Vijayadashami at Shrimandir ଶ୍ରୀମନ୍ଦିରରେ ଆୟୁଧ ପୂଜା ଓ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

Oct 21, 2026 - 17:32
Vijayadashami at Shrimandir ଶ୍ରୀମନ୍ଦିରରେ ଆୟୁଧ ପୂଜା ଓ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

"ପୁରୀ(ଶିବ ଦାସ): ଆଜି ପଞ୍ଜିକା ମତେ ଶ୍ରୀମନ୍ଦିରରେ ଆୟୁଧ ପୂଜା ଓ ବିଜୟାଦଶମୀ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ସୁନାବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

Advertisment ବିଜୟାଦଶମୀ: ଅଧର୍ମ ଉପରେ ଧର୍ମର ବିଜୟମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ ସହ ଆୟୁଧ ପୂଜାର ସ୍ୱତନ୍ତ୍ର ନୀତି ସମ୍ପନ୍ନ ହୋଇଥିଲା।

ପାରମ୍ପରିକ ରୀତିନୀତି ଅନୁଯାୟୀ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ସମ୍ପାଦନ କରାଯାଇଥିବା ବେଳେ ଠାକୁରମାନଙ୍କ ଆୟୁଧ ପୂଜା ଏହି ଉତ୍ସବର ଏକ ପ୍ରମୁଖ ଆକର୍ଷଣ ଥିଲା।

Jagannath Sadak: ଇତିହାସ ଓ କିଂବଦନ୍ତିରେ ଜଗନ୍ନାଥ ସଡ଼କସକାଳେ ଅବକାଶ ନୀତି ପରେ ତିନିବାଡ଼ରେ ଚନ୍ଦନଲାଗି କରାଯାଇଥିଲା।

ଏହାପରେ ଶ୍ରୀବିଗ୍ରହମାନଙ୍କୁ ନୂତନ ବସ୍ତ୍ର ଲାଗି କରାଯାଇ ସୁନାବେଶ କରାଯାଇଥିଲା।

ଏହି ବେଶ ସମୟରେ ଶ୍ରୀବିଗ୍ରହମାନଙ୍କୁ ଆୟୁଧ ଲାଗି କରାଯାଇ ନ ଥିଲା।

ବେଶ ଶେଷ ହେବା ପରେ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା।

ଶ୍ରୀମନ୍ଦିରର ସେବାୟତମାନେ ପାରମ୍ପରିକ ବିଧି ଅନୁସାରେ ପରବର୍ତ୍ତୀ ନୀତି ସମ୍ପନ୍ନ କରିଥିଲେ।

ଏହାପରେ ଆୟୁଧ ପୂଜାନୀତି ଆରମ୍ଭ ହୋଇଥିଲା।

ପାଳିଆ ମେକାପ ସେବାୟତ ତିନୋଟି ରୁପାଥାଳିରେ ଆୟୁଧ ରଖି ତଳୁଚ୍ଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳ ପରିକ୍ରମା କରିଥିଲେ।

ଏହାପରେ ପୁଷ୍ପାଳକ ସେବାୟତମାନେ ତିନିବାଡ଼ରେ ଆୟୁଧ ଲାଗି କରିଥିଲେ।

Bahuda Yatra 2026: ଜଗନ୍ନାଥ ମନ୍ଦିର ଅଭିମୁଖେ ବାହୁଡି ଆସିିଲେ ବିଶ୍ୱନିୟନ୍ତାପ୍ରଭୁ ବଳଭଦ୍ରଙ୍କ ବାଡ଼ରେ ହଳ ଓ ମୂଷଳ, ଦେବୀ ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖ ଓ ଚକ୍ର ଆୟୁଧ ଲାଗି କରାଯାଇଥିଲା।

ଆୟୁଧ ପୂଜା ପରେ ମଦନମୋହନ ଓ ରାମକୃଷ୍ଣ ବୀରବେଶ ଧାରଣ କରିଥିଲେ।

ମଦନମୋହନ, ରାମକୃଷ୍ଣ ଓ ଦୁର୍ଗାମାଧବଙ୍କ ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ଠାକୁରମାନେ ଜଗନ୍ନାଥ ବଲ୍ଲଭ ମଠର ମହାଖଳାକୁ ବିଜେ କରିଥିଲେ।

ସେଠାରେ ପ୍ରସାଦ ଲାଗି, ବନ୍ଦାପନା ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା।

ପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।