Vijay Muhurat: ଦଶହରା ୨୦୨୬: ଅକ୍ଟୋବର ୨୦ ନା ୨୧ କେବେ ହେବ ପାଳନ?

Oct 13, 2026 - 14:27
Vijay Muhurat: ଦଶହରା ୨୦୨୬: ଅକ୍ଟୋବର ୨୦ ନା ୨୧ କେବେ ହେବ ପାଳନ?

"ଭୁବନେଶ୍ବର: ଦଶହରା ପର୍ବ ନବରାତ୍ରିର ସମାପନ ଦିନ ସନ୍ଧ୍ୟାରେ ପାଳନ କରାଯାଏ।

ମହାନବମୀ ନବରାତ୍ରିର ଶେଷ ବ୍ରତ ହୋଇଥିବା ବେଳେ ଦଶମୀ ତିଥିରେ ବ୍ରତ ଉଦ୍‌ଯାପନ କରାଯାଏ।

ସେହି ସନ୍ଧ୍ୟାରେ ଦଶହରା ଉତ୍ସବ ପାଳନ କରାଯାଏ।ପଞ୍ଜିକା ଅନୁସାରେ, ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଦଶହରା ପାଳନ କରାଯାଏ।

ଏହି ଦିନ ବିଜୟ ମୁହୂର୍ତ୍ତରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଏ।

ସନ୍ଧ୍ୟା ସମୟରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ପ୍ରତିକୃତି ଦାହ କରାଯାଏ।

ଏଥିସହ ଉତ୍ତର ଭାରତରେ ରାମଲୀଳାର ମଧ୍ୟ ସମାପନ ହୋଇଥାଏ।Advertisment ଚଳିତ ବର୍ଷ ଦଶହରା ଅକ୍ଟୋବର ୨୦ ନା ୨୧ ତାରିଖରେ ପାଳନ ହେବ?

ଉଭୟ ଦିନ ଦଶମୀ ତିଥି ପଡ଼ୁଥିବାରୁ ତାରିଖକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି।

ବୈଦିକ ପଞ୍ଜିକା ଅନୁସାରେ, ଚଳିତ ବର୍ଷ ଆଶ୍ୱିନ ଶୁକ୍ଳ ଦଶମୀ ତିଥି ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ଦିନ ମଧ୍ୟାହ୍ନ ୧୨ଟା ୫୦ ମିନିଟ୍‌ରେ ଆରମ୍ଭ ହେବ।

ଏହା ଅକ୍ଟୋବର ୨୧ ତାରିଖ ବୁଧବାର ଦିନ ଅପରାହ୍ନ ୨ଟା ୧୧ ମିନିଟ୍‌ରେ ଶେଷ ହେବ।

ଉଦୟ ତିଥି ଅନୁସାରେ ଦେଖିଲେ, ଦଶମୀ ତିଥି ଅକ୍ଟୋବର ୨୧ ତାରିଖ ବୁଧବାର ଦିନ ପଡ଼ୁଛି।

ଏହି ହିସାବରେ ଦଶହରା ୨୧ ତାରିଖରେ ପାଳନ ହେବା କଥା।

କିନ୍ତୁ ଦଶହରା ନିର୍ଣ୍ଣୟ ପାଇଁ କେବଳ ଉଦୟ ତିଥି ନୁହେଁ, ନକ୍ଷତ୍ର, ବିଜୟ ମୁହୂର୍ତ୍ତ ଓ ପ୍ରଦୋଷ କାଳକୁ ମଧ୍ୟ ବିଚାର କରାଯାଏ।

ଶାସ୍ତ୍ର ଅନୁସାରେ, ଦଶମୀ ତିଥିରେ ଶ୍ରବଣ ନକ୍ଷତ୍ର ରହିଲେ ଦଶହରା ବା ବିଜୟାଦଶମୀ ପାଳନ କରାଯାଏ।

ଅକ୍ଟୋବର ୨୧ ତାରିଖରେ ଶ୍ରବଣ ନକ୍ଷତ୍ର ଓ ପ୍ରଦୋଷ କାଳ ମିଳୁନାହିଁ।

ସେହିପରି ବିଜୟ ମୁହୂର୍ତ୍ତ ମଧ୍ୟ ମାତ୍ର ୧୨ ମିନିଟ୍‌ର ରହିଛି।ଅନ୍ୟପକ୍ଷରେ, ଅକ୍ଟୋବର ୨୦ ତାରିଖରେ ଦଶମୀ ତିଥି ମଧ୍ୟାହ୍ନରୁ ଆରମ୍ଭ ହେଉଥିବା ବେଳେ ଏହି ଦିନ ଶ୍ରବଣ ନକ୍ଷତ୍ର, ପ୍ରଦୋଷ କାଳ ଓ ବିଜୟ ମୁହୂର୍ତ୍ତ ମିଳୁଛି।

