Villagers Take Road Repair: ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ; ନିଜ ପଂଚାୟତ ରାସ୍ତାକୁ ମରମତି କଲେ ଗ୍ରାମବାସୀ
ଶୁଣିଲାନି ପ୍ରଶାସନ, ଶେଷରେ ବାଧ୍ୟ ହୋଇ ନିଜ ପଂଚାୟତ ରାସ୍ତାକୁ ନିଜେ ମରାମତି କଲେ ଗ୍ରାମବାସୀ l ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଆର୍.ଉଦୟଗିରୀ ବ୍ଲକ ଡବରାଗୁଡ଼ା ପଂଚାୟତ ଗାଣ୍ଡୁପଦର୍ ଠାରୁ ପଂଚାୟତ କୁ ସଲଗ୍ନ କରୁଥିବା ୩ କି.ମି ରାସ୍ତା l ପଂଚାୟତ କୁ ରାସନ୍ ଚାଉଳ, ମାସିକ ଭତ୍ତା ସମେତ ଦୈନନ୍ଦିନ ବଜାର ଯିବାକୁ ହେଲେ ଗାଣ୍ଡୁପଦର ଗାଁ ସମେତ ୫ ଖଣ୍ଡ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି l
ହେଲେ ଏହି ପଥୁରିଆ ଘାଟି ରାସ୍ତାରେ ଯାତାୟାତ ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l ପଂଚାୟତ ଠାରୁ ବ୍ଲକ୍ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏଁ ରାସ୍ତା ମରାମତି ହେଉ ନାହିଁ l
- ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ
- ନିଜ ପଂଚାୟତ ରାସ୍ତାକୁ ମରମତି କଲେ ଗ୍ରାମବାସୀ
- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ଚିତ୍ର
- ଯାତାୟତ ପାଇଁ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।