WhatsApp Stock Trading Scam: ହ୍ୱାଟ୍ସଆପ୍ରେ ସେୟାର ଟ୍ରେଡିଂ: ୧୩ ଲକ୍ଷ ହରାଇଲେ ବରିଷ୍ଠ ନାଗରିକ
"ଭଦ୍ରକ: ହ୍ୱାଟ୍ସଆପ୍ ଗ୍ରୁପ୍ରେ ସେୟାର ଟ୍ରେଡିଂର ଲୋଭ ଦେଖାଇ ଚାନ୍ଦବାଲି ଅଞ୍ଚଳର ଜଣେ ବରିଷ୍ଠ ନାଗରିକଙ୍କୁ ୧୩ ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର ଠକ।
ଅଭିଯୋଗ ଆଧାରରେ ଭଦ୍ରକ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
Advertisment ଅନ୍ଲାଇନ୍ ଟ୍ରେଡିଂରେ ଫସିଲେ ଜମାକାରୀ: ହଜାରେ କୋଟି ନେଇ ମଧ୍ୟସ୍ଥି ଫେରାର ଅଭିଯୋଗ ଅନୁସାରେ, ୯୬୧୧୯୮୮୯୯୩ ନମ୍ବରରୁ ପରିଚାଳିତ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ଜରିଆରେ ଠକମାନେ ପରିବାର ସହ ଯୋଗାଯୋଗ କରିଥିଲେ।
ଇନଷ୍ଟିଟ୍ୟୁସନାଲ୍ ଷ୍ଟକ୍ ଟ୍ରେଡିଂରେ ବାର୍ଷିକ ୮୦୦ରୁ ୯୦୦ ପ୍ରତିଶତ ପର୍ଯ୍ୟନ୍ତ ଲାଭର ପ୍ରଲୋଭନ ଦେଖାଇଥିଲେ।
ପରେ " ଏନ୍ ଏ ଏମ ଏ ଏମ୍ ସି ଏ ଏନ୍ ଡ ବ୍ଲୁ ଓ " ଏନ୍ ଏ ଏମ ଏଚ ସି କେ " ନାମରେ ଦୁଇଟି ନକଲି ଟ୍ରେଡିଂ ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଇଥିଳେ।
ପର୍ଯ୍ୟାୟକ୍ରମେ ପରିବାର ଲୋକେ "ମାନିକା ଏଣ୍ଟରପ୍ରାଇଜେସ୍" ଓ "ନୌସାଦ ୱାର୍କ ଏଣ୍ଟରପ୍ରାଇଜେସ୍" ସମେତ କିଛି ସନ୍ଦିଗ୍ଧ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ।
ପ୍ରାରମ୍ଭିକ ଭାବେ କିଛି ଟଙ୍କା ଫେରସ୍ତ ହୋଇଥିଲେ ମଧ୍ୟ ମୋଟ ୧୩ ଲକ୍ଷ ଟଙ୍କା ଫେରିପାଇ ନଥିବା ଅଭିଯୋଗରେ ଦର୍ଶାଯାଇଛି।
Crores of rupees defrauded in fake trading app: ନକଲି ଟ୍ରେଡିଂ ଆପ୍ରେ କୋଟିକୋଟି ଟଙ୍କା ଠକେଇ: ୪ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୭ ଗିରଫ ଠକେଇର ଆଉ ଏକ ପର୍ଯ୍ୟାୟରେ ଆପ୍ରେ ଥିବା ଲାଭ ଟଙ୍କା ଉଠାଇବାକୁ ପରିବାର ଚେଷ୍ଟା କରିବାରୁ ଆକାଉଣ୍ଟ ବ୍ଲକ୍ କରାଯାଇଥିଲା।
ମୂଳ ଟଙ୍କା ମଧ୍ୟ ହରାଇବାର ଧମକ ଦେଇ ଠକମାନେ ଆହୁରି ୧୭ରୁ ୨୦ ଲକ୍ଷ ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଛି।
ଟ୍ରେଡିଂ ଆପ୍ରେ ଉଡ଼ିଗଲା ୯୦ଲକ୍ଷ: ୨ଜଣଙ୍କୁ ଚୂନ ଲଗାଇଲେ ସାଇବର ଠକ ଘଟଣା ସମ୍ପର୍କରେ ସେପ୍ଟେମ୍ବର ୮ରେ ଭଦ୍ରକ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନାରେ ଏତଲା ନଂ-୦୦୧୮ ରୁଜୁ ହୋଇଛି।
ବି ଏନ୍ ଏସ -୨୦୨୩ ଓ ଆଇ ଟି ଆକ୍ଟ-୨୦୦୦ର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିବାବେଳେ ଇନ୍ସପେକ୍ଟର ବିରଞ୍ଚି ନାରାୟଣ ଅମାନ୍ତ ତଦନ୍ତ ଭାର ନେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।