Woman Confronts Husband With Another Woman: ସ୍ୱାମୀଙ୍କୁ ଅନ୍ୟ ଯୁବତୀଙ୍କ ସହ ଦେଖିଲେ, କାର୍ ବନଟ୍ରେ ଝୁଲିଲେ ମହିଳା
ଉତ୍ତରପ୍ରଦେଶର ମୀରଟରେ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହ କାର୍ରେ ଦେଖିବା ପରେ ଜଣେ ମହିଳା ରାସ୍ତା ମଝିରେ କାର୍କୁ ଅଟକାଇବାକୁ ଚେଷ୍ଟା କରିଥିବା ଘଟଣା ଚର୍ଚ୍ଚାକୁ ଆସିଛି। କାର୍ଟି ଚାଲିଯିବାକୁ ଚେଷ୍ଟା କରିବା ବେଳେ ମହିଳା ଜଣକ କାର୍ର ବନଟ୍ ଉପରେ ଝୁଲି ରହିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପୋଲିସ ସୂଚନା ଅନୁସାରେ, ଶନିବାର ହାପୁର ରୋଡ୍ର ଏଲ୍-ବ୍ଲକ୍ ପୋଲିସ ଆଉଟ୍ପୋଷ୍ଟ ନିକଟରେ ଏହି ଘଟଣା ଘଟିଥିଲା। ଲୋହିଆନଗର ଥାନା ଅଧୀନରେ ଘଟିଥିବା ଏହି ଘଟଣାରେ ପୋଲିସ କାର୍ରେ ଥିବା ପୁରୁଷ ଓ ମହିଳାଙ୍କୁ ଗିରଫ କରିବା ସହ କାର୍ଟିକୁ ଜବତ କରିଛି।
ପୋଲିସ କହିଛି, କାଜିପୁରର ଜଣେ ମହିଳା ତାଙ୍କ ୩୬ ବର୍ଷୀୟ ସ୍ୱାମୀଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ କାର୍ରେ ଯାଉଥିବା ଦେଖିଥିଲେ। ଏହାପରେ ସେ କାର୍ଟିକୁ ଅଟକାଇଥିଲେ ଏବଂ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ୱାମୀ ତାଙ୍କ ଉପରେ କାର୍ ଚଢ଼ାଇବାକୁ ଚେଷ୍ଟା କରିଥିଲେ। ଏହାସହ ତାଙ୍କ ସ୍ୱାମୀ ଓ ତାଙ୍କ ସହ ଥିବା ଯୁବତୀ ତାଙ୍କୁ ଗାଳିଗୁଲଜ କରିବା, ଠେଲି ଦେଇ ବୁଦା ଭିତରକୁ ପକାଇବା ଏବଂ ତଣ୍ଟି ଚିପିବାକୁ ଚେଷ୍ଟା କରିଥିବା ସୁନୀତା ଅଭିଯୋଗ କରିଛନ୍ତି।
ଏହି ଅଭିଯୋଗ ଆଧାରରେ ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯(୧) ଅର୍ଥାତ୍ ହତ୍ୟା ଉଦ୍ୟମ ଏବଂ ଧାରା ୩୫୨ ଅର୍ଥାତ୍ ଶାନ୍ତିଭଙ୍ଗ କରିବା ଉଦ୍ଦେଶ୍ୟରେ ଜାଣିଶୁଣି ଅପମାନ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।
ସୋସିଆଲ ମିଡିଆରେ ଆସିଥିବା ଭିଡିଓରେ ରାସ୍ତା ଉପରେ ଦମ୍ପତିଙ୍କ ମଧ୍ୟରେ ବଚସା ହେଉଥିବା ଦେଖାଯାଉଛି। ଭିଡିଓର ଏକ ଅଂଶରେ ମହିଳା ଜଣକ କାର୍ର ବନଟ୍ ଉପରେ ଥିବା ଦେଖାଯାଉଛି।
थाना लोहियानगर क्षेत्रान्तर्गत पति द्वारा पत्नी पर गाड़ी चढ़ाकर जान से मारने का प्रयास किए जाने के प्रकरण के संबंध में श्रीमान संग्राम सिंह क्षेत्राधिकारी कोतवाली की बाइट।#UPPOLICE#MEERUTPOLICEpic.twitter.com/TpemFT39FB
— MEERUT POLICE (@meerutpolice) October 4, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।