Viral Video Sparks Suspected Tiger: ବାଲୁଗାଁ ଅଞ୍ଚଳରେ ବାଘ ଆତଙ୍କ; ବାଘ ଦେଖିଥିବାର ଭିଡ଼ିଓ କରି ଭାଇରାଲ କଲେ ଲୋକ
ବନ୍ୟପ୍ରାଣୀ ବନଖଣ୍ଡ ବାଲୁଗାଁ ଅଞ୍ଚଳରେ ବାଘ ଆତଙ୍କ। ବାଘ ଦେଖିଥିବା ଭିଡ଼ିଓ କରି ଲୋକମାନେ ସୋସିଆଲ ମିଡ଼ିଆରେ ଭାଇରାଲ କରୁଥିବା ଦେଖିବାକୁ ମିଳିଛି। ବାଲୁଗାଁ କୁମ୍ଭୀରପଡ଼ା ନିକଟ କଂସାରୀ ନଈ କୂଳରେ ଥିବା ବାଉଁଶ ବଣରେ ଏକ ଜଙ୍ଗଲି ଜନ୍ତୁଟି ବାଘ ନା ଫିସିଙ୍ଗ କ୍ୟାଟ୍ ତାହା ସ୍ପଷ୍ଟ ହୋଇନି।
ତେବେ ଗାଁର କିଛି ଲୋକ ଏହି ଭିଡିଓଟି ଉତ୍ତୋଳନ କରିଥିଲେ ଏବଂ ବାଘ ସହ ଦୁଇଟି ଛୁଆ ବାଘ ଥିଲେ ବୋଲି କହିଛନ୍ତି। ଏ ଘଟଣାକୁ ନେଇ ବାଲୁଗାଁ ବନଖଣ୍ଡ ଓ ବନାଞ୍ଚଳ ବିଭାଗର ରେଞ୍ଜର ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜର ରଶ୍ମିତା ଜେନା।
- ବାଲୁଗାଁ ଅଞ୍ଚଳରେ ବାଘ ଆତଙ୍କ
- ବାଘ ଦେଖିଥିବାର ଭିଡ଼ିଓ କରି ଭାଇରାଲ କଲେ ଲୋକ
- ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓ
- ବାଘ ନା ଫିସିଙ୍ଗ୍ କ୍ୟାଟ୍ ହୋଇନି ସ୍ପଷ୍ଟ
- ବନ ବିଭାଗ ବନଖଣ୍ଡରେ ପହଞ୍ଚି କଲେ ଯାଞ୍ଚ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।