Vineet Nayyar: ଭାରତୀୟ ଆମେରିକା ନ ଗଲେ ଭାରତକୁ ଆସିବ ଆମେରିକୀୟ କାମ: ବିନୀତ ନାୟାର

Oct 09, 2026 - 22:58
Vineet Nayyar: ଭାରତୀୟ ଆମେରିକା ନ ଗଲେ ଭାରତକୁ ଆସିବ ଆମେରିକୀୟ କାମ: ବିନୀତ ନାୟାର

"ନୂଆଦିଲ୍ଲୀ: ଭାରତୀୟ ଇଞ୍ଜିନିୟରମାନଙ୍କୁ ଆମେରିକାରେ କାମ କରିବାରୁ ରୋକିବା ପାଇଁ ଟ୍ରମ୍ପ ପ୍ରଶାସନର ପଦକ୍ଷେପ ଓଲଟା ଫଳ ଦେଇପାରେ।

ଆମେରିକାରେ ଭାରତୀୟଙ୍କ ପାଇଁ କାମ କରିବାର ସୁଯୋଗ ସଙ୍କୁଚିତ ହେଲେ ସେଠାକାର ଅନେକ କାମ ଭାରତକୁ ଆସିପାରିବ।

ଏପରି ସମ୍ଭାବନା ଦେଖାଇଛନ୍ତି ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପୂର୍ବତନ ସିଇଓ ବିନୀତ ନାୟାର।

ଆମେରିକା ସରକାର ଆଠଟି ଆଇଟି କମ୍ପାନିକୁ ବିଦେଶୀ କର୍ମଚାରୀଙ୍କ ଗ୍ରିନ୍‌ କାର୍ଡ ପ୍ରକ୍ରିୟା ସହ ଜଡ଼ିତ ସ୍ଥାୟୀ ଶ୍ରମ ପ୍ରମାଣପତ୍ର କାର୍ଯ୍ୟକ୍ରମ (ପିଇଆର୍‌ଏମ୍‌)ରୁ ନିଲମ୍ବିତ କରିବା ପରେ ସେ ଏହି ମତ ଦେଇଛନ୍ତି।Advertisment ନାୟାର କହିଛନ୍ତି, ଟ୍ରମ୍ପଙ୍କ ଏହି ପଦକ୍ଷେପର ପ୍ରଭାବ ଭାରତୀୟ ଆଇଟି କ୍ଷେତ୍ର ଉପରେ ପଡ଼ିପାରେ।

ନିଲମ୍ବିତ କମ୍ପାନିଗୁଡ଼ିକ ମଧ୍ୟରେ ଇନ୍‌ଫୋସିସ୍‌, ୱିପ୍ରୋ, ଟିସିଏସ୍‌ ଓ ଏଚ୍‌ସିଏଲ୍‌ ଟେକ୍‌ ଭଳି ଭାରତୀୟ କମ୍ପାନି ସହ ମାଇକ୍ରୋସଫ୍ଟ, କଗ୍ନିଜାଣ୍ଟ, କ୍ୟାପ୍‌ଜେମିନି ଓ ଆଡୋବ୍‌ ରହିଛନ୍ତି।

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏହି କମ୍ପାନିଗୁଡ଼ିକୁ "ଭିସା ମିଲ୍‌" ବୋଲି କହିବା ସହ ବିଦେଶୀ କର୍ମଚାରୀଙ୍କୁ "ଗୋତି ଶ୍ରମିକ" ଭାବେ ଅଭିହିତ କରିଥିଲେ।

ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରି କମ୍‌ ଖର୍ଚ୍ଚରେ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଥିବା ତାଙ୍କର ଅଭିଯୋଗ।

ଭାନ୍ସ ମାଇକ୍ରୋସଫ୍ଟର ଉଦାହରଣ ଦେଇ କହିଥିଲେ ଯେ ୨୦୨୫ରେ କମ୍ପାନି ୬ ହଜାର ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ସେହି ସମୟରେ ୬୩୦୦ ଏଚ୍‌-୧ବି ଭିସା ଓ ୩ ହଜାର ଗ୍ରିନ୍‌ କାର୍ଡ ପାଇଥିଲା।

ବିଦେଶୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପୂର୍ବରୁ ଆମେରିକୀୟ ନିଯୁକ୍ତିଦାତାଙ୍କୁ ସେହି କାମ ପାଇଁ ଯୋଗ୍ୟ ଆମେରିକୀୟ ନାଗରିକ ଉପଲବ୍ଧ ନାହାନ୍ତି ବୋଲି ପ୍ରମାଣ କରିବାକୁ ପଡ଼େ।

ଭାରତର ଅଗ୍ରଣୀ ଆଇଟି ଟେକ୍ ଫାର୍ମ ଏଚ୍‌ସିଏଲ୍ ଟେକ୍ ମଧ୍ୟ ଆମେରିକା ସରକାରଙ୍କ ନିଷ୍ପତ୍ତିର ଶିକାର ହୋଇଛି।

