Yami: ନୂଆ ସିନେମା ପାଇଁ ୟାମିଙ୍କ ପୂଜାର୍ଚ୍ଚନା

Oct 17, 2026 - 06:15
Yami: ନୂଆ ସିନେମା ପାଇଁ ୟାମିଙ୍କ ପୂଜାର୍ଚ୍ଚନା

"ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କ ଅଭିନୀତ ଫିଲ୍ମ "ନୟୀ ନବେଲୀ" ରିଲିଜ୍ ହୋଇଯାଇଛି।

ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ ୟାମି ରାମ ଜନ୍ମଭୂମି ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିଥିଲେ।

ଏହି ଅବସରରେ ହଳଦିଆ ଶାଢ଼ିରେ ତାଙ୍କର ପାରମ୍ପରିକ ଲୁକ୍ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ମୁଣ୍ଡରେ ଓଢ଼ଣା ଦେଇ ମନ୍ଦିରରେ ଦର୍ଶନ କରୁଥିବା ୟାମିଙ୍କ ସରଳ ଓ ସୁନ୍ଦର ଅନ୍ଦାଜକୁ ନେଇ ସୋସିଆଲ୍ ମିଡିଆରେ ଅନେକ ପସନ୍ଦ କରିଛନ୍ତି।Advertisment ୟାମି ଅଯୋଧ୍ୟା ରାମ ମନ୍ଦିରରେ ରାମଲଲ୍ଲାଙ୍କୁ ଦର୍ଶନ କରିବା ସହ ସରଜୁ ଘାଟରେ ସନ୍ଧ୍ୟା ଆଳତିରେ ମଧ୍ୟ ଯୋଗ ଦେଇଥିଲେ।

ଏହି ଆଧ୍ୟାତ୍ମିକ ଯାତ୍ରାର ଫଟୋଗୁଡ଼ିକୁ ସେ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ।

ଏଥିସହ ନିଜକୁ ଭାଗ୍ୟବତୀ ମନେ କରୁଥିବା କଥା ପ୍ରକାଶ କରିଥିଲେ।

ରାମଲଲ୍ଲାଙ୍କ ଦର୍ଶନ ତାଙ୍କ ପାଇଁ ଏକ ଭାବପ୍ରବଣ ଅନୁଭୂତି ଥିଲା।

ଅକ୍ଟୋବର ୧୬ରେ ପ୍ରେକ୍ଷାଳୟକୁ ଆସିଥିବା "ନୟୀ ନବେଲୀ"ରେ ୟାମି ମୋହିନୀ ନାମକ ଜଣେ ନବବିବାହିତାଙ୍କ ଚରିତ୍ରରେ ନଜର ଆସିଛନ୍ତି।

ପାରିବାରିକ କାହାଣୀ ସହ ହାସ୍ୟରସ ଓ ରୋମାଞ୍ଚର ମିଶ୍ରଣ ଏହି ଫିଲ୍ମର ବିଶେଷ ଆକର୍ଷଣ ବୋଲି କୁହାଯାଉଛି।

ନୂଆ ଫିଲ୍ମ ପାଇଁ ଦର୍ଶକ ସମର୍ଥନ ସାଉଁଟିବା ଲାଗି ୟାମି ପୂଜାର୍ଚ୍ଚନା କରିଥିଲେ ବୋଲି କୁହାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।