World Ozone Day 2026 ଏସ୍‌ପିସିବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ୨୦୨୬ ପାଳିତ

Sep 22, 2026 - 16:37
World Ozone Day 2026 ଏସ୍‌ପିସିବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ୨୦୨୬ ପାଳିତ

"ରାଉରକେଲା(ଦେବ ଗଡ଼ତିଆ): ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି) ସ୍ଥିତ ସିପିଟିଆଇ ଅଡିଟୋରିୟମରେ ବିଶ୍ୱ ଓଜୋନ ଦିବସ ୨୦୨୬ ଆଜି ପାଳିତ ହୋଇଯାଇଛି ।

ଦିବସର ଉଦ୍ଦେଶ୍ୟ "ଶୀତଳ ପୃଥିବୀ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ" ନେଇ ଆଲୋଚନା ହୋଇଥିଲା।

Advertisment RSP Takes Back ଆର୍‌ଏସ୍‌ପି ଦଖଲକୁ ଆସିଲା ନିଲମ ହୋଟେଲ କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡ ଅନୁପ କୁମାର ମଲ୍ଲିକ ଅଧ୍ୟକ୍ଷତା କରିଥିଲେ।

ନିଜ ଅଭିଭାଷଣରେ ସେ, ପୃଥିବୀ ପୃଷ୍ଠର ଉତ୍ତାପ ବୃଦ୍ଧି, ଓଜୋନସ୍ତର ପ୍ରଭାବିତ ହେବା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରଭୃତି ନେଇ ଉଦବେଗ ପ୍ରକାଶ କରିଥିଲେ।

ଶୀତଳ ପୃଥିବୀ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜରୁରୀ ବୋଲି ସେ କହିଥିଲେ।

ଏଦିଗରେ  ବିଭାଗ ପକ୍ଷରୁ ସିଏନଏଫ ହ୍ରାସ ଓ ବିକଳ୍ପ ବ୍ୟବସ୍ଥା ସହ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।

ଆରଏସପି, ସେଲ୍, ରାଉରକେଲାର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପ୍ରମୋଦ ଚନ୍ଦ୍ର ଦାଶ ଶୀତଳ ପୃଥିବୀ ପାଇଁ ସବୁଜ ଇସ୍ପାତ ଉତ୍ପାଦନ ବିଷୟରେ ଆଲୋଚନା କରିଥିଲେ।

ଜେଏସଡବ୍ଲୁ ଷ୍ଟିଲ ଲିମିଟେଡ (ଓଡିଶା ମାଇନିଂ ଡିଭିଜନ), ବଡବିଲର ଉପାଧ୍ୟକ୍ଷ ତଥା ମୁଖ୍ୟ-ପରିବେଶ ଶ୍ରୀ ସୁରେଶ ମହାପାତ୍ର "ଲୁହାପଥର ଖଣି ଓ ପରିଷ୍କରଣରେ ପରିବେଶ ଅନୁକୂଳ ପଦ୍ଧତି" ଉପରେ ଆଲୋକପାତ କରିଥିଲେ।

ଏନଆଇଟି, ରାଉରକେଲାର ଖଣି ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡ ଏଚ୍‌ ବି ସାହୁ "ଶୀତଳ ପୃଥିବୀ ପାଇଁ ଖଣି: ଜଳବାୟୁ କାର୍ଯ୍ୟାନୁଷ୍ଠାନ ପାଇଁ ପରିବେଶ ପରିଚାଳନା ଓ ସ୍ଥାୟୀ ଖଣି କାର୍ଯ୍ୟ" ବିଷୟରେ ବକ୍ତବ୍ୟ ଦେଇଥିଲେ।

ଆଞ୍ଚଳିକ ପରିବହନ ଅଧିକାରୀ, ରାଉରକେଲା ସୁସ୍ମିତା ବେହେରା "ସ୍ଥାୟୀ ପରିବହନ ଓ ଯାନବାହନ ଧୂଆଁ ହ୍ରାସ" ବିଷୟରେ ନିଜର ମତ ରଖିଥିଲେ।

World Ozone Day: ବିଶ୍ବ ଓଜୋନ୍‌ ଦିବସ ଏହାପରେ ଅତିଥିମାନଙ୍କୁ ସ୍ମାରକୀ ଏବଂ କପଡା ବ୍ୟାଗ ପ୍ରଦାନ କରାଯାଇଥିଲା।

ଇଂରାଜୀ ଓ ହିନ୍ଦୀରେ ମିଶନ ଲାଇଫ ଶପଥ ପାଠ କରାଯାଇଥିଲା।ପରେ 'ଆମ ଖାଦ୍ୟ ଆମ ସଂସ୍କୃତି' ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Steel plant: ଇସ୍ପାତ କାରଖାନା ପାଇଁ ବାଟ ଫିଟିଲା: ୧୨ଟି ଗ୍ରାମସଭା ସଫଳ ଉପ ପରିବେଶ ଯନ୍ତ୍ରୀ ଇଂ ବିଜୟ କୁମାର ଭୋଇ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ଉପ ପରିବେଶ ଯନ୍ତ୍ରୀ ଇଂ ଚନ୍ଦ୍ର ଶେଖର ଚୌହାନ, ଇଂ ରଜତ କୁମାର ସେଠୀ, ଓଏସଡି ବି ବି ମହନ୍ତ, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତିଙ୍କ ସମେତ ସମସ୍ତ ଷ୍ଟାଫ ସହଯୋଗ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।