Wood: ବଳକା କାଠକୁ ନେଇ ବିବାଦ: ୪ ଘଣ୍ଟା ବନ୍ଦ ରହିଲା ରଥକାମ
"ପୁରୀ: ରଥ ନିର୍ମାଣରୁ ବାହାରୁଥିବା ବଳକା କାଠକୁ ନେଇ ବିବାଦ ସୃଷ୍ଟି ହୋଇଛି।
ରଥ ଗଢ଼ୁଥିବା ସେବକମାନେ ବଳି ପଡ଼ୁଥିବା କାଠକୁ ଖେଇ ଭାବେ ନେଇ ଆସୁଛନ୍ତି।
ମାତ୍ର କିଛି ବର୍ଷ ହେଲା ରଥ ନିର୍ମାଣ ଲାଗି କାଠ ଅଭାବ ଜନିତ ସମସ୍ୟା ଦୂର ପାଇଁ ଚଳିତ ବର୍ଷ ଏହି ଖେଇରେ କିଛିଟା କାଣ୍ଟଛାଟ୍ ଲଗାଇଛି ଶ୍ରୀମନ୍ଦିର ପ୍ରଶାସନ।
ରଥଖଳାରେ କଟା ହେବା ପରେ ବଳି ପଡ଼ୁଥିବା ୪ ଫୁଟ ଲମ୍ବ ଓ ୩ ଫୁଟରୁ ଅଧିକ ଗୋଲେଇ ବିଶିଷ୍ଟ କାଠ ଶ୍ରୀମନ୍ଦିର ପ୍ରଶାସନକୁ ମହାରଣାମାନେ ଧାର୍ଯ୍ୟ ମୂଲ୍ୟ ବିନିମୟରେ ହସ୍ତାନ୍ତର କରିବେ ବୋଲି ନୋଟିସ୍ କରିଛନ୍ତି।
ଏଥିସହ ପ୍ରାପ୍ୟ ଖେଇ ବାବଦ ବଳକା କାଠ ନେବା ପୂର୍ବରୁ ରଥ ତତ୍ତ୍ବାବଧାରକ ଓ ଅମିନଙ୍କ ଅନୁମତି ନେବାକୁ ବାଧ୍ୟତାମୂଳକ ବୋଲି କୁହାଯାଇଛି।
ତେଣୁ ନୋଟିସ୍ ପରେ ମହାରଣା ସେବକମାନେ ଦୃଢ଼ ପ୍ରତିବାଦ କରିଛନ୍ତି।
ରଥଖଳାକୁ ଆସିଥିଲେ ହେଁ ପ୍ରାୟ ୪ ଘଣ୍ଟା ରଥ କାମ ବନ୍ଦ ରଖିଥିଲେ।
ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଆଲୋଚନା ପରେ ରଥ କାମ ଆରମ୍ଭ ହୋଇଛି, କିନ୍ତୁ ବିବାଦରେ ପୂର୍ଣ୍ଣଛେଦ ପଡ଼ିନାହିଁ।
ରଥ ନିର୍ମାଣରେ ବ୍ୟବହୃତ ଫାଶି, ଧଉରା ଓ ଅସନ କାଠ କିଛି ବର୍ଷ ହେଲା ଅଭାବ ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ବଳକା କାଠ ବରବର୍ତ୍ତୀ ରଥଯାତ୍ରା ପାଇଁ ସାଇତି ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ଗତ ୧୩ ତାରିଖରେ ରଥ ନିର୍ମାଣକାରୀ ସେବକଙ୍କୁ ଖେଇ ବାବଦରେ କାଠ ଦେବାରେ କାଣ୍ଟଛାଟ୍ କରାଯାଇଛି।
ରଥଖଳାକୁ ଆସି ବଳି ପଡ଼ୁଥିବା ଗୋଟା କାଠକୁ ପ୍ରଶାସନ ପରବର୍ତ୍ତୀ ରଥଯାତ୍ରା ପାଇଁ ସାଇତି ରଖୁଥିଲା।Advertisment Indian Economy: "ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି" "ଖେଇ ନ ମିଳିଲେ ରଥଚଳାକୁ ସହଯୋଗ କରିବୁ ନାହିଁ" ମାତ୍ର ରଥଖଳାରେ କଟା ହୋଇ କାମ ହେବା ପରେ ବଳି ପଡ଼ୁଥିବା କାଠ ଗଣ୍ଡିକୁ ମହାରଣା ସେବକମାନେ ଖେଇ ଭାବେ ନେଇ ଆସୁଛନ୍ତି।