ଏଚ୍‌ସିଏଲ୍ ଟେକ୍‌ର ପୂର୍ବତନ ସିଇଓ ବିନୀତ ନାୟାର ଏହି ପ୍ରସଙ୍ଗରେ ସୋସିଆଲ୍ ମିଡ଼ିଆ ଏକ୍ସରେ ଏହାକୁ ଭାରତ ପାଇଁ ଏକ ସୁଯୋଗ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଯଦି ଡୋନାଲ୍ଡ ଟ୍ରମ୍ପ ଚାହାନ୍ତି ନାହିଁ ଯେ ଭାରତରୁ ଲୋକମାନେ କାମ କରିବାକୁ ଆମେରିକା ଆସନ୍ତୁ, ତେବେ ଏହାର ବିପରୀତ ପ୍ରଭାବ ପଡ଼ିପାରେ ଏବଂ ଆମେରିକାରୁ ଅନେକ କାମ ଭାରତ ଆସିପାରେ।

ଗତ ବର୍ଷ ପିଇଆର୍‌ଏମ୍‌ ଅଧୀନରେ ଅନୁମୋଦିତ ୧୧୭୮୪୯ ଆବେଦନରେ ଭାରତୀୟ ପେସାଦାରଙ୍କ ଅଂଶ ୧୪୦୦ରୁ କମ୍ ବା ମାତ୍ର ୨ ପ୍ରତିଶତ ଥିଲା ବୋଲି ଦର୍ଶାଇ ନାୟାର କହିଛନ୍ତି ଯେ ଏହି ନିଷ୍ପତ୍ତିର ସିଧାସଳଖ ପ୍ରଭାବ ସାମାନ୍ୟ ହେବ।

କିନ୍ତୁ ଭିତରେ ଭିତରେ କିଛି ମଜାଦାର ଘଟଣା ଘଟିବ।

Foreign Students : ଆମେରିକାରେ ପାଠପଢ଼ା ପରେ ଚାକିରି କରିବା ହେବ ମହଙ୍ଗା?

ଟ୍ରମ୍ପ ପ୍ରଶାସନର ନୂଆ ପ୍ରସ୍ତାବ ଭାରତୀୟ ଛାତ୍ରଙ୍କ ଚିନ୍ତା ବଢ଼ାଇଲା ନାୟାର କହିଛନ୍ତି ଯେ, ଭାରତର ଆଇଟି ମଡେଲ ସରଳ ଥିଲା।

ଆମେରିକାରେ ଗ୍ରାହକଙ୍କର ଗୁରୁତ୍ୱପୂର୍ଣ୍ଣ କାମ ଥିଲା, ଯାହା କରିବାକୁ ଆମେ ଭାରତୀୟ ଇଞ୍ଜିନିୟରମାନଙ୍କୁ ସେଠାକୁ ପଠାଉଥିଲୁ।

ତା"ପରେ ଆମେ ଅନୁଭବ କଲୁ ଯେ ଏହି କାର୍ଯ୍ୟ ମଧ୍ୟରୁ ଅନେକ କାମ ଭାରତରୁ ହୋଇପାରେ, ଯେଉଁଥିରୁ ଅନ୍‌ସାଇଟ୍-ଅଫ୍‌ସୋର୍ ମଡେଲ ଜନ୍ମ ନେଇଥିଲା।

ନାୟାର ବିଶ୍ୱାସ କରନ୍ତି ଯେ, ଯଦିଓ ଆମେରିକା ସେଠାକୁ ଭାରତୀୟ ପ୍ରତିଭା ଆସିବା ପଥରେ ବାଧା ସୃଷ୍ଟି କରୁଛି, ତଥାପି ଟେକ୍ନୋଲୋଜି ଭାରତର ଏକ ଛୋଟ ଟିମ୍ ପାଇଁ କୁଶଳୀ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବା ସହଜ କରିଦେଇଛି।

ବିଡମ୍ବନାର ବିଷୟ ହେଉଛି, ଭାରତୀୟ ପ୍ରତିଭାଙ୍କୁ ଆମେରିକା ଆସିବାକୁ ରୋକିବା ପାଇଁ ଏହି ପ୍ରୟାସ ଭାରତକୁ ଆମେରିକୀୟ କାର୍ଯ୍ୟର ପ୍ରବାହକୁ ତୀବ୍ର କରିପାରେ।

ଆର୍କିଟେକ୍ଚର୍‌, ପ୍ରଡକ୍ଟ ଇଞ୍ଜିନିୟରିଂ, ସାଇବର ସୁରକ୍ଷା ଓ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଭଳି କ୍ଷେତ୍ରରେ ଏହି ସୁଯୋଗ ବଢ଼ିପାରେ।

ନାୟାର କହିଛନ୍ତି, ଗତ ୩୦ ବର୍ଷ ଧରି ଭାରତୀୟ ଆଇଟି କ୍ଷେତ୍ରର ଅଭିବୃଦ୍ଧି ସହ ନିଯୁକ୍ତି ମଧ୍ୟ ବଢ଼ିଛି।

କିନ୍ତୁ ଆଗାମୀ ୩୦ ବର୍ଷରେ କୃତ୍ରିମ ବୁଦ୍ଧିମତ୍ତା ଏହି ସମ୍ପର୍କକୁ ବଦଳାଇଦେବ।

ଭାରତୀୟ ଆଇଟି କ୍ଷେତ୍ରର ଭବିଷ୍ୟତ କେବଳ ଖର୍ଚ୍ଚ କମ୍‌ ରଖିବା ଉପରେ ନୁହେଁ, ବରଂ ଭାରତୀୟ ପେସାଦାରଙ୍କ ଦକ୍ଷତା ଓ କାର୍ଯ୍ୟକୁଶଳତା ଉପରେ ନିର୍ଭର କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।