Why Is Bangladesh Import Hilsa From Gujarat: ଇଲିଶ ବ୍ୟବସାୟରେ ଅଜବ ଚିତ୍ର, ଗୁଜରାଟରୁ କାହିଁକି ମାଛ ଆଣୁଛି ବାଂଲାଦେଶ?
ଇଲିଶକୁ ନେଇ ଭାରତ-ବାଂଲାଦେଶ ମଧ୍ୟରେ ଏକ ଅଜବ ବାଣିଜ୍ୟ ଚିତ୍ର ସାମ୍ନାକୁ ଆସିଛି। ବାଂଲାଦେଶର ପଦ୍ମା ଓ ମେଘନା ଇଲିଶ ଭାରତରେ ଦାମୀ ହୋଇଥିବା ବେଳେ, ସେହି ବାଂଲାଦେଶ ଏବେ ଗୁଜରାଟରୁ ଶହ ଶହ ଟନ୍ ଇଲିଶ ଆମଦାନୀ କରୁଛି।
ଗତ ଦୁଇ ମାସରେ ବାଂଲାଦେଶ ପ୍ରାୟ ୫୦୦ ଟନ୍ ଇଲିଶ ଭାରତରୁ ଆମଦାନୀ କରିଛି। ଆଗାମୀ କିଛି ସପ୍ତାହରେ ଆଉ ୧୫୦ରୁ ୨୦୦ ଟନ୍ ଇଲିଶ ଯିବା ପ୍ରକ୍ରିୟା ଚାଲିଛି। ବିଶେଷକରି ଗୁଜରାଟର ଭରୁଚ ଅଞ୍ଚଳର ଇଲିଶ ବାଂଲାଦେଶରେ ପହଞ୍ଚୁଛି। ସେଠାରେ ଦାମ କମ୍ ଥିବା ସହ ମାଛର ଅଣ୍ଡା ଓ ପ୍ରୋସେସିଂ ଶିଳ୍ପ ପାଇଁ ଏହାର ଚାହିଦା ରହିଛି।
ଅନ୍ୟପଟେ, କୋଲକାତାରେ ପଦ୍ମା ଇଲିଶ କିଲୋପ୍ରତି ପ୍ରାୟ ୨ରୁ ୩ ହଜାର ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍, ଇଲିଶ ଗୋଟିଏ ହେଲେ ବି ଦୁଇ ଦେଶରେ ଏହାର ଚାହିଦା ଓ ବଜାର ଗଣିତ ସମ୍ପୂର୍ଣ୍ଣ ଭିନ୍ନ।
ସାରକଥା, ଭାରତରେ ପଦ୍ମା ଓ ଗଙ୍ଗା ଇଲିଶର ସ୍ୱାଦ ଓ ସତେଜତା ପାଇଁ ଚାହିଦା ଥିବା ବେଳେ, ବାଂଲାଦେଶରେ ଗୁଜରାଟ ଇଲିଶ ଏବେ ଅଭାବ ପୂରଣ ଓ ପ୍ରୋସେସିଂ ପାଇଁ ଏକ ବଡ଼ ବଜାର ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।