Woman Officer Begging Outside Office For No Salary: ଦରମା ଦେଲେନି ସରକାର, ଶେଷରେ ଭିକ୍ଷା ମାଗିଲେ ଅଧିକାରୀ!

Nov 05, 2026 - 21:38
Woman Officer Begging Outside Office For No Salary: ଦରମା ଦେଲେନି ସରକାର, ଶେଷରେ ଭିକ୍ଷା ମାଗିଲେ ଅଧିକାରୀ!

ବିହାରରେ ଜଣେ ମହିଳା ସରକାରୀ ଅଧିକାରୀଙ୍କ ଅଭିନବ ପ୍ରତିବାଦ ଏବେ ଚର୍ଚ୍ଚାରେ।

ହାତରେ ଭିକ୍ଷା ଥାଳି, ଆଖିରେ ଅସହାୟତା ଆଉ ମନରେ ଅସନ୍ତୋଷ।

୮ ମାସ ହେଲା ମିଳିନି ଦରମା।

ଶେଷରେ ନିଜ ହକ୍‌ର ଟଙ୍କା ପାଇଁ ଭିକ୍ଷା ଥାଳି ଧରି ଅଫିସ୍ ବାହାରେ ବସିଛନ୍ତି ମହିଳା ଅଧିକାରୀ।

Advertisment ବିହାରର ବକ୍ସର ଜିଲ୍ଲା ବ୍ରହ୍ମପୁର ବ୍ଲକ୍ ଅଫିସରେ କାର୍ଯ୍ୟରତ ଗ୍ରାମୀଣ ବିକାଶ ଅଧିକାରୀ ଅଲ୍ପିତା ସିଂହ ଏଭଳି ପ୍ରତିବାଦ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, ୧୧ ମାସର କାର୍ଯ୍ୟକାଳ ମଧ୍ୟରେ ମାତ୍ର ୩ ମାସର ଦରମା ମିଳିଛି।

ବାକି ୮ ମାସର ଦରମା ଏଯାଏଁ ମିଳିନାହିଁ।

ତଥାପି ସେ ନିଜର ସରକାରୀ ଦାୟିତ୍ୱ ତୁଲାଇ ଆସୁଥିବା କହିଛନ୍ତି।

ଦରମା ନମିଳିବା ପ୍ରତିବାଦରେ ଲଗାତାର ଦୁଇ ଦିନ ଧରି ଅଫିସ୍ ବାହାରେ ଭିକ୍ଷା ଥାଳି ଧରି ବସିଥିଲେ ଅଲ୍ପିତା।

ତାଙ୍କ ପ୍ରତିବାଦର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି।

Advertisment ସୂଚନା ଅନୁସାରେ, ବ୍ରହ୍ମପୁର ବିଡିଓ ଏବଂ ଗ୍ରାମୀଣ ବିକାଶ ଅଧିକାରୀଙ୍କ ମଧ୍ୟରେ ବିବାଦ ଯୋଗୁଁ ଦରମା ଅଟକିଥିବା ଚର୍ଚ୍ଚା ହେଉଛି।

ଘଟଣାକୁ ଗୁରୁତ୍ୱ ଦେଇ ବକ୍ସର ଜିଲ୍ଲା ପ୍ରଶାସନ ବିଡିଓଙ୍କୁ ଜବାବ ମାଗିଛି।

କେଉଁ ଆଧାରରେ ଜଣେ କର୍ମଚାରୀଙ୍କ ଦରମା ବନ୍ଦ ରଖାଯାଇଛି, ସେନେଇ ସ୍ପଷ୍ଟୀକରଣ ମାଗିଛି ପ୍ରଶାସନ।

ଏଥିସହ ନିୟମ ଅନୁସାରେ ଏବଂ ସକ୍ଷମ କର୍ତ୍ତୃପକ୍ଷଙ୍କ ଅନୁମତି ବିନା କୌଣସି କର୍ମଚାରୀଙ୍କ ଦରମା ବନ୍ଦ କରାଯାଇପାରିବ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

ଘଟଣାରେ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନିଆଯାଉଥିବା ମଧ୍ୟ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।