VP C. P. Radhakrishnan to Visit Odisha: ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Jul 09, 2026 - 10:26
VP C. P. Radhakrishnan to Visit Odisha: ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ସି. ପି. ରାଧାକ୍ରୀଷ୍ଣନ। ଦିନିକିଆ ଗସ୍ତକାଳରେ ସେ ରାଜଧାନୀ ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। OUAT ପରିସରରେ ଗଭୀର ସମୁଦ୍ରରେ ମତ୍ସ୍ୟଚାଷ ପାଇଁ ଅନୁମତି ପତ୍ର ପ୍ରଦାନର ଶୁଭାରମ୍ଭ କରିବା ସହ ଓଡ଼ିଶା ଡିପ୍ ସି ଫିସିଂ ମିଶନ'କୁ ଉନ୍ମୋଚନ କରିବେ। 

ଏହାପରେ ଉପରାଷ୍ଟ୍ରପତି ଜଟଣୀରେ ଥିବା ଜାତୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ, ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାବରେ ଅଭିଭାଷଣ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଆପଣାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।