Wooden Furniture: ଏସବୁ ଉପାୟ ଆପଣାଇ ପୁରୁଣା ଆସବାବ ପତ୍ରର ବଢ଼ାନ୍ତୁ ଚମକ

Sep 24, 2026 - 19:03
Wooden Furniture: ଏସବୁ ଉପାୟ ଆପଣାଇ ପୁରୁଣା ଆସବାବ ପତ୍ରର ବଢ଼ାନ୍ତୁ ଚମକ

"ଘରର କାଠ ଆସବାବ ପତ୍ର ସମୟ ଗଡ଼ିବା ସହ ଧୀରେ ଧୀରେ ନିଜର ପୁରୁଣା ଚମକ ହରାଇଥାଏ।

ଟେବୁଲ, ଚେୟାର, ଆଲମାରି କିମ୍ବା କାଠର ଅନ୍ୟ ସାମଗ୍ରୀରେ ଧୂଳି ଓ ଦାଗ ଜମିବା ଯୋଗୁଁ ଏହା ଫିକା ଦେଖାଯାଏ।

ଏଭଳି ସମୟରେ ମହଙ୍ଗା କାଠ ପଲିସ୍‌ କିଣିବା ପରିବର୍ତ୍ତେ ଘରେ ଥିବା କିଛି ସାମଗ୍ରୀରେ ଏହାକୁ ସଫା କରିପାରିବେ।Advertisment ମିଶାନ୍ତୁ ଏହି ୨ ଜିନିଷ, ଫେରିବ ଚମକ ଏଥିପାଇଁ ପ୍ରଥମେ ଚା"ପତିକୁ ପାଣିରେ ଭଲ ଭାବେ ଫୁଟାଇ ନିଅନ୍ତୁ।

ପାଣି ଥଣ୍ଡା ହେବା ପରେ ଏହାକୁ ଛାଣି ନିଅନ୍ତୁ।

ଏହି ଚା"ପତି ପାଣିକୁ କାଠ ଆସବାବ ପତ୍ରର ପୃଷ୍ଠଭାଗରେ ବ୍ୟବହାର କରିବା ପୂର୍ବରୁ ଧୂଳି ଓ ମଇଳାକୁ ଏକ ଶୁଖିଲା କପଡ଼ାରେ ସଫା କରିଦିଅନ୍ତୁ।ଏହାପରେ ଚା"ପତି ପାଣିରେ ଅଳ୍ପ ଭିନେଗାର ଏବଂ ଅଲିଭ୍‌ ଅଏଲ୍‌ ମିଶାଇ ଏକ ଘରୋଇ କ୍ଲିନିଂ ମିଶ୍ରଣ ପ୍ରସ୍ତୁତ କରିପାରିବେ।

ଏହି ମିଶ୍ରଣକୁ ଏକ ନରମ କପଡ଼ାରେ ନେଇ କାଠର ପୃଷ୍ଠରେ ହାଲୁକା ଭାବେ ଘଷନ୍ତୁ।

ଏହା ଫର୍ନିଚରରେ ଜମିଥିବା ଧୂଳି ଓ ମଇଳା ସଫା କରିବାରେ ସହାୟକ ହୋଇପାରେ।

ମିଶ୍ରଣ ଲଗାଇବା ପରେ ଆସବାବ ପତ୍ରକୁ ଭଲ ଭାବେ ପୋଛି ଶୁଖାଇ ଦିଅନ୍ତୁ।

ଅଧିକ ପରିମାଣରେ ତରଳ ବ୍ୟବହାର ନକରିବା ଭଲ, କାରଣ କାଠରେ ଅଧିକ ଆର୍ଦ୍ରତା ପ୍ରବେଶ କଲେ ଏହାର କ୍ଷତି ହୋଇପାରେ।

ବ୍ୟବହାର ପୂର୍ବରୁ ଆସବାବ ପତ୍ରର ଏକ ଛୋଟ ଓ ଲୁଚା ଅଂଶରେ ଏହି ମିଶ୍ରଣ ପରୀକ୍ଷା କରିନେବା ମଧ୍ୟ ଭଲ।

ଏଭଳି ସହଜ ଘରୋଇ ଉପାୟରେ ନିୟମିତ ଭାବେ କାଠ ଆସବାବ ପତ୍ରକୁ ସଫା ରଖିଲେ ଏହାର ଚମକ ଅନେକ ଦିନ ପର୍ଯ୍ୟନ୍ତ ବଜାୟ ରହିବ।

ତେବେ ପ୍ରତ୍ୟେକ ପ୍ରକାର କାଠ, ପଲିସ୍‌ କିମ୍ବା ଆସବାବ ପତ୍ରରେ ଏହି ପଦ୍ଧତି ସମାନ ଭାବେ ଉପଯୋଗୀ ହୋଇ ନପାରେ।

ତେଣୁ ପ୍ରଥମେ ଛୋଟ ଅଂଶରେ ପରୀକ୍ଷା କରିବା ନିରାପଦ ବିକଳ୍ପ।

କ୍ୟାନସର ଚିକିତ୍ସା ପରେ ଗଳା ଦରଜ ହେଉଛି କି?

ଏହା କ"ଣ କ୍ୟାନସର ଫେରିବାର ସଙ୍କେତ?

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।