US Postal Service: ବିଦେଶରେ ଚମକିଲା ଭାରତୀୟ କଳା! ଆମେରିକା ଡାକ ଟିକେଟ୍ରେ ଝୋଟି
ନୂଆଦିଲ୍ଲୀ: ଭାରତୀୟ କଳାର କମାଲ୍… ବିଦେଶ ମାଟିରେ ଦେଶର ପରମ୍ପରାର ଝଲକ!
ରଙ୍ଗବେରଙ୍ଗର ଝୋଟି ଏବେ ଆମେରିକାର ଡାକ ଟିକେଟ୍ରେ।
ଯେଉଁ କଳା ଭାରତୀୟ ଘର ଅଗଣାରେ ଶୁଭ ଓ ସମୃଦ୍ଧିର ପ୍ରତୀକ ଭାବେ ସଜାଯାଏ, ତାହାକୁ ମିଳିଛି ଅନ୍ତର୍ଜାତୀୟ ସମ୍ମାନ।
ଦୀପାବଳି ପୂର୍ବରୁ ଆମେରିକାର ଡାକ ସେବା ୟୁଏସ୍ପିଏସ୍ ପକ୍ଷରୁ ଜାରି ହୋଇଛି ଏକ ସ୍ୱତନ୍ତ୍ର ଡାକ ଟିକେଟ୍।
ଏଥିରେ ସ୍ଥାନ ପାଇଛି ଭାରତୀୟ ପାରମ୍ପରିକ ରଙ୍ଗୋଲିର ମନମୁଗ୍ଧକର ଡିଜାଇନ୍।
ଦୀର୍ଘ ୧୦ ବର୍ଷ ପରେ ଦୀପାବଳି ଅବସରରେ ଆମେରିକାରେ ପୁଣି ଜାରି ହୋଇଛି ଏଭଳି ଡାକ ଟିକେଟ୍।
ଏହା କେବଳ ଏକ ଟିକେଟ୍ ନୁହେଁ, ବରଂ ଭାରତୀୟ ସଂସ୍କୃତି, ପରମ୍ପରା ଓ କଳାର ବିଶ୍ୱସ୍ତରୀୟ ପରିଚୟ।
ଏହି ସୁନ୍ଦର ରଙ୍ଗୋଲି ଡିଜାଇନ୍ ପଛରେ ରହିଛି ହ୍ୟୁଷ୍ଟନ୍ରେ ରହୁଥିବା ଭାରତୀୟ କଳାକାର ସଙ୍ଗୀତା ଭୁତାଡ଼ାଙ୍କ ହାତ।
Advertisment ଆତଙ୍କବାଦ ପ୍ରସଙ୍ଗରେ ଭାରତ ସହ ଆମେରିକାର ଚିନ୍ତା ସମାନ: ରୁବିଓ ପ୍ରାୟ ୩୦ ବର୍ଷ ଧରି ସେ ରଙ୍ଗୋଲିର ଏହି ପ୍ରାଚୀନ ଲୋକକଳାକୁ ଅଭ୍ୟାସ କରି ଆସୁଛନ୍ତି।
ତାଙ୍କର ଏହି ଡିଜାଇନ୍କୁ ଆଧାର କରି ପ୍ରସ୍ତୁତ ହୋଇଛି ଆମେରିକାର ସ୍ୱତନ୍ତ୍ର ଡାକ ଟିକେଟ୍।
ଆଠ ଫୁଟ୍ ବ୍ୟାସର ମୂଳ ରଙ୍ଗୋଲିରେ ଧଳା ସହ ନୀଳ, ନାରଙ୍ଗୀ, ସବୁଜ ଓ ନାଲି ଭଳି ଉଜ୍ଜ୍ୱଳ ରଙ୍ଗର ବ୍ୟବହାର ହୋଇଥିଲା।
ଚାଉଳ ଗୁଣ୍ଡ, ଚକ୍ ଓ ଫୁଲର ପାଖୁଡ଼ା ଭଳି ସାମଗ୍ରୀରେ ତିଆରି ହେଉଥିବା ଏହି କଳାକୁ ଶୁଭ ଓ ସୌଭାଗ୍ୟର ପ୍ରତୀକ ଭାବେ ଦେଖାଯାଏ।
ଅକ୍ଟୋବର ୨୧ ତାରିଖରେ ୱାଶିଂଟନ୍ସ୍ଥିତ ଭାରତୀୟ ଦୂତାବାସରେ ଏହି ଟିକେଟ୍ର ଉନ୍ମୋଚନ କରାଯାଇଥିଲା।
ଏଥିରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା, ୟୁଏସ୍ପିଏସ୍ର ବରିଷ୍ଠ ଉପସଭାପତି ଶିବାନୀ ଗମ୍ଭୀର ଓ କଳାକାର ସଙ୍ଗୀତା ଭୁତାଡ଼ା ଉପସ୍ଥିତ ଥିଲେ।
ଆମେରିକାର ଡାକ ସେବା ପକ୍ଷରୁ ଏହା ଦ୍ୱିତୀୟ ଦୀପାବଳି ଡାକ ଟିକେଟ୍।
ଏହା ପୂର୍ବରୁ ୨୦୧୬ରେ ମଧ୍ୟ ଦୀପାବଳି ଉପଲକ୍ଷେ ଏକ ଟିକେଟ୍ ଜାରି ହୋଇଥିଲା।
ୟୁଏସ୍ପିଏସ୍ ପକ୍ଷରୁ ବିଶ୍ୱର ବିଭିନ୍ନ ସଂସ୍କୃତିକୁ ସମ୍ମାନ ଦେବା ପାଇଁ ୧୮୯୩ ମସିହାରୁ ଡାକ ଟିକେଟ୍ ଜାରି କରାଯାଉଛି।
ଏହି ନୂଆ ଟିକେଟ୍ ଭାରତୀୟ କଳା ଓ ପରମ୍ପରାର ସୌନ୍ଦର୍ଯ୍ୟକୁ ଆମେରିକାର ଲୋକଙ୍କ ନିକଟରେ ପହଞ୍ଚାଇବ।
ସତରେ, ମାଟି ଭାରତର ହେଉ କି ବିଦେଶର, ନିଜ କଳା ଓ ସଂସ୍କୃତିର ରଙ୍ଗ କେବେ ଫିକା ପଡ଼େନାହିଁ।
ଆଉ ଆଜି ଆମେରିକାର ଡାକ ଟିକେଟ୍ରେ ଚମକୁଥିବା ଏହି ରଙ୍ଗୋଲି ତାହାର ଏକ ଉଜ୍ଜ୍ୱଳ ଉଦାହରଣ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।