Viral Video Shows Green House Surviving Catastrophic Nepal Flood: ନେପାଳ ବନ୍ୟାରେ ଚମତ୍କାର, ଚାରିପଟେ ଧ୍ୱଂସ ହେଲେ ବି ଠିଆ ହୋଇ ରହିଲା ଘର

Aug 29, 2026 - 17:26
Viral Video Shows Green House Surviving Catastrophic Nepal Flood: ନେପାଳ ବନ୍ୟାରେ ଚମତ୍କାର, ଚାରିପଟେ ଧ୍ୱଂସ ହେଲେ ବି ଠିଆ ହୋଇ ରହିଲା ଘର

ନେପାଳରେ ଆସିଥିବା ଫ୍ଲାସ୍ ଫ୍ଲଡ୍‌ର ଭୟାବହ ରୂପ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ବିପର୍ଯ୍ୟୟରେ ହିମାଳୟ ରାଷ୍ଟ୍ରର ବିଭିନ୍ନ ସହର, ସହରାଞ୍ଚଳ ଓ ଗାଁରେ ଅନେକ ଘର ଧ୍ୱଂସ ହୋଇଥିବା ବେଳେ ବ୍ରିଜ୍‌ଗୁଡ଼ିକ ମଧ୍ୟ ଭାସିଯାଇଛି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨,୫୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ତେବେ ଏହି ବିପର୍ଯ୍ୟୟ ମଧ୍ୟରେ ଗୋଟିଏ ଘରର ଅନେକ ଲୋକ ସୌଭାଗ୍ୟକ୍ରମେ ବଞ୍ଚିଯିବା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସୋସିଆଲ୍ ମିଡିଆରେ ବ୍ୟାପକ ଭାବେ ଶେୟାର ହେଉଥିବା ଏକ ଭିଡିଓରେ ସବୁଜ ରଙ୍ଗର ଏକ ଘରକୁ କାଦୁଅମିଶା ବନ୍ୟାଜଳ ଚାରିପଟୁ ଘେରି ରହିଥିବା ଦେଖାଯାଉଛି। ଘର ଭିତରେ ଥିବା କିଛି ଲୋକ ଆତୁର ହୋଇ ସାହାଯ୍ୟ ମାଗୁଥିବା ମଧ୍ୟ ଦେଖାଯାଉଛି। ନିକଟସ୍ଥ ଅନ୍ୟାନ୍ୟ କୋଠାବାଡ଼ି ପ୍ରବଳ ବନ୍ୟାଜଳରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଏହି ସବୁଜ ଘରଟି କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ରହିଯାଇଛି ଏବଂ ଏହାର କ୍ଷୟକ୍ଷତି ମଧ୍ୟ ଅତି କମ୍ ରହିଛି।

ଭାଇରାଲ୍ ହେଉଛି ଭିଡିଓ

ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅନେକ ଲୋକ ଘରଟି କିପରି ବନ୍ୟାର ପ୍ରଚଣ୍ଡ ସ୍ରୋତକୁ ସହିଗଲା, ତାହା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି। ବିପର୍ଯ୍ୟୟ ସମୟରେ ଘର ଭିତରେ ଥିବା ଲୋକମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଅନେକ ପ୍ରାର୍ଥନା କରିଥିଲେ। ତେବେ ଅନେକ ୟୁଜର ଦାବି କରିଛନ୍ତି ଯେ ପରେ ପରିବାରର ସମସ୍ତ ସଦସ୍ୟ ବଞ୍ଚିଯାଇଥିଲେ ଏବଂ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ଜଣେ ୟୁଜର କହିଛନ୍ତି, “ବିଶ୍ୱର ସମସ୍ତ ନାଗରିକଙ୍କୁ କହୁଛି, ନେପାଳର ଭୟାବହ ବନ୍ୟା ସମୟରେ ଗ୍ରୀନ୍ ହାଉସ୍‌ରେ ଥିବା ଲୋକମାନଙ୍କ ସହ କ’ଣ ଘଟିଲା ବୋଲି ଯେଉଁମାନେ ଚିନ୍ତିତ ଥିଲେ ଏବଂ ପ୍ରାର୍ଥନା କରୁଥିଲେ, ସେମାନଙ୍କୁ କହୁଛି—ପରିବାର ଓ ଘର ଉଭୟ ଏହି ବିପର୍ଯ୍ୟୟରୁ ବଞ୍ଚିଯାଇଛନ୍ତି।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହି ଛୋଟ ଆକ୍ୱା-ଗ୍ରୀନ୍ ଘରଟି ବନ୍ୟାକୁ ସାମ୍ନା କରି ଠିଆ ହୋଇରହିଲା। ନିର୍ମାଣର ଦୃଢ଼ତା ପ୍ରମାଣିତ ହୋଇଗଲା!

ଅନ୍ୟ ଜଣେ ୟୁଜର ମଜାଳିଆ ଢଙ୍ଗରେ କହିଛନ୍ତି ଯେ ଏହି ଘର ନିର୍ମାଣ କରିଥିବା ଇଞ୍ଜିନିୟରଙ୍କୁ ଜାତୀୟ ପୁରସ୍କାର ଦିଆଯିବା ଉଚିତ।

ଅନ୍ୟ ଜଣେ ୟୁଜର କହିଛନ୍ତି, ବନ୍ୟା ପ୍ରତ୍ୟେକ କାନ୍ଥ, ପ୍ରତ୍ୟେକ ପିଲର୍ ଏବଂ ପ୍ରତ୍ୟେକ ଭିତ୍ତିର ପରୀକ୍ଷା ନେଇପାରେ। ଏହି ଘର କିନ୍ତୁ ସେହି ପରୀକ୍ଷାରେ ଠିଆ ହୋଇରହିଲା। ନେପାଳର ବନ୍ୟାରେ ଚାରିପଟେ ଧ୍ୱଂସର ଚିତ୍ର ଥିଲେ ମଧ୍ୟ ଏହି ଘର ସୁରକ୍ଷିତ ରହିଥିଲା ଏବଂ ଘର ଭିତରେ ଥିବା ୧୫ ଜଣ ମଧ୍ୟ ସୁରକ୍ଷିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।