Wildlife: ଚଳନ୍ତିକା: ବିଦେଶୀ ବନ୍ୟଜନ୍ତୁ ଚୋରାଚାଲାଣ ଲାଭର ଲୋଭ ହିଁ କାରଣ

Sep 13, 2026 - 09:26
Wildlife: ଚଳନ୍ତିକା: ବିଦେଶୀ ବନ୍ୟଜନ୍ତୁ ଚୋରାଚାଲାଣ ଲାଭର ଲୋଭ ହିଁ କାରଣ

"ଭାରତରେ ପୋଷିବାଯୋଗ୍ୟ ବିଦେଶୀ ଜୀବଜନ୍ତୁ ବ୍ୟବସାୟ ବୃଦ୍ଧି ପାଉଛି।

ଆଗରୁ ଗୁରୁତ୍ବ ନ ଥିବା ଏହି ବେଆଇନ ବାଣିଜ୍ୟ ଓ ଚୋରାଚାଲାଣ କ୍ରମେ ବ୍ୟାପକ ହୋଇଗଲାଣି।

ଏହାକୁ ପରିସଂସ୍ଥା ଓ ନୈତିକତା ବିରୁଦ୍ଧରେ ସୁପରିକଳ୍ପିତ ଅପରାଧ କହିଲେ ଭୁଲ୍‌ ହେବନାହିଁ।

୨୦୨୦ ମସିହାରେ ଅଣାଯାଇଥିବା ଭଲ୍ୟୁଣ୍ଟାରି ଡିସ୍‌କ୍ଲୋଜର୍‌ ସ୍କିମ୍‌ ପରେ ଏକ ରିପୋର୍ଟରେ ଦର୍ଶାଯାଇ ଥିଲା ଯେ ଭାରତର ୩୦ଟି ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ୪୦ ହଜାରରୁ ଅଧିକ ଲୋକ ବିଦେଶୀ ଜୀବଜନ୍ତୁ ପାଳନ କରୁଛନ୍ତି।

୨୦୨୪ରେ ଆନୁମାନିକ ୪୦୫.

୫୨ କୋଟି ଟଙ୍କା ମୂଲ୍ୟର ଏହି ବେଆଇନ ବ୍ୟବସାୟ ୨୦୩୦ ସୁଦ୍ଧା ପ୍ରାୟ ୭୨୧୭ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳିତ ହୋଇଛି।

ଏହା ସ୍ପଷ୍ଟ କରୁଛି ଯେ ବିଦେଶୀ ଜୀବଜନ୍ତୁ ବେପାରର ବାର୍ଷିକ ବୃଦ୍ଧି ହାର ୧୦.୨ ପ୍ରତିଶତ।Advertisment Weddings and Non-Vegetarian Days: ପାଞ୍ଜି ମନ୍ଥନ: ବାହାଘର ଓ ଆମିଷବାର ଭାରତୀୟ ଆଇନ ଏବଂ ତଦାରଖ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଥିବାରୁ ବିଦେଶୀ ଜୀବଜନ୍ତୁ ବ୍ୟବସାୟ ଖୁବ୍‌ ଶୀଘ୍ର ବ୍ୟାପିଯାଉଛି।

ଏଥିଯୋଗୁଁ ଜନସ୍ବାସ୍ଥ୍ୟ, ସ୍ଥାନୀୟ ପରିସଂସ୍ଥା ଓ ପ୍ରାଣୀମଙ୍ଗଳ ଉପରେ ଗୁରୁତର ବିପଦ ଆସିବ ବୋଲି ଜଣାପଡ଼ିଛି।

ବିଦେଶୀ ଜୀବଜନ୍ତୁ ଚୋରା ଚାଲାଣ ରୋକିବା ପାଇଁ ସରକାର ଭଲ୍ୟୁଣ୍ଟାରି ଡିସ୍‌କ୍ଲୋଜର୍‌ ସ୍କିମ୍‌ ବା ସ୍ବେଚ୍ଛାକୃତ ପୋଷ୍ୟପ୍ରାଣୀ ଘୋଷଣା ଭଳି ପଦକ୍ଷେପ ଗ୍ରହଣ କରିଥିଲେ।

