Who Is Orhan Awatramani?: ନା ହିରୋ, ନା ହିରୋଇନ୍‌; ତଥାପି ଷ୍ଟାର୍‌ଡମ୍‌! ବଲିଉଡ୍‌ରେ ଓରିଙ୍କ ଏତେ ଦବ୍‌ଦବା କାହିଁକି?

Nov 07, 2026 - 08:15
Who Is Orhan Awatramani?: ନା ହିରୋ, ନା ହିରୋଇନ୍‌; ତଥାପି ଷ୍ଟାର୍‌ଡମ୍‌! ବଲିଉଡ୍‌ରେ ଓରିଙ୍କ ଏତେ ଦବ୍‌ଦବା କାହିଁକି?

ନୂଆଦିଲ୍ଲୀ: ବଲିଉଡ୍‌ରେ ଷ୍ଟାର୍‌ଙ୍କ ଅଭାବ ନାହିଁ ।

କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନା ହିରୋ, ନା ହିରୋଇନ୍‌ ।

ନା କୌଣସି ବଡ଼ ଫିଲ୍ମରେ ଅଭିନୟ କରିଛନ୍ତି ।

ହେଲେ ବଲିଉଡ୍‌ର ବଡ଼ ବଡ଼ ଷ୍ଟାର୍‌ଙ୍କ ସହ ତାଙ୍କର ଉଠାବସା ।

ଆଲିଆ, କରିନା କେତେବେଳେ ଜାହ୍ନବୀ କପୁରଙ୍କ ସହ ତ କେତେବେଳେ ସାରା ଅଲ୍ଲୀ ଖାନ୍‌ ଓ ନ୍ୟାସା ଦେବଗନ୍‌ଙ୍କ ସହ ।

ସୋସିଆଲ ମିଡିଆରେ ତାଙ୍କ ଫଟୋ ଆସିଲେ ଚର୍ଚ୍ଚା ବଢ଼ିଯାଏ ।

ନାଁ ତାଙ୍କର ଓରି ।

ତେବେ କିଏ ଏହି ଓରି?

କ'ଣ କରନ୍ତି ସେ?

କେମିତି ହେଲେ ବଲିଉଡ୍‌ର ଏତେ ବଡ଼ ବଡ଼ ଷ୍ଟାର୍‌ଙ୍କ ଖାସ୍‌ ବନ୍ଧୁ?

ଆସନ୍ତୁ ଜାଣିବା ଏହି ରୋଚକ କାହାଣୀ ।

ଓରିଙ୍କ ପୂରା ନାଁ ହେଉଛି ଓରହାନ ଅବତ୍ରାମଣି ।

ତାଙ୍କୁ ଓରି ନାଁରେ ଅଧିକ ଲୋକ ଜାଣନ୍ତି ।

ମୁମ୍ବାଇର ଜଣେ ସୋସିଆଲାଇଟ୍‌ ଭାବେ ତାଙ୍କର ପରିଚୟ ରହିଛି ।

ହେଲେ ତାଙ୍କର ପରିଚୟ କେବଳ ଷ୍ଟାର୍‌ଙ୍କ ସହ ପାର୍ଟି କରିବା କିମ୍ବା ଫଟୋ ଉଠାଇବାରେ ସୀମିତ ନୁହେଁ ।

ତାଙ୍କ ଲିଙ୍କଡିନ୍‌ ପ୍ରୋଫାଇଲ୍‌ ଅନୁସାରେ, ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରପର୍ସନ୍‌ ଅଫିସ୍‌ରେ ସ୍ପେଶାଲ୍‌ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରନ୍ତି ।

ନ୍ୟୁୟର୍କର ପାର୍ସନ୍ସ ସ୍କୁଲ୍‌ ଅଫ୍‌ ଡିଜାଇନ୍‌ରୁ ଫାଇନ୍‌ ଆର୍ଟସ୍‌ ଓ କମ୍ୟୁନିକେସନ୍‌ ଡିଜାଇନ୍‌ରେ ଡିଗ୍ରୀ ହାସଲ କରିଛନ୍ତି ।