ତେଣୁ ଚଳିତ ବର୍ଷ ଅକ୍ଟୋବର ୨୦ ତାରିଖ ମଙ୍ଗଳବାର ଦିନ ଦଶହରା ପାଳନ କରାଯିବ ବୋଲି କୁହାଯାଉଛି।

ଦଶହରା ୨୦୨୬: ପୂଜା ଓ ରାବଣ ଦହନର ଶୁଭ ମୁହୂର୍ତ୍ତ ଅକ୍ଟୋବର ୨୦ ତାରିଖରେ ଦଶହରା ଅବସରରେ ଶ୍ରବଣ ନକ୍ଷତ୍ର ସକାଳରୁ ସନ୍ଧ୍ୟା ୬ଟା ୦୨ ମିନିଟ୍‌ ପର୍ଯ୍ୟନ୍ତ ରହିବ।

ପ୍ରଦୋଷ କାଳ ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା ୫ଟା ୪୭ ମିନିଟ୍‌ରୁ ଆରମ୍ଭ ହେବ।

ଏହି ସମୟରୁ ରାବଣ ଦହନ ପାଇଁ ଶୁଭ ସମୟ ଆରମ୍ଭ ହେବ। •    ଅସ୍ତ୍ରଶସ୍ତ୍ର ପୂଜାର ବିଜୟ ମୁହୂର୍ତ୍ତ: ଅପରାହ୍ନ ୧ଟା ୫୯ ମିନିଟ୍‌ରୁ ୨ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ।•    ରାବଣ ଦହନର ସମୟ: ସନ୍ଧ୍ୟା ୬ଟା ୦୨ ମିନିଟ୍‌ରୁ, ପ୍ରଦୋଷ କାଳରେ।•    ବ୍ରହ୍ମ ମୁହୂର୍ତ୍ତ: ଭୋର ୪ଟା ୪୪ ମିନିଟ୍‌ରୁ ୫ଟା ୩୪ ମିନିଟ୍‌ ପର୍ଯ୍ୟନ୍ତ।•    ଅଭିଜିତ ମୁହୂର୍ତ୍ତ: ପୂର୍ବାହ୍ନ ୧୧ଟା ୪୩ ମିନିଟ୍‌ରୁ ମଧ୍ୟାହ୍ନ ୧୨ଟା ୨୮ ମିନିଟ୍‌ ପର୍ଯ୍ୟନ୍ତ।•    ନିଶୀଥ ମୁହୂର୍ତ୍ତ: ରାତି ୧୧ଟା ୪୧ ମିନିଟ୍‌ରୁ ରାତି ୧୨ଟା ୩୧ ମିନିଟ୍‌ ପର୍ଯ୍ୟନ୍ତ।

ଚଳିତ ବର୍ଷ ଦଶହରା ପର୍ବ ରବି ଯୋଗରେ ପାଳନ କରାଯିବ।

ଏହି ଦିନ ପୂରା ସମୟ ରବି ଯୋଗ ରହିବ ।

ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଏକ ଶୁଭ ଯୋଗ ବୋଲି ବିବେଚନା କରାଯାଏ।

ଦଶହରାର ମହତ୍ତ୍ୱ ମାତା ସୀତାଙ୍କ ସନ୍ଧାନରେ ପ୍ରଭୁ ଶ୍ରୀରାମ ବାନର ସେନା ସହ ଲଙ୍କାରେ ପହଞ୍ଚିଥିଲେ।

ଲଙ୍କାର ରାଜା ରାବଣ ମାତା ସୀତାଙ୍କୁ ହରଣ କରି ନେଇଥିଲା।

ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ଶ୍ରୀରାମ ଲଙ୍କା ଉପରେ ଆକ୍ରମଣ କରିଥିଲେ।ଶ୍ରୀରାମ ଓ ରାବଣଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା।

ଏହି ଯୁଦ୍ଧରେ ରାକ୍ଷସ ସେନାର ବିନାଶ ହୋଇଥିଲା।

ରାବଣର ପୁତ୍ର ମେଘନାଦ ଓ ଭାଇ କୁମ୍ଭକର୍ଣ୍ଣ ମଧ୍ୟ ନିହତ ହୋଇଥିଲେ।

ଶେଷରେ ଶ୍ରୀରାମଙ୍କ ସହ ଯୁଦ୍ଧ କରି ରାବଣର ମୃତ୍ୟୁ ହୋଇଥିଲା।

ଏହିପରି ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା।

ଏହି ବିଜୟର ସ୍ମୃତିରେ ପ୍ରତିବର୍ଷ ଦଶହରା ପାଳନ କରାଯାଏ।

ଏହି ଦିନ ସନ୍ଧ୍ୟାରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦଙ୍କ ପ୍ରତିକୃତି ଦାହ କରାଯାଏ।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଘାଗି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ଗିରଫ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।