Virat Kohli : ବନ୍ଧୁ କେନ୍‌ଙ୍କୁ ବିରାଟଙ୍କ ଅଭିନନ୍ଦନ

Oct 27, 2026 - 17:25
Virat Kohli : ବନ୍ଧୁ କେନ୍‌ଙ୍କୁ ବିରାଟଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ସଦ୍ୟ ବାଲନ ଡି'ଓର୍‌ ପୁରସ୍କାର ପାଇଥିବା ଇଂଲଣ୍ଡ ଷ୍ଟ୍ରାଇକର୍‌ ହାରି‌ କେନ୍‌ଙ୍କୁ ମଙ୍ଗଳବାର ଅଭିନନ୍ଦନ ଜଣାଇଛନ୍ତି ଭାରତର ତାରକା କ୍ରିକେଟର୍‌ ବିରାଟ କୋହଲି।

ସାମାଜିକ ଗଣମାଧ୍ୟମରେ କୋହଲି ନିଜ 'ବନ୍ଧୁ' କେନ୍‌ଙ୍କ ପରିଶ୍ରମ, ଦୃଢ଼ ମନୋବଳ ଓ ସଚ୍ଚୋଟତାର ପ୍ରଶଂସା କରିଛନ୍ତି।

ସେ ଲେଖିଛନ୍ତି, “ମୋ ବନ୍ଧୁ ହ୍ୟାରି, ତୁମର ଦୃଢ଼ ମନୋବଳ, କଠିନ ପରିଶ୍ରମ ଓ ସଚ୍ଚୋଟତା ପାଇଁ ତୁମେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ।

ତୁମ ପାଇଁ ମୁଁ ବହୁତ ଖୁସି।

ଈଶ୍ବର ତୁମଙ୍କୁ ଓ ତୁମ ପରିବାରକୁ ଆଶୀର୍ବାଦ କରନ୍ତୁ।

ତୁମର ଏହି ଯାତ୍ରା ପାଇଁ ତୁମ ପରିବାର ନିଶ୍ଚିତ ଗର୍ବ ଅନୁଭବ କରୁଥିବ।

ମୋର ଶୁଭକାମନା ସବୁବେଳେ ତୁମ ସହ ରହିଛି।

ଅଭିନନ୍ଦନ।” କେନେ ବିଶ୍ବର ତାରକା ଖେଳାଳି ଲିଓନେଲ୍‌ ମେସି, କାଇଲିଆନ୍‌ ଏମ୍‌ବାପେ, ଲାମିନେ ୟାମାଲଙ୍କୁ ପଛରେ ପକାଇ ପ୍ରଥମ ଥର ଏହି ପୁରସ୍କାର ଜିତିିଥିଲେ।

Advertisment ଆହୁରି ପଢ଼ନ୍ତୁ: ଇମ୍ରାନ ଖାନ୍‌ଙ୍କୁ ବଡ଼ ଆଶ୍ୱସ୍ତି!

'ଭାରତ ଛାଡ଼' ନୋଟିସ୍‌ ଉପରେ ରୋକ୍‌, ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।