USA: ଆମେରିକା ଛାଡ଼ି ବିହାର ଗାଁରେ ରହୁଛନ୍ତି ଆମେରିକୀୟ ମହିଳା, ଭାରତୀୟ ଯୁବକଙ୍କୁ ବିବାହ ପରେ ବଦଳିଗଲା ଜୀବନଶୈଳୀ

Sep 18, 2026 - 21:28
USA: ଆମେରିକା ଛାଡ଼ି ବିହାର ଗାଁରେ ରହୁଛନ୍ତି ଆମେରିକୀୟ ମହିଳା, ଭାରତୀୟ ଯୁବକଙ୍କୁ ବିବାହ ପରେ ବଦଳିଗଲା ଜୀବନଶୈଳୀ

"ପାଟନା: ଆମେରିକାର ଆଟଲାଣ୍ଟାରେ ବଢ଼ିଥିବା ଜଣେ ମହିଳା ବିବାହ ପରେ ବିହାରର ଏକ ଗାଁରେ ରହି ଏବେ ଚର୍ଚ୍ଚାରେ ଅଛନ୍ତି।

ହୋପ୍‌ ସିଂହ ନାମ୍ନୀ ଏହି ଆମେରିକୀୟ ମହିଳା ଭାରତୀୟ ଯୁବକ ଅଭିଷେକ ସିଂହଙ୍କୁ ୨୦୨୩ରେ ବିବାହ କରିଥିଲେ।

ଅଭିଷେକ ହୋଟେଲ ବ୍ୟବସାୟ ସହ ଜଡ଼ିତ।

ହୋପ୍‌ ୨୦୨୫ ଅକ୍ଟୋବରରେ ପ୍ରଥମଥର ଭାରତ ଆସିଥିଲେ।

ଏବେ ସେ ସ୍ୱାମୀ ଓ ଛୋଟ ପୁଅଙ୍କ ସହ ବିହାରର ଏକ ଗାଁରେ ପ୍ରାୟ ୬ ମାସ ହେଲା ରହୁଛନ୍ତି।Advertisment ହୋପ୍‌ଙ୍କ ଦୈନନ୍ଦିନ ଜୀବନର ଭିଡିଓ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।

ଆମେରିକାର ଆଧୁନିକ ଜୀବନଠାରୁ ଭିନ୍ନ ଭାବେ ଗାଁର ସାଧାରଣ ଜୀବନରେ ସେ କିପରି ଖାପ ଖୁଆଇଛନ୍ତି, ତାହା ତାଙ୍କ ଭିଡିଓରେ ଦେଖିବାକୁ ମିଳୁଛି।

ସେ ପ୍ଲାଷ୍ଟିକ୍‌ ଟବ୍‌ରେ ହାତରେ କପଡ଼ା ସଫା କରୁଛନ୍ତି, ନିଜେ ବାସନ ମାଜୁଛନ୍ତି ଏବଂ ପାରମ୍ପରିକ ଚୁଲିରେ ରୋଷେଇ କରୁଛନ୍ତି।

ଘର ସଫା କରିବା, ଶୁଖାଇଥିବା କପଡ଼ା ଆଣିବା ଓ ଅତିଥିଙ୍କ ପାଇଁ ଚା" ପ୍ରସ୍ତୁତ କରିବା ମଧ୍ୟ ତାଙ୍କ ଦୈନନ୍ଦିନ କାମର ଅଂଶ ହୋଇଛି।

ଭାରତୀୟ ପୋଷାକ ଓ ପରମ୍ପରାକୁ ମଧ୍ୟ ସେ ଆପଣାଇଥିବା ଭିଡିଓରୁ ଜଣାପଡ଼ିଛି।

ହୋପ୍‌ଙ୍କୁ କୁର୍ତ୍ତା, ଶାଢ଼ି ଓ ସିନ୍ଦୂରରେ ଦେଖିବାକୁ ମିଳୁଛି।

ସେ ଭାରତୀୟ ଖାଦ୍ୟ ପ୍ରସ୍ତୁତ କରୁଥିବା ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି।

ସମୋସା ଚାଟ୍‌, ପାଓ ଭାଜି ଓ ରୁଟି ପ୍ରସ୍ତୁତ କରିବା ସହ ସ୍ଥାନୀୟ ଭାଷାରେ କଥା ହେବାକୁ ମଧ୍ୟ ସେ ଚେଷ୍ଟା କରୁଛନ୍ତି।

ଏକ ଭିଡିଓରେ ତାଙ୍କ ଖାଦ୍ୟରେ ଭାତ, ଡାଲି ଓ ଆଳୁ-ଫୁଲକୋବି ତରକାରି ଥିବା ଦେଖାଯାଇଛି।

ଆହୁରି ପଢନ୍ତୁ: Paralakhemundi Firecracker ବାଣ ଗୋଦାମରେ ପୁଣି ପୁଲିସ ଚଢ଼ାଉ ହୋପ୍‌ଙ୍କ କହିବା ଅନୁସାରେ, ସରଳ ଓ ନିଜସ୍ୱ ଭାବେ ଜୀବନ ବିତାଇବାର ଇଚ୍ଛା ତାଙ୍କୁ ଭାରତର ଗାଁରେ ରହିବାକୁ ଆକର୍ଷିତ କରିଛି।

ସେ ଭବିଷ୍ୟତରେ ଭାରତରେ ସ୍ଥାୟୀ ଭାବେ ରହିବା ନେଇ ମଧ୍ୟ ଚିନ୍ତା କରୁଛନ୍ତି।

ତାଙ୍କ ଗାଁ ଜୀବନର ଭିଡିଓକୁ ନେଇ ସୋସିଆଲ ମିଡିଆରେ କେତେକ ଲୋକ ପ୍ରଶଂସା କରିଥିବା ବେଳେ କିଛି ଲୋକ ତାଙ୍କ ନିଷ୍ପତ୍ତି ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।