Vande Mataram: କୋଲକାତାରେ କେନ୍ଦ୍ର ସାହିତ୍ୟ ଅକାଦେମିର ଜାତୀୟ ଆଲୋଚନାଚକ୍ର: ‘ବନ୍ଦେ ମାତରମ’ ଭାରତୀୟଙ୍କ ହୃଦୟର ସ୍ପନ୍ଦନ

Sep 01, 2026 - 05:34
Vande Mataram: କୋଲକାତାରେ କେନ୍ଦ୍ର ସାହିତ୍ୟ ଅକାଦେମିର ଜାତୀୟ ଆଲୋଚନାଚକ୍ର: ‘ବନ୍ଦେ ମାତରମ’ ଭାରତୀୟଙ୍କ ହୃଦୟର ସ୍ପନ୍ଦନ

"ଭୁବନେଶ୍ୱର: ବନ୍ଦେ ମାତରମ ହେଉଛି ରାଷ୍ଟ୍ରୀୟତାର ମୂଳ ମନ୍ତ୍ର ଏବଂ କୋଟି କୋଟି ଭାରତୀୟଙ୍କ ହୃଦୟର ସ୍ବନ୍ଦନ।

ଏହା ଏମିତି ଏକ ଭାବନା, ଯାହା ସମଗ୍ର ଭାରତକୁ ଏକ ରାଷ୍ଟ୍ରରେ ପରିଣତ କରିଛି।

ମାତୃଭକ୍ତିରୁ ଜାତ ପରିବାରବାଦ ମାଧ୍ୟମରେ ରାଷ୍ଟ୍ରନିର୍ମାଣର କଥା କହିଥାଏ "ବନ୍ଦେ ମାତରମ"।

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଏହି କାଳଜୟୀ ରଚନାର ମୌଳିକତା ବେଦରୁ ନିସୃତ ।

ଏହା କହିଥାଏ ଯେ ବ୍ୟକ୍ତି, ସମାଜ ଏବଂ ପ୍ରକୃତି ମଧ୍ୟରେ ରହିଛି ଅତୁଟ ସମ୍ପର୍କ।

ଏଥିରେ ବିବିଧତା ରହିବ, କିନ୍ତୁ ତାହା ହିଁ ହେଉଛି ସୌନ୍ଦର୍ଯ୍ୟବୋଧ।

ସାହିତ୍ୟ ଅକାଦେମି ପକ୍ଷରୁ କୋଲକାତା ଭାରତୀୟ ସଂଗ୍ରହାଳୟର ଆଶୁତୋଷ ମୁଖାର୍ଜୀ ପ୍ରେକ୍ଷାଳୟରେ ଆୟୋଜିତ ବନ୍ଦେ ମାତରମ ସମ୍ପର୍କିତଆଲୋଚନାଚକ୍ରର ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଆର୍‌ଏନ୍‌ ରବି।Advertisment Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର ଓଡ଼ିଆ ଲେଖକ ଓ ଗବେଷକଙ୍କୁ ନେଇ ସ୍ବତନ୍ତ୍ର ଅଧିବେଶନ ଏହି ଅବସରରେ ଭାରତୀୟ ସଂଗ୍ରହାଳୟ, ଇଜେଡ୍‌ସିସି ଓ ସଂସ୍କୃତ ବିଶ୍ବବିଦ୍ୟାଳୟର ବିଭିନ୍ନ ସଭାଗୃହରେ ୨୯ ଓ ୩୦ ତାରିଖରେ ଅନୁଷ୍ଠିତ ୧୬ଟି ଅଧିବେଶନରେ ଦେଶର ବିଭିନ୍ନ ରାଜ୍ୟର ଷାଠିଏ ଜଣ ଲେଖକ, ଗବେଷକ ଏବଂ ବିଦ୍ବାନ ଯୋଗ ଦେଇ ବନ୍ଦେ ମାତରମର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ।

ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟଅତିଥି ଭାବେ ଲେଖିକା ତଥା ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ନନ୍ଦିନୀ ସାହୁ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଭାରତୀୟ ସଂଗ୍ରହାଳୟର ନିର୍ଦ୍ଦେଶକ ସାୟନ ଭଟ୍ଟାଚାର୍ଯ୍ୟ, ଇଜେଡ୍‌ସିସିର ନିର୍ଦ୍ଦେଶକ ଆଶିଷ ଗିରି ଯୋଗ ଦେଇଥିଲେ।

ସାହିତ୍ୟ ଅକାଦେମିର ସଚିବ ବରୁଣ ଗୁଲାଟି ସ୍ବାଗତ ଭାଷଣ ଦେଇଥିଲେ।

ସାହିତ୍ୟ ଅକାଦେମିର ଅଧ୍ୟକ୍ଷ ମାଧବ କୌଶିକ ସଭାପତିତ୍ବ କରି ବଙ୍କିମଚନ୍ଦ୍ରଙ୍କ ଗୋଟିଏ ଗୀତର ଦୁଇଟି ଶବ୍ଦ କୋଟି କୋଟି ଭାରତୀୟଙ୍କୁ ଏକତାର ଡୋରିରେ ବାନ୍ଧି ରଖିଛି ବୋଲି କହିଥିଲେ।

Horoscope 2026 September 01: ଜାଣନ୍ତୁ ଆଜିର ରାଶିଫଳ...

ଶାନ୍ତିନିକେତନ ସାହିତ୍ୟପଥ ପତ୍ରିକାର ସଂପାଦକ ପ୍ରଫେସର ସୁଦୀପ ବସୁ ଧନ୍ୟବାଦ ଦେଇଥିଲେ।

ସେହିପରି ପ୍ରଫେସର ନନ୍ଦିନୀ ସାହୁଙ୍କ ସଭାପତିତ୍ୱରେ ଗତ ୩୦ ତାରିଖରେ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଆୟୋଜିତ ସମାପନୀ ଉତ୍ସବରେ ବିଶିଷ୍ଟ ବକ୍ତା ଭାବେ କଥାକାର ଗୌରହରି ଦାସ, ଅରୁଣ କୁମାର ସାହୁ, ଡ.

ଲଲାଟେନ୍ଦୁ ସାହୁ ଯୋଗ ଦେଇଥିଲେ।

ଅନ୍ୟ ଏକ ଅଧିବେଶନରେ ଗବେଷକ ନାରାୟଣ ନାୟକ ସଭାପତିତ୍ବ କରିଥିଲେ।

ସୌରଭ କୁମାର ମହନ୍ତ ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ସାହିତ୍ୟ ଅକାଦେମିର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ଧନ୍ୟବାଦ ଦେଇଥିଲେ।

କାର୍ଯ୍ୟକ୍ରମରେ ଗୁରୁ ଆଲୋକ କାନୁନଗୋଙ୍କ ନିର୍ଦ୍ଦେଶନାରେ ସିଞ୍ଜନ ନୃତ୍ୟାଳୟର ଶିଳ୍ପୀମାନେ "ବନ୍ଦେ ମାତରମ" ସଙ୍ଗୀତରେ ଓଡ଼ିଶୀ ପରିବେଷଣ କରିଥିଲେ।

ପ୍ରଥମ ସନ୍ଧ୍ୟାରେ ପୂର୍ବ-ପଶ୍ଚିମ, କୋଲକାତାର କଳାକାରମାନଙ୍କ ଦ୍ବାରା ଆନନ୍ଦମଠ ଉପନ୍ୟାସ ଆଧାରିତ ନାଟକ ମଞ୍ଚସ୍ଥ ହୋଇଥିଲା।

ସାହିତ୍ୟ ଅକାଦେମିର ଉପସଚିବ ଏନ୍ ସୁରେଶ ବାବୁ, ସହାୟକ ସଂପାଦକ କ୍ଷେତ୍ରବାସୀ ନାଏକ, କାର୍ଯ୍ୟକ୍ରମ ଅଧିକାରୀ ଅଭିଷେକ ରଥ, ପ୍ରକାଶନ ସହାୟିକା ସମର୍ପିତା ଗୋସ୍ବାମୀ ଓ ଭାରତୀୟ ସଂଗ୍ରହାଳୟର ରିଥ୍ ବରୁଆ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।