World Boxing Final: ୧୯ ବର୍ଷରୁ କମ୍ ବିଶ୍ବ ମୁଷ୍ଟିଯୁଦ୍ଧ: ଫାଇନାଲ୍ରେ ଆଦିତ୍ୟ...
ବୁଦଭା: ଭାରତୀୟ ମୁଷ୍ଟିଯୋଦ୍ଧା ଆଦିତ୍ୟ ଚଳିତ ୧୯ ବର୍ଷରୁ କମ୍ ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ପୁରୁଷ ୫୫ କେଜି ସେମିଫାଇନାଲ୍ରେ ୧୯ ବର୍ଷରୁ କମ୍ ଏସୀୟ ରୌପ୍ୟ ବିଜେତା ଆଦିତ୍ୟ ୫-୦ରେ ଆଜରବୈଜାନର ନିହାତ ଗାସିମୋଭଙ୍କୁ ହରାଇ ଦ୍ବିତୀୟ ଭାରତୀୟ ଭାବେ ସ୍ବର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି।
ଫାଇନାଲ୍ରେ ସେ ରୁଷିଆର ଇସ୍ଲାମ ମାଗୋମେଦଭଙ୍କୁ ଭେଟିବେ।
Advertisment ଆହୁରି ପଢ଼ନ୍ତୁ- Bombay HighCourt: ଇମ୍ରାନ ଖାନ୍ଙ୍କୁ ବଡ଼ ଆଶ୍ୱସ୍ତି!
'ଭାରତ ଛାଡ଼' ନୋଟିସ୍ ଉପରେ ରୋକ୍, ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ଆଦିତ୍ୟଙ୍କ ପୂର୍ବରୁ ମେଘା ସିଓକାନ୍ଦ ମହିଳା ୮୦ କେଜିର ଫାଇନାଲ୍ ରେ ପ୍ରବେଶ କରିଥିଲେ।
ସେମିଫାଇନାଲ୍ରେ ସେ ଆର୍ଏସ୍ସିରେ କିର୍ଗିଜସ୍ତାନ ର ମୀରିମ ଜିନିବେକୋଭାଙ୍କୁ ପରାସ୍ତ କରିଥିଲେ।
ତେବେ ମହିଳା ୬୫ କେଜି ସେମିଫାଇନାଲ୍ରେ ହର୍ଷିକା ଏବଂ ୮୦ କେଜିରେ ପ୍ରାଚୀ ତୋକାସ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଛନ୍ତି।
ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।