Waterlogging: ଜିଲ୍ଲାପାଳ ଓ ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

Sep 27, 2026 - 15:40
Waterlogging: ଜିଲ୍ଲାପାଳ ଓ ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

"ଛତ୍ରପୁର: ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି।

ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବ୍ୟାଙ୍କ କଲୋନୀର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ ତାମ୍ପରା ହ୍ରଦ ସଂଲଗ୍ନ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇପଡ଼ିଥିଲା।

ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନତତ୍ପର ହୋଇ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେଇଛି।Advertisment ଜଳବନ୍ଦୀ ସମସ୍ୟାସମ୍ପର୍କରେ ସୂଚନା ପାଇ ଗଞ୍ଜାମ ଜିଲ୍ଲାପାଳ ଭି.

କୀର୍ତ୍ତି ଭାସନ ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ।

ଏହାପରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ନେଇ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କରାଯାଉଛି ଜିଲ୍ଲାପାଳ ଓ ବିଧାୟକଙ୍କ ହସ୍ତକ୍ଷେପ ପରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ କରାଯାଇଛି।

ଅଗସ୍ତି ନୂଆଗାଁ ଗ୍ରାମ ମୁହରେ ତାମ୍ପରା ହ୍ରଦ ସମ୍ପ୍ରସାରିତ ହୋଇଥିବା (ପାଟ )ଅଞ୍ଚଳରେ ଜମିଥିବା ଦଳକୁ ସଫା କରାଯାଉଛି।

ଏଥିସହ ଜଳ ନିଷ୍କାସନ ରାସ୍ତା ଓ କେନାଲଗୁଡ଼ିକୁ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କରାଯାଉଛି।

ଏହି କାର୍ଯ୍ୟ ଫଳରେ ବିଭିନ୍ନ ଅଞ୍ଚଳରେ ଜମି ରହିଥିବା ବର୍ଷାଜଳ ଧୀରେ ଧୀରେ ସମୁଦ୍ର ଆଡ଼କୁ ନିଷ୍କାସିତ ହେଉଛି।

ଆଗାମୀ କିଛି ଦିନ ମଧ୍ୟରେ ଜଳବନ୍ଦୀ ଅଞ୍ଚଳର ଜଳସ୍ତର ହ୍ରାସ ପାଇ ସ୍ଥିତି ସ୍ୱାଭାବିକ ହେବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗ, ବ୍ରହ୍ମପୁର ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀ ହିମାଂଶୁ ସ୍ୱାଇଁ ଓ ଛତ୍ରପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ପଣ୍ଡା କହିଛନ୍ତି।

ଉଭୟ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାମବାସୀ, ପାଣି ପଞ୍ଚାୟତ ସଭାପତି ଓ କର୍ମକର୍ତ୍ତାଙ୍କ ସହଯୋଗରେ ଜଳ ନିଷ୍କାସନ ନିମନ୍ତେ ସଫେଇ କାର୍ଯ୍ୟ ଜାରି ରହିଛି।

ଏହାଦ୍ୱାରା ଲୋକଙ୍କ ସହିତ ଚାଷୀମାନେ ମଧ୍ୟ ଉପକୃତ ହେବେ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ, ୫/୬ ଦିନ ଧରି ଜଳବନ୍ଦୀ ସମସ୍ୟାରେ ରହିଥିବା ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନର ଏହି ପଦକ୍ଷେପ ଆଶ୍ୱସ୍ତି ଆଣିଛି।

ଜଳ ନିଷ୍କାସନ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବାରୁ ଅଞ୍ଚଳବାସୀ ଜିଲ୍ଲାପାଳ, ଛତ୍ରପୁର ବିଧାୟକ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜଳ ନିଷ୍କାସନ ବ୍ୟବସ୍ଥା ସ୍ୱାଭାବିକ ହେଲେ ଜଳବନ୍ଦୀ ସମସ୍ୟାରୁ ଦୁର ହେବ ବୋଲି କୁହାଯାଇଛି l Minor Found Dead ବୁର୍ଲାରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।