World Vegetarian Day: ବିଶ୍ୱ ଶାକାହାରୀ ଦିବସ
"ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଗଲେ ଡାକ୍ତରମାନେ ପ୍ରାୟତଃ ଫଳ-ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି।
ଏହାର ଅର୍ଥ ନିରାମିଷ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ।
ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଆଜି ଆପଣଙ୍କ ପାଇଁ ଉତ୍ସବର ଦିନ।
କାରଣ ଆଜି ବିଶ୍ୱ ଶାକାହାରୀ ଦିବସ।
ପ୍ରତି ବର୍ଷ ଅକ୍ଟୋବର ପହିଲାକୁ ବିଶ୍ୱ ଶାକାହାରୀ ଦିବସ ରୂପେ ପାଳନ କରାଯାଏ।
ପରିବେଶ ଓ ପ୍ରାଣୀମାନଙ୍କର ସୁରକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।
Advertisment Pollution Certificate: ପିୟୁସି ନ ଥିଲେ ଦିଲ୍ଲୀରେ ଇନ୍ଧନ ମନା ଶାକାହାରୀ ଅର୍ଥାତ୍ ନିରାମିଷ ଭୋଜନ।
ଏହା ଦ୍ୱାରା ଖାଦ୍ୟ ଲାଗି ପ୍ରାଣୀଙ୍କ ହତ୍ୟା ଆବଶ୍ୟକ ହୋଇନଥାଏ।
ଅହିଂସାର ସିଦ୍ଧାନ୍ତକୁ ଏହା ସମର୍ଥନ କରିଥାଏ।
୧୯୭୭ ମସିହାରେ "ଉତ୍ତର ଆମେରିକୀୟ ଶାକାହାରୀ ସମାଜ" ଓ ୧୯୭୮ ମସିହାରେ "ଅନ୍ତର୍ଜାତୀୟ ଶାକାହାରୀ ସଂଘ" ଦ୍ୱାରା ପ୍ରଥମେ ଏହି ଦିନ ପାଳନ କରାଯାଇଥିଲା।
ଶାକାହାର ହୃଦ୍ରୋଗ, ମଧୁମେହ ଓ କେତେକ ପ୍ରକାର କର୍କଟ ରୋଗର ଆଶଙ୍କା କମ୍ କରିଥାଏ।
ଏଥିରେ ସନ୍ତୁଳିତ ପୁଷ୍ଟିସାର ଓ ତନ୍ତୁ ରହିଥାଏ, ଯାହା ହଜମ ଶକ୍ତିକୁ ଭଲ ରଖେ।
ମାଂସ ଶିଳ୍ପ ଯୋଗୁଁ ପ୍ରତିବର୍ଷ କୋଟି କୋଟି ପ୍ରାଣୀ ମୃତ୍ୟୁମୁଖରେ ପଡ଼ୁଛନ୍ତି।
ମାଂସ ଉତ୍ପାଦନ ପାଇଁ ବହୁ ପରିମାଣରେ ଜଳ ଓ ଜମି ଆବଶ୍ୟକ ହୁଏ, ଯାହା ପରିବେଶ ପ୍ରଦୂଷଣ ମଧ୍ୟ ବଢ଼ାଇଥାଏ।
ତେଣୁ ଉଦ୍ଭିଦ-ଆଧାରିତ ଖାଦ୍ୟ ପରିବେଶ ପାଇଁ ଅଧିକ ସ୍ଥାୟୀ ଓ ଅନୁକୂଳ।
ଉଲ୍ଲେଖନୀୟ ଯେ ପୃଥିବୀର ଶାକାହାରୀମାନଙ୍କ ମଧ୍ୟରୁ ଏକ ବଡ଼ ଭାଗ ଭାରତରେ ବସବାସ କରନ୍ତି।
ଯଦି ଆପଣ ହଠାତ୍ ସମ୍ପୂର୍ଣ୍ଣ ଶାକାହାରୀ ହୋଇପାରୁ ନାହାନ୍ତି, ତେବେ ସପ୍ତାହରେ ଗୋଟିଏ ଦିନ ଆମିଷ ତ୍ୟାଗ କରି ଏହାର ଶୁଭାରମ୍ଭ କରିପାରିବେ।
India bloc: ଇଣ୍ଡିମେଣ୍ଟ ଭାଗ ଭାଗ, ପରାଜୟ ପୂର୍ବରୁ ବାହାନା ଖୋଜୁଛନ୍ତି: ଶିବରାଜ India bloc: ଇଣ୍ଡିମେଣ୍ଟ ଭାଗ ଭାଗ, ପରାଜୟ ପୂର୍ବରୁ ବାହାନା ଖୋଜୁଛନ୍ତି: ଶିବରାଜ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।