Vigilance Arrests PWD Engineer: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଗିରଫ
ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅରବିନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ବେତନଟୀ ସବ୍ଡିଭିଜନର ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ।
ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ସମୟରେ ଅରବିନ୍ଦ ମହାନ୍ତିଙ୍କ ସହ ଜଡ଼ିତ ଏକାଧିକ ସମ୍ପତ୍ତି ଓ ଆର୍ଥିକ ଜମା ଠାବ ହୋଇଥିବା ଜଣାପଡ଼ିଛି। ଚଢ଼ାଉରେ ୨ଟି ବହୁତଳ କୋଠା, ୫ ଏକରର ଫାର୍ମ ହାଉସ୍ ଏବଂ ୨୩ଟି ପ୍ଲଟ୍ ଠାବ ହୋଇଛି।
ସେହିପରି ତାଙ୍କ ନିକଟରୁ ୩୦୦ ଗ୍ରାମ୍ ସୁନା ଏବଂ ୧୦ ଲକ୍ଷ ୫୭ ହଜାର ୫୦୦ ଟଙ୍କା ନଗଦ ଜବତ ହୋଇଛି। ଏହାଛଡ଼ା ୬୯ ଲକ୍ଷ ୬୯ ହଜାର ଟଙ୍କାର ଜମା ରାଶି ଏବଂ ଗୋଟିଏ ଚାରିଚକିଆ ଗାଡ଼ି ମଧ୍ୟ ଭିଜିଲାନ୍ସ ଠାବ କରିଛି।
ଭିଜିଲାନ୍ସର ପ୍ରାଥମିକ ତଦନ୍ତରେ ଠାବ ହୋଇଥିବା ସମ୍ପତ୍ତିର ଉତ୍ସ ଏବଂ ଆୟ ସହ ଏହାର ସମ୍ପର୍କ ନେଇ ଯାଞ୍ଚ ଜାରି ରହିଛି। ଗିରଫ ପରେ ଅରବିନ୍ଦ ମହାନ୍ତିଙ୍କୁ ଆଜି ବାରିପଦା ଭିଜିଲାନ୍ସ ସ୍ପେଶାଲ୍ ଜଜ୍ଙ୍କ କୋର୍ଟରେ ହାଜର କରାଯିବ। ଏହି ମାମଲାରେ ଭିଜିଲାନ୍ସର ତଦନ୍ତ ଆଗକୁ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।