World Para Shooting: ପାରା ଶୁଟିଂରେ ଭାରତର ପଦକ ବର୍ଷା ! ମୋନା ରୌପ୍ୟ, ଆଭାନୀ କାଂସ୍ୟ
"ଚାଙ୍ଗୱନ୍: ଭାରତୀୟ ବନ୍ଧୁକଚାଳିକା ମୋନା ଅଗ୍ରୱାଲ ଓ ଆଭାନୀ ଲେଖାରା ଏଠାରେ ଚାଲିଥିବା ବିଶ୍ବ ବନ୍ଧୁକଚାଳନା ପାରା କ୍ରୀଡ଼ା ପ୍ରତିଯୋଗିତାରେ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି।
ମହିଳା ଏସ୍ଏଚ୍୧ ୧୦ ମିଟର ଏୟାର ରାଇଫଲ୍ ଷ୍ଟାଣ୍ଡିଂରେ ମୋନା (୨୫୦.୦) ଓ ଆଭାନୀ (୨୨୯.୪) ଯଥାକ୍ରମେ ୨-୩ରେ ରହି ପୋଡ଼ିୟମ୍ ଫିନିସ୍ କରିଥିଲେ।Advertisment ଆଭାନୀଙ୍କ ଏହା ପ୍ରଥମ ବିଶ୍ବ ପ୍ରତିଯୋଗିତା ପଦକ ଏମାନଙ୍କ ଆଗରେ ସର୍ବିୟାର କ୍ରିଷ୍ଟିନା ତ୍ରିଫୁନୋଭିକ୍ (୨୫୦.୨) ରହି ସ୍ବର୍ଣ୍ଣ ଜିତିଥିଲେ।
ମୋନାଙ୍କ ଏହା ପ୍ରଥମ ବିଶ୍ବ ପ୍ରତିଯୋଗିତା ପଦକ।
ଏହି ସମାନ ସ୍ଥାନରେ ମୋନା ଗତ ବର୍ଷ ବିଶ୍ବକପ୍ରେ ଗୋଟିଏ ରୌପ୍ୟ ପଦକ ଜିତିଥିଲେ।
ଆଭାନୀଙ୍କ ମଧ୍ୟ ଏହା ପ୍ରଥମ ବିଶ୍ବ ପ୍ରତିଯୋଗିତା ପଦକ।
Football Match: ଭାରତ ଆସିବେ ଭିନିସିଅସ୍ ଜୁନିୟର, ରାଫିନା; କୋଲ୍କାତା ମ୍ୟାଚ୍ ଲାଗି ବ୍ରାଜିଲ୍ ଦଳ ଘୋଷିତ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।