୨୦୦୫ ମସିହାରୁ ୪ ଫୁଟ ଲମ୍ବ ଓ ୩ ଫୁଟରୁ ଅଧିକ ଗୋଲେଇ ବିଶିଷ୍ଟ କାଠ ପ୍ରଶାସନକୁ ଦେଇ ମହାରଣା ସେବକମାନେ ମୂଲ୍ୟ ନେଉଥିଲେ।
ନୋଟିସ୍ରେ ଉଲ୍ଲେଖ ରହିଛି, ୪ ଫୁଟ ଲମ୍ବ ଓ ୩ ଫୁଟରୁ କମ୍ ଗୋଲେଇ ବିଶିଷ୍ଟ କାଠ ମହାରଣା ସେବକମାନେ ନେଇ ପାରିବେ, ନଚେତ ନିର୍ଦ୍ଦିଷ୍ଟ ମୂଲ୍ୟ ବିନିମୟରେ ପ୍ରଶାସନକୁ ଦେଇପାରିବେ।
ସମ୍ଭବତଃ ଏଥିରେ ସମସ୍ୟା ନାହିଁ, କିନ୍ତୁ ଖେଇ ନେବା ପୂର୍ବରୁ ରଥକାଠ ଅମିନ ଓ ତତ୍ତ୍ବାବଧାରକ ଅନୁମତି ନେବା ବାଧ୍ୟତାମୂଳକ କଥାକୁ ସମ୍ଭବତଃ ସେବକମାନେ ଗ୍ରହଣ କରିନାହାନ୍ତି।
ସେନେଇ ଦ୍ବନ୍ଦ୍ବ ସୃଷ୍ଟି ସହ ରଥ କାମ ବନ୍ଦ ହେବା ପର୍ଯ୍ୟନ୍ତ କଥା ଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବହୁବର୍ଷ ହେଲା ମହାରଣା ସେବକମାନେ ଖେଇ ଭାବେ ବଳକା କାଠ ନେଉଥିବାରୁ, ଅନ୍ତତଃ ସେମାନଙ୍କ ସହ ଆଲୋଚନା ଭିତ୍ତିରେ ଏହି ନିଷ୍ପତି ନିଆଯାଇ ପାରିଥାଆନ୍ତା।
ଅଥଚ ପ୍ରଶାସନ ହଠାତ ଏପରି ନୋଟିସ୍ କରିବା ପରେ ରଥ ନିର୍ମାଣକାରୀ ସେବକ କ୍ଷୋଭ ଜାହିର କରିଛନ୍ତି।
ରଥ ତତ୍ତ୍ବାବଧାରକଙ୍କ ବିରୋଧରେ ମଧ୍ୟ ବିଷୋଦଗାର କରିଛନ୍ତି।
ଦେବଦଳନ ରଥର ମୁଖ୍ୟ ମହାରଣା ନାରାୟଣ ମହାରଣା କହିଛନ୍ତି, ଆମେ ଯେଉଁ ବଳକା କାଠ ପ୍ରାପ୍ୟ ବାବଦରେ ନେଉଛୁ, ତାହା ଆସନ୍ତାବର୍ଷକୁ ରଥ ତିଆରିରେ ଲାଗି ପାରିବ ନାହିଁ।
ଖେଇରୁ ବଞ୍ଚିତ କଲେ ରଥ ଚଳା ବେଳକୁ ସହଯୋଗ କରିବୁ ନାହିଁ ବୋଲି ସେ କହିଛନ୍ତି।
ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି, ୨୦୦୫ ମସିହାରୁ ନିଷ୍ପତ୍ତି ପରେ ୪ ଫୁଟରୁ ଅଧିକ କାଠ ପ୍ରଶାସନ ନେଇଯିବାକୁ ନିଷ୍ପତ୍ତି ହୋଇଥିଲା।
ମାତ୍ର ଏବେ ଏହାଠୁ ଛୋଟ କାଠ ନେବା ବେଳେ ମଧ୍ୟ ଆମକୁ ଅନୁମତି ନେବାକୁ ପଡ଼ିବ ବୋଲି ନୋଟିସ୍ ଜାରି ହେବା କ୍ଷୋଭର ବିଷୟ ବୋଲି ସେ କହିଛନ୍ତି।
FIFA: ଗୋଟିଏ ମ୍ୟାଚ୍ରେ ଖେଳିଲେ ନରଓ୍ବେର ତିନି ୧୯୯୪ ବିଶ୍ବକପ୍ ତାରକାଙ୍କ ପୁଅ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।