Venezuela Man Arrested Near White House: ‘ଟ୍ରମ୍ପଙ୍କୁ ହତ୍ୟା କର’ କହୁଥିଲା ଅଦୃଶ୍ୟ ସ୍ୱର! ବନ୍ଧୁକ ଭର୍ତ୍ତି ଗାଡ଼ି ସହ ଯୁବକ ଗିରଫ

Nov 07, 2026 - 11:44
Venezuela Man Arrested Near White House: ‘ଟ୍ରମ୍ପଙ୍କୁ ହତ୍ୟା କର’ କହୁଥିଲା ଅଦୃଶ୍ୟ ସ୍ୱର! ବନ୍ଧୁକ ଭର୍ତ୍ତି ଗାଡ଼ି ସହ ଯୁବକ ଗିରଫ

ଆମେରିକାର ହ୍ୱାଇଟ୍ ହାଉସ୍ ନିକଟରେ ସିକ୍ରେଟ୍ ସର୍ଭିସ୍ ଅଧିକାରୀଙ୍କ ନିୟମିତ ପାଟ୍ରୋଲିଂ ସମୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ଗୁରୁବାର ରାତିରେ ଏକ ସନ୍ଦିଗ୍ଧ ପିକଅପ୍ ଟ୍ରକ୍‌କୁ ଯାଞ୍ଚ କରିବା ସମୟରେ ଗାଡ଼ି ଭିତରୁ ତିନୋଟି ବନ୍ଧୁକ ଓ ବିପୁଳ ପରିମାଣର ଗୁଳି ଜବତ ହୋଇଛି।

ଏହି ଘଟଣାରେ ୨୬ ବର୍ଷୀୟ ଭେନେଜୁଏଲା ନାଗରିକ ରୋନି ୟୋର୍ଡ୍ରିକ୍ସ ଗୁଆନିପା ଚ୍ରିନୋସ୍‌ଙ୍କୁ ଗିରଫ କରାଯାଇଛି।

Advertisment ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୨ଟା ପୂର୍ବରୁ ହ୍ୱାଇଟ୍ ହାଉସ୍ ପରିସର ନିକଟ କନଷ୍ଟିଚ୍ୟୁସନ୍ ଆଭେନ୍ୟୁରେ ଏକ ନୀଳ ରଙ୍ଗର ଫୋର୍ଡ F-150 ପିକଅପ୍ ଟ୍ରକ୍‌କୁ ଦେଖିଥିଲେ ସିକ୍ରେଟ୍ ସର୍ଭିସ୍ ଅଧିକାରୀ।

ଗାଡ଼ିରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖି ସେ ପାଖକୁ ଯାଇ ଭିତରେ ଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଅଛନ୍ତି କି ଏବଂ ତାଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ଅଛି କି ବୋଲି ପଚାରିଥିଲେ।

ଡିସି ସୁପିରିୟର କୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ଅନୁଯାୟୀ, ବନ୍ଧୁକ ଥିବା ପ୍ରଶ୍ନରେ ଅଭିଯୁକ୍ତ ମୁଣ୍ଡ ହଲାଇବା ସହ ଆଙ୍ଗୁଠିରେ ବନ୍ଧୁକ ଭଳି ଇସାରା କରିଥିଲେ।

ପରେ ସେ ଗାଡ଼ିରୁ ଓହ୍ଲାଇଥିଲେ ଏବଂ ଗୁଗୁଲ୍ ଟ୍ରାନ୍ସଲେଟ୍ ମାଧ୍ୟମରେ ଅଧିକାରୀଙ୍କ ସହ କଥା ହୋଇଥିଲେ।

Advertisment ଅଭିଯୁକ୍ତ କହିଥିବା ଅନୁଯାୟୀ, କେହି ଜଣେ ତାଙ୍କୁ ବନ୍ଧୁକରେ ହତ୍ୟା କରିବାକୁ ଉଦ୍ୟମ କରିଥିଲା।

