Xi Jinping will visit India for BRICS Summit: ଶେଷ ହେଲା ସସ୍‌ପେନ୍ସ, ୭ ବର୍ଷ ପରେ ଭାରତ ଆସୁଛନ୍ତି ଜିନପିଙ୍ଗ

Sep 10, 2026 - 16:38
Xi Jinping will visit India for BRICS Summit: ଶେଷ ହେଲା ସସ୍‌ପେନ୍ସ, ୭ ବର୍ଷ ପରେ ଭାରତ ଆସୁଛନ୍ତି ଜିନପିଙ୍ଗ

ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତକୁ ନେଇ ଜାରି ରହିଥିବା ସସ୍‌ପେନ୍ସରେ ପଡ଼ିଛି ପୂର୍ଣ୍ଣଛେଦ। ସେପ୍ଟେମ୍ବର ୧୨ରୁ ୧୩ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବେ ଜିନପିଙ୍ଗ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜିନପିଙ୍ଗ ଭାରତ ଆସୁଥିବା ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଦିନକ ତଳେ ଗସ୍ତ ନେଇ କୌଣସି ସୂଚନା ନଥିବା କହିଥିଲେ ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର।

ଦୀର୍ଘ ୭ ବର୍ଷ ପରେ ଭାରତ ଆସିବେ ଜିନପିଙ୍ଗ। ୨୦୨୦ର ଗଲୱାନ ସଂଘର୍ଷ ପରେ ଭାରତ-ଚୀନ୍‌ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ମଧ୍ୟରେ ଏହି ଗସ୍ତକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ୨୦୧୯ରେ ମାମଲ୍ଲାପୁରମ୍‌ରେ ମୋଦୀ-ଜିନପିଙ୍ଗ ଅନୌପଚାରିକ ଶିଖର ବୈଠକ କରିଥିଲେ।

ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶର ସମ୍ପର୍କରେ ପୁଣି ଉନ୍ନତି ଦେଖାଯାଇଛି। ଚୀନ୍‌ର କହିବା ଅନୁସାରେ, ଭାରତ ଓ ଚୀନ୍‌ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି, ବରଂ ଭାଗିଦାର; ଉଭୟ ଦେଶ ପରସ୍ପର ପାଇଁ ସୁଯୋଗ, ବିପଦ ନୁହନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।