Yami Gautam new song: ‘ଭାବି ତବାହୀ’ରେ ୟାମିଙ୍କ ଦେଶୀ ସ୍ୱାଗ୍, ମୋହିନୀ ଲୁକ୍ରେ ମତୁଆଲା ହେଲେ ଦର୍ଶକ
ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କ ଆଗାମୀ ଫିଲ୍ମ ‘ନୟି ନବେଲୀ’କୁ ନେଇ ଏବେଠାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଫିଲ୍ମର ରହସ୍ୟମୟ କାହାଣୀ ପରେ ଏବେ ରିଲିଜ୍ ହୋଇଥିବା ପ୍ରଥମ ଗୀତ ‘ଭାବି ତବାହୀ’ ୟାମିଙ୍କ ଦେଶୀ ଅନ୍ଦାଜ ଚର୍ଚ୍ଚାରେ ରହିଛି। ଗୀତରେ ୟାମିଙ୍କୁ ମୋହିନୀ ଚରିତ୍ରରେ ଏକଦମ୍ ଭିନ୍ନ ଓ ଆକର୍ଷଣୀୟ ଅବତାରରେ ଦେଖିବାକୁ ମିଳିଛି।
‘ଭାବି ତବାହୀ’ରେ ମୋହିନୀଙ୍କ ଜଲୱା
‘ନୟି ନବେଲୀ’ର ଟିଜରରେ ନୂଆ ବୋହୂ ମୋହିନୀଙ୍କୁ ନେଇ ଯେଉଁ ରହସ୍ୟ ସୃଷ୍ଟି ହୋଇଥିଲା, ‘ଭାବି ତବାହୀ’ ଗୀତ ସେହି ଉତ୍ସୁକତାକୁ ଆହୁରି ବଢ଼ାଇ ଦେଇଛି। ଗୀତଟି ମୋହିନୀଙ୍କ ‘ମୁହଁ ଦେଖା’ ରୀତିକୁ କେନ୍ଦ୍ର କରି ପ୍ରସ୍ତୁତ ହୋଇଛି।
ଏହି ଗୀତରେ ଭାଙ୍ଗଡ଼ା, ରାପ୍, କ୍ଲାସିକାଲ୍ ଓ ହିପ୍-ହପ୍ର ଜବରଦସ୍ତ ମିଶ୍ରଣ ଦେଖିବାକୁ ମିଳିଛି। ପରିବାରର ନୂଆ ଭାଭି ଭାବେ ୟାମିଙ୍କ ଏଣ୍ଟ୍ରି ଓ ତାଙ୍କ ଡାନ୍ସ ଗୀତକୁ ଆହୁରି ମଜାଦାର କରିଛି।
ଗୀତଟିକୁ ଜି.ଭି. ପ୍ରକାଶ କୁମାର କମ୍ପୋଜ୍ ଓ ପ୍ରଡ୍ୟୁସ୍ କରିଥିବା ବେଳେ ବାୟୁ ଏହାର ଗୀତ ଲେଖିଛନ୍ତି। ନୀତି ମୋହନଙ୍କ କଣ୍ଠରେ ଏହି ଗୀତ ଆହୁରି ଜୀବନ୍ତ ହୋଇଛି।
ମୋହିନୀ ଚରିତ୍ରରେ ୟାମିଙ୍କ ନୂଆ ଲୁକ୍
ୟାମିଙ୍କ ମୋହିନୀ ଚରିତ୍ର କେବଳ ଡାନ୍ସ ନୁହେଁ, ତାଙ୍କ ଏକ୍ସପ୍ରେସନ୍ ମଧ୍ୟ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରୁଛି। ଗୋଟିଏ ବିଟ୍ରେ ନିଜ ଏକ୍ସପ୍ରେସନ୍ ଓ ଡାନ୍ସ ଷ୍ଟାଇଲ୍ ବଦଳାଇବା ଭଳି ମୋହିନୀଙ୍କ ଅନ୍ଦାଜ ଗୀତରେ ସ୍ପଷ୍ଟ ହୋଇଛି।
ଗୀତର କୋରିଓଗ୍ରାଫି କରିଛନ୍ତି ବିଜୟ ଗାଙ୍ଗୁଲୀ। ତାଙ୍କ କହିବା ଅନୁସାରେ, ମୋହିନୀଙ୍କ ବ୍ୟକ୍ତିତ୍ୱକୁ ଆଧାର କରି ଗୀତର ମୁଭମେଣ୍ଟ ଓ ଷ୍ଟାଇଲ୍ ନିର୍ଦ୍ଧାରଣ କରାଯାଇଥିଲା। ୟାମିଙ୍କ ସହ ଏହି ଗୀତରେ କାମ କରିବା ତାଙ୍କ ପାଇଁ ଖୁବ୍ ବିଶେଷ ଅନୁଭୂତି ଥିଲା ବୋଲି ସେ କହିଛନ୍ତି।
ଦିଅର- ଭାଉଜଙ୍କ ନୋକଝୋକ୍ ମଧ୍ୟ ଆକର୍ଷଣର କେନ୍ଦ୍ର
‘ଭାବି ତବାହୀ’ରେ ଦିଅର- ଭାଉଜଙ୍କ ମଜାଦାର ନୋକଝୋକ୍ ସହ ଡାନ୍ସ ସିକ୍ୱେନ୍ସ ମଧ୍ୟ ରହିଛି। ମୋହିନୀଙ୍କ ଚୁଲବୁଲା ଅନ୍ଦାଜ ସହ ତାଙ୍କ ଆତ୍ମବିଶ୍ୱାସକୁ କୋରିଓଗ୍ରାଫିରେ ଗୁରୁତ୍ୱ ଦିଆଯାଇଛି।
ଅକ୍ଟୋବର ୧୬ରେ ପରଦାକୁ ଆସିବ ‘ନୟି ନବେଲୀ’
‘ନୟି ନବେଲୀ’ ଏକ ଫ୍ୟାଣ୍ଟାସି ଫ୍ୟାମିଲି ଏଣ୍ଟରଟେନର୍ ଫିଲ୍ମ। ଏଥିରେ ୟାମି ଗୌତମ ମୁଖ୍ୟ ଭୂମିକାରେ ଥିବା ବେଳେ ଆଦିନାଥ ଏମ୍. କୋଠାରେ, ଅନୁରାଗ ଠାକୁର, ସୁନୀତା ରାଜୱାର, ମୀତା ବଶିଷ୍ଠ, ଆଦିତ୍ୟ କୁଳଶ୍ରେଷ୍ଠ, ସୁଷ୍ମିତା ମୁଖାର୍ଜୀ, ସୋନଲ ଝା, ସୁନୀଲ ସିହ୍ନାଙ୍କ ସମେତ ଅନେକ କଳାକାର ନଜର ଆସିବେ।
ଦର୍ଶକଙ୍କ ମଧ୍ୟରେ ମୋହିନୀ ଡାହାଣୀ କି ନୁହେଁ, ତାହାକୁ ନେଇ ରହସ୍ୟ ଜାରି ରହିଥିବା ବେଳେ ଫିଲ୍ମଟି ଦଶହରା ପୂର୍ବରୁ ଅକ୍ଟୋବର ୧୬ରେ ସାରା ଭାରତର ସିନେମା ହଲ୍ରେ ରିଲିଜ୍ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।