Water meter: ତାଡ଼ି ନେଉଛନ୍ତି ପାଣି ମିଟର: ମଞ୍ଚେଶ୍ବର, ଡୁମୁଡୁମାରେ ମାତିଛନ୍ତି ଚୋର
"ଭୁବନେଶ୍ବର: କିଛି ଦିନ ହେଲା ରାଜଧାନୀରେ ପାଣି ମିଟର ଚୋରଙ୍କ ଉତ୍ପାତ ବଢ଼ିଯାଇଛି।
ରାତିରେ ମୁହଁରେ କପଡ଼ା ଗୁଡ଼ାଇ ଦୁଆର ଆଗରେ ଲାଗିଥିବା ପାଣି ମିଟରକୁ ତାଡ଼ିନେଉଛନ୍ତି।
ମଞ୍ଚେଶ୍ବର ଓ ଖଣ୍ଡଗିରି ଥାନା ଅଞ୍ଚଳରୁ ମାଳମାଳ ଅଭିଯୋଗ ଆସୁଛି ଏବଂ ୱାଟ୍କୋ କାର୍ଯ୍ୟାଳୟରେ ବି ଅଭିଯୋଗ ଗଦା ହେଲାଣି।
ରସୁଲଗଡ଼, ପଳାଶୁଣୀ, ଜିଜିପି କଲୋନି, କେନାଲ୍ ରୋଡ୍ ଓ ଡୁମୁଡୁମା ହାଉସିଂ ବୋର୍ଡ କଲୋନି ଆଦି ଅଞ୍ଚଳରେ ପାଣି ମିଟର ଚୋର ନାକେଦମ କରି ସାରିଲେଣି।
Advertisment Editorial: ସନାତନର ସ୍ବଗତୋକ୍ତି: ନଦୀର ନାମ ଗାନ୍ଧୀ ରସୁଲଗଡ଼ ବହ୍ମେଶ୍ବର କଲୋନିର ଟିଟୁ ବେହେରା ଆଜି ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ବହ୍ମେଶ୍ବର କଲୋନି ଲେନ୍-୪ରେ ତାଙ୍କ ଘର ପାଖରେ ସିସିଟିଭି ଲାଗିଛି।
ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି ଯେ ଗତକାଲି ରାତି ପ୍ରାୟ ୧ଟା ୪୦ରେ ଦୁଇଜଣ ବ୍ୟକ୍ତି ଏକ ବାଇକ୍ରେ ଆସିଥିଲେ।
ମୁହଁରେ ଗାମୁଛା ଗୁଡ଼ାଇଥିଲେ।
ଗାଡ଼ି ପଛରେ ବସିଥିବା ବ୍ୟକ୍ତିଜଣକ ଏକ ବ୍ୟାଗରୁ କିଛି ଯନ୍ତ୍ରପାତି ବାହାର କରି ଦୁଆରେ ଲାଗିଥିବା ପାଣି ମିଟରକୁ ତାଡ଼ି ନେଇଥିଲେ।
କେବଳ ତାଙ୍କର ନୁହେଁ, ପ୍ରାଚୀବିହାର, କେନାଲ୍ ରୋଡ୍ରୁ ବି ଅନେକ ଅଞ୍ଚଳରୁ ଏଭଳି ପାଣି ମିଟର ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି।
ସିସିଟିଭି ଫୁଟେଜ୍ ଆଧାରରେ ଏମାନଙ୍କୁ ଗିରଫ କରିବାକୁ ସେ ନିବେଦନ କରିଛନ୍ତି।
ପ୍ରାଚୀବିହାରର ନାରାୟଣ ପୃଷ୍ଟି କହିଛନ୍ତି ଯେ ପାଣି ମିଟର ଥରେ ଖରାପ ହେଲେ, ୨ହଜାର ଟଙ୍କା ପାଖାପାଖି ଖର୍ଚ୍ଚ ହେଉଛି।
ସେଥିରେ ପୁଣି ବହୁଥର ୱାଟ୍କୋ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି।
ଏମାନେ ପାଇପ୍ ତାଡ଼ି ଦେଉଥିବାରୁ ପାନୀୟ ଜଳ ପାଇଁ ବି କଲବଲ ହେବାକୁ ପଡ଼ୁଛି।
Weather: "ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି""
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।