Advertisment Ramayana: 'ରାମାୟଣ' ଦେଖି ଭାବବିହ୍ୱଳ ଅନୁପମ ଖେର, କହିଲେ ୧୦୦ ବର୍ଷର ଶ୍ରେଷ୍ଠ ଫିଲ୍ମ ଜାହ୍ନବୀ କପୁର ହୁଅନ୍ତୁ କି ସାରା ଅଲ୍ଲୀ ଖାନ୍‌, ନ୍ୟାସା ଦେବଗନ୍‌ ହୁଅନ୍ତୁ କି ଭୂମି ପେଡନେକର ।

ଅନେକ ସେଲିବ୍ରିଟିଙ୍କ ସହ ଓରିଙ୍କ ଘନିଷ୍ଠତା ଦେଖିବାକୁ ମିଳେ ।

ଏପରିକି ନୀତା ଅମ୍ବାନୀ, ଦୀପିକା ପାଦୁକୋନ୍‌ ଓ କ୍ରିକେଟର ଶୁଭମନ ଗିଲ୍‌ଙ୍କ ସହ ତାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଛି ।

ତେବେ ଓରିଙ୍କ କହିବା ଅନୁସାରେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଅନେକ ପରିଚିତ ଅଛନ୍ତି ।

ସ୍କୁଲ ଓ କଲେଜରେ ଏକାଠି ପଢ଼ିଥିବାରୁ କିଛି ସେଲିବ୍ରିଟିଙ୍କ ସହ ତାଙ୍କର ପୁରୁଣା ବନ୍ଧୁତା ରହିଛି ।

ଭୂମି ପେଡନେକରଙ୍କ ସହ ମଧ୍ୟ ପରେ ଭଲ ବନ୍ଧୁତା ହୋଇଥିବା ସେ କହିଛନ୍ତି ।

ଓରିଙ୍କୁ ନେଇ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ସେ ପ୍ରକୃତରେ କ'ଣ କରନ୍ତି?

ଏକ ସାକ୍ଷାତକାରରେ ନିଜ କାମ ବିଷୟରେ ମଜାଦାର ଉତ୍ତର ଦେଇଥିଲେ ଓରି ।

ନିଜକୁ ସେ କେବଳ ଗୋଟିଏ ପେସାରେ ସୀମିତ ରଖିନାହାନ୍ତି ।

ନିଜକୁ କେବେ ସିଙ୍ଗର, କେବେ ଗୀତିକାର, ଫ୍ୟାସନ୍‌ ଡିଜାଇନର, କ୍ରିଏଟିଭ୍‌ ଡାଇରେକ୍ଟର, ଷ୍ଟାଇଲିଷ୍ଟ ତ ଆଉ କେବେ ଏକ୍‌ଜିକ୍ୟୁଟିଭ୍‌ ଆସିଷ୍ଟାଣ୍ଟ ବୋଲି କହିଛନ୍ତି ।

ଏପରିକି ସପିଂ କରିବାଠାରୁ ଫୁଟବଲ୍‌ ଖେଳିବା ଯାଏଁ ସବୁଥିରେ ତାଙ୍କ ରୁଚି ରହିଛି ।

ତାଙ୍କ ମତରେ ଜୀବନରେ ସ୍ୱପ୍ନ ଦେଖିବା ସହ ପ୍ରତ୍ୟେକ ସୁଯୋଗର ଫାଇଦା ଉଠାଇବା ଜରୁରୀ ।

ତେବେ ଚାରି ଲକ୍ଷରୁ ଅଧିକ ଇନଷ୍ଟାଗ୍ରାମ୍‌ ଫଲୋଅର୍ସଙ୍କ ସହ ଓରିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି ।

ତାଙ୍କର ପ୍ରତ୍ୟେକ ପୋଷ୍ଟ, ଫ୍ୟାସନ୍‌ ଓ ଷ୍ଟାର୍‌ଙ୍କ ସହ ଫଟୋ ଏବେ ଚର୍ଚ୍ଚାର ବିଷୟ ।

ଏହି କାରଣରୁ ତାଙ୍କୁ କୁହାଯାଉଛି ବଲିଉଡ୍‌ର BFF ।

ଅର୍ଥାତ୍‌ ବେଷ୍ଟ ଫ୍ରେଣ୍ଡ ଫରେଭର୍‌ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।