ଏହା ମାଧ୍ୟମରେ ବିଦେଶୀ ଜୀବଜନ୍ତୁଙ୍କ ବାଣିଜ୍ୟ ପଥ ଚିହ୍ନଟ କରାଯାଇଥିଲା।

ତା" ସହିତ ସତର୍କ କରାଇ ଦିଆଯାଇଥିଲା ଯେ ଏହି ଶିଳ୍ପ ସ୍ଥାନୀୟ ଓ ଆଞ୍ଚଳିକ ଜୈବବିବିଧତା ପ୍ରତି ବିପଦର କାରଣ ହେଉଛି।

ଭାରତରେ ବିଦେଶୀ ପୋଷାପ୍ରାଣୀ ବଜାରରେ ଗୋଧିଜାତୀୟ ସରୀସୃପ ସବୁଜ ଇଗୁଆନା, ରୟାଲ୍‌ ବଲ୍‌ ଅଜଗର, ଆଫ୍ରିକୀୟ ଧୂସର ଶୁଆ, ନୀଳ-ସୁନେଲି ତୋତା ସମେତ କେତେକ ସ୍ତନ୍ୟପାୟୀ ପ୍ରାଣୀ ଓ ଅମେରୁଦଣ୍ଡୀ ବିଦେଶୀ ପ୍ରାଣୀଙ୍କ ଚାହିଦା ବଢୁଛି।

ସାଧାରଣତଃ ଦକ୍ଷିଣପୂର୍ବ ଏସିଆ, ଅଷ୍ଟ୍ରେଲିଆ, କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକା ଆଦି ଦେଶରୁ ଭାରତକୁ ଏହିସବୁ ବିଦେଶୀ ଜୀବଜନ୍ତୁ ଚୋରାଚାଲାଣ କରାଯାଉଛି।

୧୯୮୦ ମସିହାଠାରୁ ଲମ୍ବାଲାଞ୍ଜିଆ ଶୁଆ କନିୟର୍‌ ଓ ଟିକିଶୁଆ ଲରିକିଟ୍‌ ଆମଦାନି କରାଯାଇ ଭାରତରେ ସେମାନଙ୍କ ବଂଶବୃଦ୍ଧି କରାଯାଉଥିଲା।

କିନ୍ତୁ, ଗତ ଦୁଇ ଦଶନ୍ଧି ହେବ ବିଦେଶୀ ସରୀସୃପ ବାଣିଜ୍ୟ ଖୁବ୍‌ ବୃଦ୍ଧି ପାଇଛି।

ତେଣୁ, ୧୯୭୬ରୁ ୧୦୧୮ ମଧ୍ୟରେ ୧୭ ପ୍ରଜାତିର ବିଦେଶୀ ସରୀସୃପ ଅଧିକ ସଂଖ୍ୟାରେ ଆମଦାନି ହୋଇଛନ୍ତି।

ମାତ୍ର, ଗତ ୫ ବର୍ଷରେ ଚୋରାରେ ଅଣାଯାଉଥିବା ଶହ ଶହ ବିଦେଶୀ ସରୀସୃପ ଜବତ କରାଯାଇଛି।

ସେଥିରୁ କେବଳ ୨୦୨୨ରେ କରାଯାଇଥିବା ୫୭ଟି ଚଢ଼ଉରେ ପ୍ରାୟ ୪ ହଜାର ବିଦେଶୀ ଜୀବଜନ୍ତୁ ଧରାପଡ଼ିଥିଲେ ବୋଲି ବୋଲି ୱାର୍ଲଡ୍‌ ୱାଇଲ୍‌ଡ୍‌ ଫଣ୍ଡ୍‌ ଫର୍‌ ନେଚର୍‌-ଇଣ୍ଡିଆ ଦର୍ଶାଇଛି।

ସାଧାରଣତଃ ବିଦେଶୀ ଜୀବଜନ୍ତୁ ସବୁ ଅନୁମତିପ୍ରାପ୍ତ ସଂସ୍ଥା ଦ୍ବାରା ଆମଦାନି କରାଯାଏ।

କିଛି ଜୀବଜନ୍ତୁ ସୀମା ସେପାରିରୁ ଚୋରାରେ ମଧ୍ୟ ଅଣାଯାଏ।

ଆମଦାନି କରାଯାଇଥିବା କେତେକ ଜୀବଜନ୍ତୁଙ୍କ ବଂଶବୃଦ୍ଧି ପାଇଁ ବ୍ୟବସାୟୀମାନେ ଲାଇସେନ୍‌ସ୍‌ କରନ୍ତି।

