War Escalates in Strait of Hormuz: ହର୍ମୁଜ ପ୍ରଣାଳୀରେ ତେଜିଲା ଯୁଦ୍ଧ, ଟାର୍ଗେଟରେ ତେଲ ଟ୍ୟାଙ୍କର

Sep 06, 2026 - 10:07
War Escalates in Strait of Hormuz: ହର୍ମୁଜ ପ୍ରଣାଳୀରେ ତେଜିଲା ଯୁଦ୍ଧ, ଟାର୍ଗେଟରେ ତେଲ ଟ୍ୟାଙ୍କର

ଇରାନୀୟ ତେଲ ଟ୍ୟାଙ୍କର ଉପରେ ଆମେରିକାର ଆଟାକ୍। ଆମେରିକାର ଦୁଇଟି ଯୁଦ୍ଧ ଜାହାଜ ଆଡ଼କୁ ବାଲିଷ୍ଟିକ୍ ମିସାଇଲ୍ ମାଡ଼ ହେବା ପରେ, ଇରାନ ସହ ଜଡ଼ିତ ତିନୋଟି ତେଲ ଟାଙ୍କର ଉପରେ ଆକ୍ରମଣ କରାଯାଇଛି। ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ କହିଛି ଯେ, ସେମାନେ ଖାର୍ଗ ଦ୍ୱୀପ ନିକଟରେ ଏକ ଟାଙ୍କର ଏବଂ ହରମୁଜ ପ୍ରଣାଳୀ ନିକଟରେ ଅନ୍ୟ ଏକ ଟାଙ୍କରକୁ "ସ୍ଥାୟୀ ଭାବରେ ଅଚଳ" କରିଦେଇଛନ୍ତି। 

ଏହା ସହ ଓମାନ ସାଗରରେ ତୃତୀୟ ଟାଙ୍କରକୁ "ସମ୍ପୂର୍ଣ୍ଣ ଭାବେ ଧ୍ୱଂସ" କରିଦେଇଛନ୍ତି। ସେଣ୍ଟକମ୍ ସ୍ପଷ୍ଟ କରିଛି ଯେ, ଆମେରିକାର ଏକ ଏୟାରକ୍ରାଫ୍ଟ କ୍ୟାରିୟର ଏବଂ ଗାଇଡେଡ୍-ମିସାଇଲ୍ ଡେଷ୍ଟ୍ରୋୟରକୁ ଟାର୍ଗେଟ୍ କରି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ପକ୍ଷରୁ କରାଯାଇଥିବା ଏକାଧିକ ଆକ୍ରମଣକୁ ସେମାନେ "ସଫଳତାର ସହ ପ୍ରତିହତ" କରିଛନ୍ତି। 

ଏକ ବିବୃତ୍ତିରେ କୁହାଯାଇଛି ଯେ, ଏଥିରେ କୌଣସି ଆମେରିକୀୟ ସୈନିକ ଆହତ ହୋଇନାହାନ୍ତି। ତେବେ ଆମେରିକା ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଖଣ୍ଡନ କରିଛି ଇରାନ। ଆମେରିକା ଏବଂ ଇରାନ ମଧ୍ୟରେ କିଛି ଦିନର ଶାନ୍ତି ପରେ ପୁଣି ଥରେ ଆରମ୍ଭ ହୋଇଥିବା ଆକ୍ରମଣର ପ୍ରାୟ ଏକ ସପ୍ତାହ ପରେ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଯାହାକୁ ନେଇ ପୁଣି ବଢିଛି ଚିନ୍ତା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।