ସେହି ବ୍ୟକ୍ତିଙ୍କଠାରୁ ସେ ବନ୍ଧୁକ ଛଡ଼ାଇ ଆଣିଥିଲେ।

ଏହାପରେ ଗାଡ଼ି ଭିତରେ ଥିବା ଏକ ବାଦାମୀ ରଙ୍ଗର ବ୍ୟାଗ୍ ଆଡ଼କୁ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଯାଞ୍ଚ ସମୟରେ ଗାଡ଼ି ଭିତରୁ ଏକ MAC-10 ମେସିନ୍ ପିସ୍ତଲ, ଏକ Glock 43X ପିସ୍ତଲ ଏବଂ ଏକ AR-15 ରାଇଫଲ ଜବତ କରାଯାଇଥିଲା।

ଏହା ସହିତ ଅନେକ ରାଉଣ୍ଡ ଗୁଳି ମଧ୍ୟ ମିଳିଥିଲା।

ପରବର୍ତ୍ତୀ ଯାଞ୍ଚରୁ ଜଣାପଡ଼ିଥିଲା ଯେ ଉକ୍ତ ପିକଅପ୍ ଟ୍ରକ୍‌ଟି ଦକ୍ଷିଣ କାରୋଲିନାରୁ ଚୋରି ହୋଇଥିବା ଗାଡ଼ି।

ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ (DHS) କହିଛି ଯେ ଅଭିଯୁକ୍ତ ଅଧିକାରୀଙ୍କୁ ଏକ ଅଜବ ଉତ୍ତର ଦେଇଥିଲେ।

ସେ କହିଥିଲେ, ତାଙ୍କ ମୁଣ୍ଡ ଭିତରେ ଶୁଭୁଥିଲା ଯେ, ୱାଶିଂଟନ୍ ଡିସି ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଆସିଛି।

ତେବେ ଏହି ଦାବି ଅଦାଲତରେ ଦାଖଲ ଅଭିଯୋଗପତ୍ରରେ ଉଲ୍ଲେଖ ନାହିଁ।

ଏହି ଘଟଣାକୁ ନେଇ ଆମେରିକାର ସିକ୍ରେଟ୍ ସର୍ଭିସ୍ ନିର୍ଦ୍ଦେଶକ ସିନ୍ କରାନ୍ କହିଛନ୍ତି ଯେ ହ୍ୱାଇଟ୍ ହାଉସ୍ ପରିସରରେ ସୁରକ୍ଷା ବିପଦ ବଢ଼ୁଛି।

ଗିରଫ ପରେ ଅଭିଯୁକ୍ତଙ୍କୁ ଆମେରିକାର ମାର୍ଶାଲ୍ସ ସର୍ଭିସ୍ ହେପାଜତକୁ ନିଆଯାଇଛି।

ତାଙ୍କ ବିରୋଧରେ ଚୋରି ଗାଡ଼ିର ଅନଧିକୃତ ବ୍ୟବହାର, ଚୋରି ସମ୍ପତ୍ତି ରଖିବା, ବିନା ଲାଇସେନ୍ସରେ ପିସ୍ତଲ ଓ ରାଇଫଲ ବହନ କରିବା ସମେତ ଅନେକ ଅସ୍ତ୍ରଶସ୍ତ୍ର ସମ୍ପର୍କିତ ମାମଲା ରୁଜୁ ହୋଇଛି।

DHS ଅନୁଯାୟୀ, ଗୁଆନିପା ଚ୍ରିନୋସ୍ ଜଣେ ଅନଧିକୃତ ଭାବେ ଆମେରିକାରେ ରହୁଥିବା ଭେନେଜୁଏଲା ନାଗରିକ।

ସେ ମାର୍ଚ୍ଚ ୨୦୨୪ରେ ଟେକ୍ସାସ୍ ଦେଇ ଆମେରିକାରେ ପ୍ରବେଶ କରିଥିଲେ।

ତାଙ୍କ ବିରୋଧରେ ଆମେରିକାର ଇମିଗ୍ରେସନ୍ ଆଣ୍ଡ କଷ୍ଟମ୍ସ ଏନଫୋର୍ସମେଣ୍ଟ (ICE) ପକ୍ଷରୁ ଇମିଗ୍ରେସନ୍ ଡିଟେନର୍ ଜାରି କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।