Wife Rescued: ଗେଙ୍ଗୁଟିରେ ଭାସିଯାଇଥିଲେ ଦଂପତି, ବିରୂପା ନଦୀରୁ ଉଦ୍ଧାର ହେଲେ ସ୍ତ୍ରୀ

Sep 14, 2026 - 13:27
Wife Rescued: ଗେଙ୍ଗୁଟିରେ ଭାସିଯାଇଥିଲେ ଦଂପତି, ବିରୂପା ନଦୀରୁ ଉଦ୍ଧାର ହେଲେ ସ୍ତ୍ରୀ

"ଯାଜପୁର: ଗେଙ୍ଗୁଟିରେ ଭାସିଯାଇଥିଲେ ଦଂପତି, ବିରୂପା ନଦୀରୁ ଉଦ୍ଧାର ହେଲେ ସ୍ତ୍ରୀ।

ଏବେ ବି ସ୍ବାମୀ ନିଖୋଜ ଅଛନ୍ତି ।

ବରୀ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରଖିଛି।

ସୋମବାର ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଉଦ୍ଧାର ହୋଇଥିବା ମହିଳାଙ୍କୁ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।Advertisment ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳର ସୁଧାକର ଓଝା ଓ ତାଙ୍କ ପତ୍ନୀ ତିଳୋତ୍ତମା ଓଝା ନଦୀକୁ ଗାଧୋଇବାକୁ ଆସିଥିଲେ।

କିନ୍ତୁ ଉଭୟେ ଭାସିଯାଇଥିଲେ ।

ଖବର ପାଇ ବରୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

ବିରୂପା ନଦୀରୁ ସ୍ତ୍ରୀ ତିଳୋତ୍ତମାଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ।

ସେପଟେ ସ୍ବାମୀ ସୁଧାକର ଓଝା ଏବେ ବି ନିଖୋଜ ଅଛନ୍ତି।

ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତିଳୋତ୍ତମାଙ୍କୁ କେନ୍ଦ୍ରାପଡ଼ା ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି ।

Accident: ମର୍ମନ୍ତୁଦ ଦୁର୍ଘଟଣା: କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ମାଆ-ଶିଶୁ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।