Weather: ଏଲ୍ ନିନୋର ନୂଆ ଇତିହାସ; ପ୍ରଶାନ୍ତ ମହାସାଗର ତାପମାତ୍ରା ୩୦ ଡିଗ୍ରି ଛୁଇଁଲା

Oct 24, 2026 - 22:07
Weather: ଏଲ୍ ନିନୋର ନୂଆ ଇତିହାସ; ପ୍ରଶାନ୍ତ ମହାସାଗର ତାପମାତ୍ରା ୩୦ ଡିଗ୍ରି ଛୁଇଁଲା

ଭୁବନେଶ୍ୱର: ବିଶ୍ୱ ଜଳବାୟୁ ପ୍ରକ୍ରିୟାରେ ଏକ ବଡ଼ ବିପର୍ଯ୍ୟୟର ସଙ୍କେତ ଦେଇ ପ୍ରଶାନ୍ତ ମହାସାଗର ତାପମାତ୍ରା ନିଜର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି।

ଏକ ଅତ୍ୟନ୍ତ ଶକ୍ତିଶାଳୀ ଏଲ୍ ନିନୋ ପ୍ରଭାବରେ ଜଳଭାଗର ତାପମାତ୍ରା ସର୍ବକାଳୀନ ସର୍ବୋଚ୍ଚ ସ୍ତରକୁ ଗତି କରିଛି, ଯାହା ଭାରତ ସମେତ ସମଗ୍ର ବିଶ୍ୱର ପାଣିପାଗ ପଦ୍ଧତିକୁ ପ୍ରଭାବିତ କରିବା ଆରମ୍ଭ କରିଛି।

ଆମେରିକାର ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନୋଆ)ର ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବର ୨୨ ତାରିଖରେ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରର ପୃଷ୍ଠଭାଗ ତାପମାତ୍ରା ପ୍ରଥମ ଥର ପାଇଁ ୩୦ ଡିଗ୍ରି ସେଲସିୟସ୍ ଛୁଇଁଛି।

ଉପଲବ୍ଧ ସାମୁଦ୍ରିକ ଇତିହାସରେ ଏଭଳି ସ୍ଥିତି କେବେହେଲେ ଦେଖାଯାଇନଥିଲା।

Advertisment ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମଓ) ନିଜର ବୁଲେଟିନ୍‌ରେ ପ୍ରକାଶ କରିଛି ଯେ, କେନ୍ଦ୍ରୀୟ ଏବଂ ପୂର୍ବ କ୍ରାନ୍ତୀୟ ପ୍ରଶାନ୍ତ ମହାସାଗରର ଏହି ତାପମାତ୍ରା ଚଳିତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏକ ବିପଜ୍ଜନକ ସ୍ତରକୁ ଗତି କରିବ ଏବଂ ଡିସେମ୍ବର ମାସରେ ଏହି ଏଲ୍ ନିନୋ ନିଜର ସର୍ବୋଚ୍ଚ ଶିଖରରେ ପହଞ୍ଚିବ।

ସାଧାରଣତଃ ଏହି ଅଞ୍ଚଳର ହାରାହାରି ତାପମାତ୍ରା ଗତ ଜୁନ୍ ମାସରେ ସ୍ୱାଭାବିକ ଠାରୁ ୧.୬ ଡିଗ୍ରି ସେଲସିୟସ୍ ଅଧିକ ଥିବା ବେଳେ ଅଗଷ୍ଟରେ ଏହା ୨.୫ ଡିଗ୍ରିକୁ ବୃଦ୍ଧି ପାଇଥିଲା।

ବର୍ତ୍ତମାନ ଆଶଙ୍କା କରାଯାଉଛି ଯେ ଏହା ସ୍ୱାଭାବିକ ଠାରୁ ପ୍ରାୟ ୩.୭ ଡିଗ୍ରି ସେଲସିୟସ୍ ଅଧିକ ରହିବ, ଯାହା ୨୦୧୫-୧୬ ମସିହାରେ ରେକର୍ଡ ହୋଇଥିବା ୨.୬ ଡିଗ୍ରିର ସର୍ବୋଚ୍ଚ ରେକର୍ଡକୁ ବହୁ ପଛରେ ପକାଇ ଦେଇଛି।

El Niño: ରେକର୍ଡ ଭାଙ୍ଗିଲା ଏଲ୍ ନିନୋ: ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠ ତାପମାତ୍ରା ୩.୦୫ ଡିଗ୍ରି ବୃଦ୍ଧି ଏହି ଅସ୍ୱାଭାବିକ ସାମୁଦ୍ରିକ ଉଷ୍ମତା ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ରିପୋର୍ଟ ଅନୁଯାୟୀ, ଚଳିତ ୨୦୨୬ ମସିହାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ପ୍ରାୟ ୧୩ ପ୍ରତିଶତ ହ୍ରାସ ପାଇଛି।

ଏହା ସହିତ ଡବ୍ଲ୍ୟୁଏମଓ ଚେତାବନୀ ଦେଇଛି ଯେ, ଆଗାମୀ ମାସଗୁଡ଼ିକରେ ସମଗ୍ର ଦକ୍ଷିଣ ଏସିଆ ଓ ଭାରତୀୟ ଉପମହାଦେଶରେ ସ୍ୱାଭାବିକ ଠାରୁ ଅଧିକ ଗରମ ବା ଅତ୍ୟଧିକ ପ୍ରତିକୂଳ ତାପମାତ୍ରା ଅନୁଭୂତ ହେବ।

ଏଲ୍ ନିନୋ ସମ୍ପୂର୍ଣ୍ଣ ଭାବେ ବର୍ଷା ନିୟନ୍ତ୍ରଣ କରୁନଥିଲେ ମଧ୍ୟ ଏହି ପ୍ରଶାନ୍ତ ମହାସାଗରର ପ୍ରବଳ ଗରମ ଜଳରାଶି ଯୋଗୁଁ ଭାରତରେ ମରୁଡ଼ି, ଜଳକଷ୍ଟ ଏବଂ ପ୍ରଭାବଶାଳୀ ଗ୍ରୀଷ୍ମ ପ୍ରବାହର ଆଶଙ୍କା ବହୁଗୁଣିତ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।