World Rabies Day: ବିଶ୍ୱ ଜଳାତଙ୍କ ଦିବସ, ୩ହଜାର ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ

Sep 28, 2026 - 18:01
World Rabies Day:  ବିଶ୍ୱ ଜଳାତଙ୍କ ଦିବସ, ୩ହଜାର ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ

"ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ "ବିଶ୍ୱ ଜଳାତଙ୍କ ଦିବସ" ପାଳିତ ହୋଇଯାଇଛି ।

ଜଳାତଙ୍କ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଓ ଏହାର ନିରାକରଣ ଦିଗରେ ରାଜ୍ୟବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Advertisment 35,395 dogs vaccinated: ଜଳାତଙ୍କମୁକ୍ତ ଅଭିଯାନ: ୭୩ ଦିନରେ ୩୫,୩୯୫ କୁକୁରଙ୍କ ଟିକାକରଣଏହି କ୍ରମରେ ରାଜ୍ୟର ୩ ହଜାରରୁ ଅଧିକ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ପ୍ରାଣିଚିକିତ୍ସକ ଓ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଜଳାତଙ୍କ ରୋଗର କାରଣ, ଲକ୍ଷଣ, ପ୍ରତିରୋଧ ଓ ଚିକିତ୍ସା ସମ୍ପର୍କରେ ଅବଗତ କରାଇଥିଲେ।

କୁକୁର କାମୁଡ଼ିଲେ କ୍ଷତସ୍ଥାନକୁ ସାବୁନ ଓ ପରିଷ୍କାର ପାଣିରେ ଭଲ ଭାବେ ଧୋଇବା, ବିଳମ୍ବ ନକରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଣ୍ଟି ରାବିଜ୍‌ ଟିକା ନେବା, ଜଳାତଙ୍କ ପ୍ରତିରୋଧ ପାଇଁ ଗୃହପାଳିତ କୁକୁର ଓ ଅନ୍ୟ ପ୍ରାଣୀଙ୍କ ନିୟମିତ ଟିକାକରଣ ସୁନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି  ।

World Rabies Day : ଆଜି ବିଶ୍ୱ ଜଳାତଙ୍କ ଦିବସ ୨୦୨୬: ଜାଣନ୍ତୁ ଏହାର ଲକ୍ଷଣ, ପ୍ରତିକାର ଏବଂ ସଚେତନତାପ୍ରାଣିଚିକିତ୍ସକଙ୍କ ପରାମର୍ଶାନୁସାରେ, ଜଳାତଙ୍କ ରୋଗର ସଚେତନତା ସହ ଗୃହପାଳିତ ପ୍ରାଣୀଙ୍କ ନିୟମିତ ଟିକାକରଣ ଅତ୍ୟନ୍ତ ଜରୁରୀ ଅଟେ ।

ବିଦ୍ୟାଳୟସ୍ତରରୁ ସଚେତନତା ସୃଷ୍ଟି ମାଧ୍ୟମରେ ଜଳାତଙ୍କ ରୋଗର ନିରାକରଣ ପାଇଁ ସାମୂହିକ ପ୍ରୟାସକୁ ସଶକ୍ତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ଏହି ଅବସରରେ ପ୍ରାଣିଚିକିତ୍ସକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି  ।

ସଚେତନତା ସହିତ ଠିକ ସମୟରେ ଚିକିତ୍ସା ଓ ଗୃହପାଳିତ ପ୍ରାଣୀଙ୍କ ନିୟମିତ ଟିକାକରଣ ଜରିଆରେ ଜଳାତଙ୍କ ନିରାକରଣ ହୋଇପାରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।