Whatsapp: ଏଣିକି ହ୍ଵାଟ୍ସଆପ ମାଧ୍ୟମରେ ବି ଆପଣ କରିପାରିବେ ବିଲ ପେମେଣ୍ଟ
"ନୂଆଦିଲ୍ଲୀ: ପ୍ରତି ମାସରେ ବିଦ୍ୟୁତ୍, ପାଣି, ଗ୍ୟାସ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଲ୍ ପୈଠ କରିବା ପାଇଁ ଭିନ୍ନ ଭିନ୍ନ ଆପ୍ ଖୋଲିବାକୁ ପଡ଼ିଥାଏ।
ଏବେ ହ୍ୱାଟ୍ସଆପ୍ ଏହି କାର୍ଯ୍ୟକୁ ମଧ୍ୟ ସହଜ କରିବାକୁ ଯାଉଛି।
କମ୍ପାନୀ ଭାରତରେ ବିଲ୍ ପେମେଣ୍ଟ୍ ଫିଚର୍ ଲଞ୍ଚ କରିଛି, ଯାହା ସାହାଯ୍ୟରେ ବ୍ୟବହାରକାରୀମାନେ ହ୍ୱାଟ୍ସଆପ୍ ମଧ୍ୟରେ ବିଭିନ୍ନ ପ୍ରକାରର ବିଲ୍ ଦେଖିପାରିବେ, ପରିଚାଳନା କରିପାରିବେ ଏବଂ ପେମେଣ୍ଟ କରିପାରିବେ।
ବିଲ୍ ପୈଠ କରିବା ପାଇଁ ବାରମ୍ବାର ଅନ୍ୟ ଆପ୍ ପାଖକୁ ଯିବାର ଆବଶ୍ୟକତା ରହିବ ନାହିଁ।
ଏହି ଫିଚର୍ ଭାରତରେ ଧୀରେ ଧୀରେ ଆରମ୍ଭ ହେଉଛି ଏବଂ ଆଗାମୀ ସପ୍ତାହଗୁଡ଼ିକରେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ।
ତେଣୁ, ଆସନ୍ତୁ ଜାଣିବା କିପରି ହ୍ୱାଟ୍ସଆପ୍ ମାଧ୍ୟମରେ ବିଦ୍ୟୁତ୍ ଏବଂ ପାଣି ବିଲ୍ ପୈଠ କରିବେ।Advertisment ଏହି ନୂଆ ଫିଚର୍ କ"ଣ?ଏହି ଫିଚର୍ Bharat Connect (BBPS) ନେଟୱାର୍କ ଉପରେ କାମ କରେ।
ଏହା ମାଧ୍ୟମରେ ୟୁଜର୍ସମାନେ ୩୦ରୁ ଅଧିକ କ୍ୟାଟେଗୋରୀରେ ୨୨,୭୨୨ରୁ ଅଧିକ ବିଲରଙ୍କ ପାଖକୁ ଗୋଟିଏ ଆପ୍ରୁ ବିଲ୍ ଦେଇପାରିବେ।
ଏଥିରେ ବିଜୁଳି , ପାଣି , ଗ୍ୟାସ୍ , FASTag, ଇନ୍ସୁରାନ୍ସ, କ୍ରେଡିଟ୍ କାର୍ଡ ଏବଂ ଲୋନ୍ ପରିଶୋଧ ପରି ବିଭିନ୍ନ ପ୍ରକାରର ବିଲ୍ ଶୀଘ୍ର ଏବଂ ସହଜରେ ପେମେଣ୍ଟ କରାଯାଇପାରିବ।
ଆହୁରି ପଢନ୍ତୁ: Dies At 97: ୨୮୦ଟି ନିର୍ବାଚନରେ ଲଢ଼ିଥିବା "ଧରତୀପକଡ"ଙ୍କର ୯୭ ବର୍ଷରେ ପରଲୋକ ୨.
କିପରି ବିଲ୍ ପେମେଣ୍ଟ କରିବେ?ପ୍ରଥମେ WhatsApp ଓପନ୍ କରନ୍ତୁ।
ହୋମ୍ ସ୍କ୍ରିନ୍ରେ ଥିବା 'ଟଙ୍କା/ରୁପି (₹)' ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ।
ନିଜର ପ୍ରୟୋଜନ ଅନୁସାରେ ବିଲ୍ କ୍ୟାଟେଗୋରୀ ଏବଂ ବିଲର୍ ଚୟନ କରନ୍ତୁ।
ଆପଣଙ୍କର ଆକାଉଣ୍ଟ୍ କଷ୍ଟମର୍ ଆଇଡି (Customer ID) ଦେଇ କନ୍ଫର୍ମ କରନ୍ତୁ।
ଏହାପରେ WhatsApp ସ୍ୱୟଂଚାଳିତ ଭାବେ ବିଲ୍ର ପରିମାଣ ଦେଖାଇବ।
ସବୁ ତଥ୍ୟ ଯାଞ୍ଚ କରିବା ପରେ UPI, ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ କରିପାରିବେ।
ଆହୁରି ପଢନ୍ତୁ: Collector: ଉଲ୍ଲାସ ସଚେତନତା ଅଭିଯାନର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ: ଆଜି ଠୁ ବୁଲିଲା ସଚେତନତା ଯାନ ୩.
ଅନ୍ୟାନ୍ୟ ସୁବିଧା:ଏହି ନୂଆ ସୁବିଧା ଦ୍ୱାରା ପୂର୍ବରୁ ପେମେଣ୍ଟ କରାଯାଇଥିବା ବିଲର୍ଗୁଡ଼ିକ ସେଭ୍ ହୋଇ ରହିବ, ଯାହାଫଳରେ ପରବର୍ତ୍ତୀ ସମୟରେ ମାତ୍ର ଗୋଟିଏ ଟ୍ୟାପ୍ ରେ ପେମେଣ୍ଟ କରିହେବ।
ଗୋଟିଏ ବିଲର୍ ଅଧୀନରେ ଏକାଧିକ ଆକାଉଣ୍ଟକୁ ମଧ୍ୟ ମ୍ୟାନେଜ୍ କରାଯାଇପାରିବ।
WhatsApp ଏହି ଫିଚରକୁ ଭାରତରେ ଧୀରେ ଧୀରେ ଆଣୁଛି।
ଆଗାମୀ କିଛି ସପ୍ତାହ ମଧ୍ୟରେ ଏହା ସମସ୍ତ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଯିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।