West Bengal Assembly: ପଶ୍ଚିମବଙ୍ଗର ୧୦ ବିଦ୍ରୋହୀ ଟିଏମ୍‌ସି ବିଧାୟକଙ୍କୁ ବିଧାନସଭାର ନୋଟିସ୍

Sep 16, 2026 - 19:38
West Bengal Assembly: ପଶ୍ଚିମବଙ୍ଗର ୧୦ ବିଦ୍ରୋହୀ ଟିଏମ୍‌ସି ବିଧାୟକଙ୍କୁ ବିଧାନସଭାର ନୋଟିସ୍

"କୋଲକାତା: ଦଳବଦଳ ଅଭିଯୋଗକୁ ନେଇ ପଶ୍ଚିମବଙ୍ଗର ୧୦ ଜଣ ବିଦ୍ରୋହୀ ଟିଏମ୍‌ସି ବିଧାୟକଙ୍କୁ ବିଧାନସଭା ସଚିବାଳୟ ନୋଟିସ୍ ଜାରି କରିଛି।

ଦଳର ମମତା ବାନାର୍ଜୀ ନେତୃତ୍ୱାଧୀନ ଗୋଷ୍ଠୀ ପକ୍ଷରୁ ଦାଖଲ ଅଯୋଗ୍ୟତା ଆବେଦନ ଉପରେ ଏହି ନୋଟିସ୍ ଜାରି ହୋଇଛି।

ସମ୍ପୃକ୍ତ ବିଧାୟକମାନଙ୍କୁ ସାତ ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ କୁହାଯାଇଛି।

ନୋଟିସ୍ ପାଇଥିବା ବିଧାୟକଙ୍କ ମଧ୍ୟରେ ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ, ଅରୂପ ରାୟ, ଫିରହାଦ ହକିମ, ସନ୍ଦୀପନ ସାହା, ଅଖରୁଜ୍ଜାମାନ ଅନ୍‌ସାରୀ, ଶିଉଲି ସାହା, ସବିନା ୟସ୍‌ମିନ, ବିପ୍ଲବ ମିତ୍ର, ଜାଭେଦ ଖାନ୍‌ ଓ ରଥୀନ ଘୋଷ ଅଛନ୍ତି।

ମଙ୍ଗଳବାର ରାତିରେ ଏହି ନୋଟିସ୍ ବିଷୟ ସାମ୍ନାକୁ ଆସିଥିଲା।

ଅନ୍‌ସାରୀ ନୋଟିସ୍ ପାଇଥିବା ସ୍ୱୀକାର କରି କହିଥିଲେ ଯେ ଦଳ ଭିତରେ ଆଲୋଚନା କରି ସମୟ ମଧ୍ୟରେ ଜବାବ ଦିଆଯିବ।Advertisment ଦଳବଦଳ ମାମଲାରେ ସପ୍ତାହକ ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ମମତା ବାନାର୍ଜୀ ଗୋଷ୍ଠୀର ବରିଷ୍ଠ ଟିଏମ୍‌ସି ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ଜୁଲାଇ ୭ରେ ବିଧାନସଭା ବାଚସ୍ପତି ରଥୀନ ବୋଷଙ୍କ ନିକଟରେ ୧୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଆବେଦନ କରିଥିଲେ।

ସେମାନେ ଦଳର ସ୍ୱାର୍ଥ ବିରୋଧରେ କାମ କରିଥିବା ଅଭିଯୋଗ କରାଯାଇଥିଲା।

ବିରୋଧୀ ଦଳ ନେତା ପଦକୁ ନେଇ ମଧ୍ୟ ବିବାଦ ଚାଲିଛି।

ମମତା ଗୋଷ୍ଠୀ ପକ୍ଷରୁ ଚଟ୍ଟୋପାଧ୍ୟାୟଙ୍କୁ ଏହି ପଦ ପାଇଁ ମନୋନୀତ କରାଯାଇଥିବା ବେଳେ ବାଚସ୍ପତି ଋତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ସ୍ୱୀକୃତି ଦେଇଥିଲେ।

ଏହି ନିଷ୍ପତ୍ତିକୁ ଚଟ୍ଟୋପାଧ୍ୟାୟ କୋଲକାତା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ଏହା ମଧ୍ୟରେ ଚଟ୍ଟୋପାଧ୍ୟାୟ ୧୦ ବିଧାୟକଙ୍କ ଅଯୋଗ୍ୟତା ଦାବି କରି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମାମଲା ଏବେ ବିଧାନସଭା, ନ୍ୟାୟାଳୟ, ସଂସଦ ଓ ନିର୍ବାଚନ କମିସନ୍‌ ପର୍ଯ୍ୟନ୍ତ ପହଞ୍ଚିଛି।ବିଦ୍ରୋହୀ ଗୋଷ୍ଠୀ ୮୦ ଜଣ ଟିଏମ୍‌ସି ବିଧାୟକଙ୍କ ମଧ୍ୟରୁ ୬୫ ଜଣଙ୍କ ସମର୍ଥନ ଥିବା ଦାବି କରିଛି।

ଅନ୍‌ସାରୀଙ୍କୁ ମୁଖ୍ୟ ସଚେତକ ଭାବେ ଚୟନ କରାଯିବା ସହ ଦଳର ସମାନ୍ତରାଳ ସାଂଗଠନିକ ପଦକ୍ଷେପ ନିଆଯାଇଛି।

ଅନ୍ୟପକ୍ଷରେ, ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ଏହି ନୋଟିସ୍‌କୁ ନିୟମିତ ପ୍ରକ୍ରିୟାର ଅଂଶ ବୋଲି କହିଛି।

ଦଳୀୟ ନେତୃତ୍ୱ ସହ ବିବାଦ ମଧ୍ୟରେ ଟିଏମ୍‌ସିର ନାମ, ଦଳୀୟ ଚିହ୍ନ ଓ ସାଂଗଠନିକ ସମ୍ପତ୍ତି ଉପରେ ଦୁଇ ଗୋଷ୍ଠୀର ଦାବି ମଧ୍ୟ ନିର୍ବାଚନ କମିସନ୍‌ଙ୍କ ବିଚାରାଧୀନ ରହିଛି।

El Nino: "ଗଡ୍‌ଜିଲା"ଠାରୁ ମାତ୍ର ୦.୦୨ ଡିଗ୍ରି ସେଲ୍‌ସିୟସ୍‌ ଦୂରରେ ଏଲ୍‌ନିନୋ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।