World Tsunami Awareness Day: ବିଶ୍ବ ସୁନାମି ସଚେତନତା ଦିବସ

Nov 05, 2026 - 07:39
World Tsunami Awareness Day: ବିଶ୍ବ ସୁନାମି ସଚେତନତା ଦିବସ

ସୁନାମି ବିପର୍ଯ୍ୟୟ ନେଇ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି ଏବଂ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଜାତିସଂଘ ୨୦୧୫ରେ ନଭେମ୍ବର ୫କୁ ବିଶ୍ୱ ସୁନାମି ସଚେତନତା ଦିବସ ଭାବେ ଘୋଷଣା କରିଥିଲା।

ସୁନାମି ସାଧାରଣତଃ ସମୁଦ୍ର ତଳେ ଭୂମିକମ୍ପ , ଆଗ୍ନେୟଗିରି ଉଦ୍‌ଗିରଣ କିମ୍ବା ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥାଏ।

ସୁନାମି ପ୍ରଭାବରେ ଲହରୀ ଘଣ୍ଟାପ୍ରତି ୮୦୦ କିଲୋମିଟର ବେଗରେ ଗତି କରିପାରେ।

ଗତ ୧୦୦ ବର୍ଷ ମଧ୍ୟରେ ସମୁଦାୟ ୫୮ଟି ସୁନାମି ଆସି ୨,୬୦,୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।

Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି ୨୦୦୪ ଡିସେମ୍ବର ୨୬ରେ ଭାରତ ମହାସାଗରରେ ସୃଷ୍ଟ ଭୟଙ୍କର ସୁନାମି ପ୍ରଭାବରେ ୧୫ଟି ଦେଶରେ ପ୍ରାୟ ୨ ଲକ୍ଷ ୨୮ ହଜାର ଲୋକଙ୍କ ମୃତ୍ୟୁ ଓ ନିଖୋଜ ହୋଇଥିବା ରେକର୍ଡ ରହିଛି।

କେବଳ ଭାରତରେ ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।

ଏହି ଘଟଣା ଇତିହାସର ସବୁଠାରୁ ଭୟଙ୍କର ସୁନାମି ବିପର୍ଯ୍ୟୟ ଭାବେ ପରିଚିତ।

ଏହି ଦୁଃଖଦ ଅନୁଭୂତି ଆଜି ବି ସମୁଦ୍ର ଉପକୂଳ ବାସିନ୍ଦାଙ୍କୁ ସତର୍କ ରହିବାର ବାର୍ତ୍ତା ଦେଉଛି।

Horoscope 2026 November 05: ଜାଣନ୍ତୁ ଆଜିର ରାଶିଫଳ ...

ସୁନାମିରୁ ଜୀବନ ରକ୍ଷା ଲାଗି ପ୍ରଯୁକ୍ତିବିଦ୍ୟା ସହ ଜନସଚେତନତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଭୂମିକମ୍ପ ଅନୁଭୂତ ହେଲେ କିମ୍ବା ସମୁଦ୍ର ଜଳ ହଠାତ୍ ପଛକୁ ହଟିଗଲେ ଉପକୂଳରୁ ତୁରନ୍ତ ଦୂରେଇ ଉଚ୍ଚ ସ୍ଥାନକୁ ଚାଲିଯିବା ଆବଶ୍ୟକ।

ସ୍ଥାନୀୟ ପ୍ରଶାସନର ସତର୍କ ସୂଚନା ଓ ଉଦ୍ଧାର ନିର୍ଦ୍ଦେଶକୁ ପାଳନ କରିବା ଦରକାର।

କାରଣ ଠିକ୍ ସମୟରେ ସତର୍କତା ଅବଲମ୍ବନ କରି ଅନେକ ଜୀବନ ବଞ୍ଚାଇ ହେବ।

ଏ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି: ' ସୁନାମି ପାଇଁ ପ୍ରସ୍ତୁତ ରହନ୍ତୁ: ଆପଣଙ୍କ ଠାରୁ ଆରମ୍ଭ ମୁକାବିଲା ପ୍ରସ୍ତୁତି'।

ଏହାର ଉଦ୍ଦେଶ୍ୟ ହେଉଛି ବ୍ୟକ୍ତି, ପରିବାର ଓ ଗୋଷ୍ଠୀ ସ୍ତରରେ ବିପର୍ଯ୍ୟୟ ମୁକାବିଲାର ପ୍ରସ୍ତୁତି ବଢ଼ାଇବା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।