ଆଉ କେତେକ ବ୍ୟବସାୟୀ ବିନା ଲାଇସେନ୍‌ସ୍‌ରେ ସେମାନଙ୍କ ବଂଶବୃଦ୍ଧି କରନ୍ତି।

ଭାରତରେ ଟିୟର୍‌-୧ ଓ ଟିୟର୍‌-୨ ସହରଗୁଡ଼ିକ ବିଦେଶୀ ଜୀବଜନ୍ତୁ ବେଆଇନ ବ୍ୟବସାୟର ପେଣ୍ଠ ହୋଇଯାଇଛି।

Nation and World: ଦେଶ ଓ ବିଶ୍ବ: ଇଜିପ୍ଟରେ ଲୁଣ ମାଗିବା ଅପରାଧ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ବିଚାରକଲେ ଅନୁପ୍ର‌େବଶ ନିମନ୍ତେ ଭାରତ ସୀମାନ୍ତରେ ଅନେକ ସୁରକ୍ଷା ଛିଦ୍ର ରହିଛି।

ସେସବୁ ପଥ ଦେଇ ବନ୍ୟଜନ୍ତୁ ଚୋରାଚାଲାଣ ସହଜ ହେଉଛି।

ଜାତୀୟ ପତ୍ରିକା "ଡାଉନ୍‌ ଟୁ ଆର୍ଥ"ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚୋରାଚାଲାଣର ଦୁଇଟି ମୁଖ୍ୟ ଅନୁପ୍ରବେଶ ପଥ ରହିଛି ବାଂଲାଦେଶ ଓ ମିଅଁାମାର୍‌ ସହିତ ଲାଗିଥିବା ଭାରତୀୟ ସୀମାରେ।

ତା"ଛଡ଼ା, ବିମାନରେ ପ୍ରାଣୀଙ୍କୁ ଅଣାଯାଇ ଚେନ୍ନାଇ ଆନ୍ତର୍ଜାତିକ ବିମାନ ବନ୍ଦର, ବେଙ୍ଗାଲୁରୁର କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନବନ୍ଦର ଓ ମୁମ୍ବାଇରେ ଥିବା ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚାଯାଉଛି।

କାରଣ, ଏହିସବୁ ସ୍ଥାନରୁ ଥାଇଲାଣ୍ଡ୍‌ ଓ ମାଲେସିୟାରୁ ଅଧିକ ସଂଖ୍ୟକ ଆନ୍ତର୍ଜାତିକ ବିମାନ ଆସୁଛି।

ତା"ଛଡ଼ା କୋଚି, ବିଶାଖାପାଟଣା ଓ ଶ୍ରୀବିଜୟପୁରମ୍‌ରେ ଥିବା ଛୋଟ ଛୋଟ ଆନ୍ତର୍ଜାତିକ ବିମାନବନ୍ଦର ବାଟ ଦେଇ କିଛି ବିଦେଶୀ ଜୀବଜନ୍ତୁଙ୍କୁ ଚୋରାରେ ଅଣାଯାଉଛି।

ତା"ପରେ ସେମାନଙ୍କୁ ସଡ଼କ କିଂବା ରେଳପଥରେ କୋଲ୍‌କାତା, ହାଇଦ୍ରାବାଦ, ଅହମଦାବାଦ, ଦିଲ୍ଲୀ, କୋଚି, ବେଙ୍ଗାଲୁରୁ, ଚେନ୍ନାଇ ଓ ମୁମ୍ବାଇ ଆଦି ସହରାଞ୍ଚଳ କେନ୍ଦ୍ରକୁ ନିଆଯାଉଛି।

ସେଠାରୁ ଏହି ଜୀବଜନ୍ତୁମାନଙ୍କୁ ଆଇନଗତ ଅଥବା ବେଆଇନ ଭାବେ ବିଭିନ୍ନ ପୋଷା ଜୀବଜନ୍ତୁ ବଜାରରେ ବିକ୍ରି କରାଯାଉଛି।

ସେହିପରି, ସାମାଜିକ ଗଣମାଧ୍ୟମ ଭଳି ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ମଧ୍ୟ ବିଦେଶୀ ଜୀବଜନ୍ତୁ ଚୋରାଚାଲାଣର ପ୍ଲାଟ୍‌ଫର୍ମ ହୋଇଗଲାଣି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।