Vigilance Raid: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ  ଅନୁପମା ସାହୁଙ୍କ ଶାଶୂଘରେ ଚଢ଼ାଉ

Sep 06, 2026 - 08:50
Vigilance Raid: ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ  ଅନୁପମା ସାହୁଙ୍କ ଶାଶୂଘରେ ଚଢ଼ାଉ

"କେନ୍ଦ୍ରାପଡ଼ା/ ଢେଙ୍କାନାଳ: ଗତକାଲି  ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଡ୍ରେନେଜ୍‌ ଡିଭିଜନ୍‌ର ଏଷ୍ଟିମେଟର ଅନୁପମା ସାହୁଙ୍କ ଢେଙ୍କାନାଳ ଜିଲ୍ଲାର ଜିରାଳଠାରେ ଥିବା ଶାଶୂଘରେ ବିଳମ୍ବିତ ରାତି ଯାଏ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିବା ଜଣାଯାଇଛି।

ତେବେ ସେଠାରୁ ଜ"ଣ ଜବତ କରାଯାଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇସ୍ଥିତ ମୁଖ୍ୟ ଅଫିସ୍‌ରୁ କାମ ସାରି ଗତ ସନ୍ଧ୍ୟାରେ ଭଡ଼ା ଘରକୁ ଫେରୁଥିବା ବେଳେ ଜୁଣ ଛକ ନିକଟ ଜାତୀୟ ରାଜପଥରେ ଭିଜିଲାନ୍ସ ଟିମ୍‌ ତାଙ୍କ ଗାଡ଼ିକୁ ଅଟକାଇଥିଲା।

ଗାଡ଼ିରେ ୩ଲକ୍ଷ ୧୫ହଜାର ଟଙ୍କା ଥିଲା।

ଉକ୍ତ ଟଙ୍କା ସହିତ ଶ୍ରୀମତୀ ସାହୁଙ୍କୁ ଧରି ଭିଜିଲାନ୍ସ ଟିମ୍‌ ତାଙ୍କ ଦୁହୁରିଆସ୍ଥିତ ଭଡ଼ା ଘରକୁ ଆଣି ସେଠାରେ ଛାନଭିନ୍‌ ଚଳାଇଥିବା ସୂଚନା ମିଳିଛି।Advertisment ଢେଙ୍କାନାଳରୁ ବଦଳି ହୋଇ ଅନୁପମା ଚଳିତବର୍ଷ ଜାନୁଆରିରେ କେନ୍ଦ୍ରାପଡ଼ାରେ ଯୋଗ ଦେଇଥିଲେ।

ଡ୍ୟୁଟି ସାରି ଘରକୁ ବଲୋରୋ ଗାଡ଼ିରେ ଫେରିବା ବେଳେ ଏତେ ଟଙ୍କା ତାଙ୍କୁ କିଏ ଦେଲା ଏବ˚ କେଉଁଠି ଧରି ଆସୁଥିଲେ, ସେ ସ˚ପର୍କରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ପଚାରିଥିଲେ।

ଅନୁପମା ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

ଫଳରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରି ଭଡ଼ା ଘରକୁ ଆସିଥିଲେ।

ଶ୍ରୀମତୀ ସାହୁଙ୍କ ଠାରୁ ମୋଟ ୭ଲକ୍ଷ ୧୫ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ  ଅନୁପମା ସାହୁଙ୍କ ବାସଭବନରୁ ପୁଣି ୪ଲକ୍ଷ ଟଙ୍କା ଜବତ କରାଯାଇଥିଲା।

ଶ୍ରୀମତୀ ସାହୁ ମାର୍ଶାଘାଇସ୍ଥିତ ଡ୍ରେନେଜ୍ କାର୍ଯ୍ୟାଳୟରୁ ବାସଭବନକୁ ସଂଧ୍ୟାରେ ଫେରୁଥିବା ବାଟରେ ଭିଜିଲାନ୍ସ ତାଙ୍କ ଠାରୁ ୩ଲକ୍ଷ ୧୫ହଜାର ଟଙ୍କା ଜବତ କରିଥିଲା।

ଗତ ରାତି ସୁଦ୍ଧା ଶ୍ରୀମତୀ ସାହୁଙ୍କ ଠାରୁ ମୋଟ ୭ଲକ୍ଷ ୧୫ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲା।

ମାର୍ଶାଘାଇ ଡ୍ରେନେଜ୍  ଡିଭିଜନରେ ବ୍ୟାପକ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଉଛି ବୋଲି ବାରମ୍ବାର ଅଭିଯୋଗ ହେଉଥିଲା।

ଯାହାର ଫଳ ସ୍ବରୂପ ବନ୍ୟା ସମୟରେ ପାଟନାଳୀଗୁଡ଼ିକର ଠିକ୍‌ ସଫେଇ ହେଉନଥିବାରୁ ବ୍ୟାପକ ଫସଲ ପାଣିରେ ବୁଡି ନଷ୍ଟ ହେଉଛି।

ଅଥଚ ଠିକାଦାର ଜରିଆରେ ମିଥ୍ୟା ବିଲ୍‌ କରି ବ୍ୟାପକ ସରକାରୀ ଅନୁଦାନ ହଡ଼ପ କରାଯାଉଛି ବୋଲି ଯେଉଁ ଅଭିଯୋଗ ହେଉଥିଲା, ଏହି ଭିଜିଲାନ୍ସ ଧରପଗଡ଼ ଦ୍ବାରା ଶ୍ରୀମତୀ ସାହୁଙ୍କ କାରନାମା ଲୋକଲୋଚନକୁ ଆସିଛି।

Rourkela NIT: ନିଯୁକ୍ତି କ୍ଷେତ୍ରରେ ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ନୂଆ ରେକର୍ଡ୍‌; ୧,୩୪୦ ଜଣଙ୍କୁ ଚାକିରି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।