Vaibhav Sooryavanshi's Age Sparks Debate: ବୈଭବ ସତରେ ୧୫ ବର୍ଷର କି? ବଡ ବୟାନ ଦେଲେ ଅଷ୍ଟ୍ରେଲିଆ ମହାନ ବୋଲର

Aug 09, 2026 - 10:32
Vaibhav Sooryavanshi's Age Sparks Debate: ବୈଭବ ସତରେ ୧୫ ବର୍ଷର କି? ବଡ ବୟାନ ଦେଲେ ଅଷ୍ଟ୍ରେଲିଆ ମହାନ ବୋଲର

ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଚର୍ଚ୍ଚା। ଭାରତ ବାହାରେ ଏବେ ବି ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ, ବୈଭବ ସତରେ ୧୫ ବର୍ଷର କି? ଏହି ପ୍ରଶ୍ନ ଉପରେ ଏବେ ମୁହଁ ଖୋଲିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି।

ବ୍ରେଟ୍ ଲିଙ୍କ କହିବା ଅନୁସାରେ, ଭାରତ ବାହାରେ ବୈଭବଙ୍କ ବୟସକୁ ନେଇ ଏବେ ବି ଚର୍ଚ୍ଚା ହେଉଛି। ତେବେ ସେ କହିଛନ୍ତି, ବୟସ ୧୫ ହେଉ କି ୧୬, ୧୭ କିମ୍ବା ୧୮—ଏହା ମୁଖ୍ୟ କଥା ନୁହେଁ। ବୈଭବ ଯେଉଁ ଉଚ୍ଚସ୍ତରୀୟ କ୍ରିକେଟ୍ ଖେଳୁଛନ୍ତି, ଚର୍ଚ୍ଚାର କେନ୍ଦ୍ର ସେହି ପ୍ରତିଭା ହେବା ଉଚିତ।

ବ୍ରେଟ୍ ଲି ବୈଭବଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରିଛନ୍ତି। ବିଶେଷକରି IPLରେ ତାଙ୍କ ପ୍ରଦର୍ଶନ ଦେଖି ସେ ଚକିତ ହୋଇଥିବା କହିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୯୭ ରନ୍‌ର ଇନିଂସରେ ବୈଭବ ଅଷ୍ଟ୍ରେଲିଆନ୍‌ ବୋଲରଙ୍କ ଦ୍ରୁତ ବଲକୁ ମଧ୍ୟ ନିର୍ଭୟରେ ହୁକ୍‌ ଓ ପୁଲ୍‌ କରିଥିଲେ।

ବ୍ରେଟ୍ ଲିଙ୍କ ମତରେ, ବୈଭବଙ୍କ ବ୍ୟାଟିଂ ଟେକ୍ନିକ୍‌ କିମ୍ବା ଫର୍ମ ନୁହେଁ, ବରଂ ମାନସିକ ଚାପ ହିଁ ତାଙ୍କ ପାଇଁ ଆଗାମୀ ଚ୍ୟାଲେଞ୍ଜ ହୋଇପାରେ। ଏତେ କମ୍ ବୟସରେ ତାଙ୍କ ଉପରେ ଅଧିକ ଚାପ ନ ଦେଇ ତାଙ୍କୁ ନିଜ ଭଳି ଖେଳିବାକୁ ଦିଆଯିବା ଦରକାର ବୋଲି ସେ କହିଛନ୍ତି।

ସେପଟେ ବୈଭବଙ୍କ ଛକା ମାରିବା କ୍ଷମତାକୁ ନେଇ ମଧ୍ୟ ବ୍ରେଟ୍ ଲି ନିଜ ଅନୁଭୂତି ବାଣ୍ଟିଛନ୍ତି। ତାଙ୍କ କହିବା କଥା, ଯଦି ସେ ବୈଭବଙ୍କୁ ବୋଲିଂ କରୁଥାନ୍ତେ, ତେବେ ତାଙ୍କ ହୁକ୍‌ ଓ ପୁଲ୍‌ ସଟ୍‌କୁ ପରୀକ୍ଷା କରିବାକୁ ଦ୍ରୁତ ବଲ୍‌ ଦେବାରୁ ପଛକୁ ହଟିନଥାନ୍ତେ।

ଅର୍ଥାତ୍‌, ବୈଭବଙ୍କ ବୟସକୁ ନେଇ ଯେତେ ଚର୍ଚ୍ଚା ହେଉଛି, ବ୍ରେଟ୍ ଲିଙ୍କ ନଜରରେ ତାଙ୍କ ପ୍ରତିଭା ହିଁ ସବୁଠାରୁ ବଡ଼ କଥା। ତାଙ୍କୁ ଚାପମୁକ୍ତ ଭାବେ ଖେଳିବାର ସୁଯୋଗ ଦେଲେ ଆଗାମୀ ଦିନରେ ସେ ଭାରତ ପାଇଁ ବଡ଼ ସଫଳତା ଆଣିପାରିବେ ବୋଲି ଆଶା ରଖିଛନ୍ତି ଅଷ୍ଟ୍ରେଲିଆର ଏହି ପୂର୍ବତନ ଦ୍ରୁତ ବୋଲର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।