜୋକୋଭିକ୍‌ ଓ ଆରିନା ସାବାଲେଙ୍କା ଏବଂ କାର୍ଲୋସ ଆଲ୍‌କାରାଜ ଓ ସେରେନା ୱିଲିୟମ୍ସ ଅଂଶଗ୍ରହଣ କରିଥିଲେ।

ଏମ୍‌ବାପେଙ୍କ ହ୍ୟାଟ୍ରିକରେ୍‌ ରିଅଲ୍‌ ମାଦ୍ରିଦ୍‌ ବିଜୟୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।