Xi Jinping: ଜିନପିଙ୍ଗଙ୍କ ଆମେରିକା ଗସ୍ତ ନିଶ୍ଚିତ: ସେପ୍ଟେମ୍ବର ୨୩-୨୫ ମଧ୍ୟରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ

Sep 21, 2026 - 13:45
Xi Jinping: ଜିନପିଙ୍ଗଙ୍କ ଆମେରିକା ଗସ୍ତ ନିଶ୍ଚିତ: ସେପ୍ଟେମ୍ବର ୨୩-୨୫ ମଧ୍ୟରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ

"ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆମେରିକା ଗସ୍ତକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରାଯାଇଛି।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ଜଣେ ମୁଖପାତ୍ରଙ୍କ ଅନୁଯାୟୀ, ସି ଜିନପିଙ୍ଗ ସେପ୍ଟେମ୍ବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକାର ଏକ ସରକାରୀ ଗସ୍ତ କରିବେ।

ଏହି ସମୟ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।

ଜିନପିଙ୍ଗ ସେପ୍ଟେମ୍ବର ୨୩ ତାରିଖରେ ୱାଶିଂଟନରେ ଅବତରଣ କରିବେ ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଶିଖର ଆଲୋଚନା କରିବେ।

ହଂକଂର ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ରାଷ୍ଟ୍ରପତି ଆସିବା ସମୟରେ ଟ୍ରମ୍ପ ଜଏଣ୍ଟ ବେସ୍ ଆଣ୍ଡ୍ରୁଜ୍‌ରେ ବିମାନବନ୍ଦର ଟାରମାକ୍‌ରେ ସିଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିବାକୁ ଯୋଜନା କରିଛନ୍ତି।Advertisment ଦୁଇ ଦେଶର ନେତାମାନେ ସାକ୍ଷାତ କରିବେ ଆମେରିକା ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ, ଚଳିତ ସପ୍ତାହରେ ଦୁଇ ଦେଶର ନେତାମାନେ ସାକ୍ଷାତ କରିବେ।

ଆଶା କରାଯାଉଛି, ଏହି ବୈଠକ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟାପକ ରଣନୈତିକ ପ୍ରସଙ୍ଗ ଉପରେ ଉତ୍ତେଜନା ହ୍ରାସ କରିବାର ଏକ ପ୍ରୟାସ ହେବ।

ଦୁଇ ନେତା ଶେଷ ଥର ପାଇଁ ମେ" ମାସରେ ଟ୍ରମ୍ପଙ୍କ ବେଜିଂ ଗସ୍ତ ସମୟରେ ପରସ୍ପରକୁ ସାକ୍ଷାତ କରି ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି ମଧ୍ୟରେ ସମ୍ପର୍କ ଉନ୍ନତ କରିବା ବିଷୟରେ ଆଲୋଚନା କରିଥିଲେ।

Factory Fire: ଚୀନ୍‌ରେ କପଡ଼ା କାରଖାନାରେ ଅଗ୍ନିକାଣ୍ଡ: ୮ ମୃତ, ଜଣେ ଆହତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।